ETV Bharat / state

ଦରବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ କେନ୍ଦ୍ରାପଡା କଂଗ୍ରେସର ଜେଲଭରୋ ଆନ୍ଦୋଳନ

ଦରବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ କେନ୍ଦ୍ରାପଡାରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସକର୍ମୀଙ୍କ ନାରାବାଜି । ଅଧିକ ପଢନ୍ତୁ

author img

By

Published : Aug 5, 2022, 6:15 PM IST

କେନ୍ଦ୍ରାପଡା କଂଗ୍ରେସର ଜେଲଭରୋ ଆନ୍ଦୋଳନharat
କେନ୍ଦ୍ରାପଡା କଂଗ୍ରେସର ଜେଲଭରୋ ଆନ୍ଦୋଳନ Bharat

କେନ୍ଦ୍ରାପଡା: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ । ଅଖିଳ ଭାରତ କଂଗ୍ରେସ କମିଟି ଡାକରାରେ କେନ୍ଦ୍ରାପଡା କଂଗ୍ରେସ କମିଟି ମଧ୍ୟ ବିକ୍ଷୋଭରେ ସାମିଲ ହୋଇଛି । ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

କେନ୍ଦ୍ରାପଡା କଂଗ୍ରେସର ଜେଲଭରୋ ଆନ୍ଦୋଳନ

ଆଜି(ଶୁକ୍ରବାର) ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ କର୍ମୀ ଆନ୍ଦୋଳନକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି କହିଛନ୍ତି ଯେ, "୨୦୧୪ ମସିହାରେ କେନ୍ଦ୍ର ସରକାର "ବହତ ହୋ ଗୟା ମେହେଙ୍ଗାଇ କା ମାର, ଅବକୀ ବାର ମୋଦୀ ସରକାର" ନାରା ଦେଇ ଶାସନକୁ ଆସିଥିବାବେଳେ ୬୨ ବର୍ଷରେ ପେଟ୍ରୋଲ ଡିଜେଲ ଦର ଯାହା ଥିଲା ତାହା ୮ ବର୍ଷର ସରକାର ଦ୍ବିଗୁଣିତ କରିଛି । ଏହାସହ ରନ୍ଧନଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି ଯାହାର ନିୟନ୍ତ୍ରଣ କରିବାରେ ମୋଦି ସରକାର ଫେଲ ମାରିଛି । କେନ୍ଦ୍ର ସରକାର ଏବେଠୁ ସଜାଗ ନହେଲେ ଆଗାମୀ ଦିନରେ ପରିଣାମ ଭୟଙ୍କର ହେବ ।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ କହିବା ଅନୁସାରେ, "ବାର୍ଷିକ ୨ କୋଟି ନିଯୁକ୍ତି ଦେବା ପ୍ରତିଶ୍ରୁତି ଦେଇଥିବା ମୋଦୀ ସରକାର ୮ ବର୍ଷରେ ମାତ୍ର ୧ ଲକ୍ଷ ନିଯୁକ୍ତି ଦେବାରେ ମଧ୍ୟ ଅସଫଳ ହୋଇଛନ୍ତି । ମୋଦି ସରକାର କେବଳ କମ୍ପାନୀ ପ୍ରୀତି ଦେଖାଇ ଅମ୍ବାନୀ ଆଦାନୀଙ୍କ ପକେଟ ଗରମ କରୁଥିବାବେଳେ ଗରିବ ଲୋକ ଦିନକୁ ଦିନ ଖାଇବା ପାଇଁ ପାଉନାହାନ୍ତି । ଗରିବ ଲୋକର ଦୈନନ୍ଦିନ ଖାଦ୍ୟରେ GST ଲାଗୁ କରି ମୋଦି ସରକାର ଗରିବ ପେଟରେ ଲାତ ମାରିଛନ୍ତି ।" ଜିଲ୍ଲପାଳଙ୍କ କାର୍ଯ୍ୟାଳୟର ଫାଟକ ଭାଙ୍ଗିବାକୁ ଉଦ୍ୟମ କରୁଥିବାବେଳେ ଅନେକ କଂଗ୍ରେସ କର୍ମୀ ପୋଲିସ ଦ୍ୱାରା ଗିରଫ ହୋଇ ଟାଉନ ଥାନାରେ ଅଟକ ରହିଥିବା ସୂଚନା ରହିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.