ETV Bharat / state

ସ୍କୁଲରେ ଶିକ୍ଷକ ହେଲେ ଜିଲ୍ଲାପାଳ, ପଢାଇଲେ ଆର୍ଥମେଟିକ୍ସ

କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଜିଲ୍ଲାପାଳ ସମର୍ଥ ବର୍ମା ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ଗଣିତ ପଢାଇଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 30, 2019, 4:25 AM IST

କେନ୍ଦ୍ରାପଡ଼ା: ସ୍କୁଲରେ ଶିକ୍ଷକ ନୁହେଁ ଜିଲ୍ଲାପାଳ ପଢାଇଲେ ପାଠ । ଜିଲ୍ଲାର ପାଟକୁରା ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଜିଲ୍ଲାପାଳ ସମର୍ଥ ବର୍ମା ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ଗଣିତ ପଢାଇଛନ୍ତି ।

ସୋମବାର ଗରଦପୁର ବ୍ଲକରେ ଥିବା ମିଳିତ ଜନଶୁଣାଣିକୁ ଯାଉଥିବା ସମୟରେ ହଠାତ ପାଟକୁରା ଉଚ୍ଚ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିଲେ ଜିଲ୍ଲାପାଳ । ବିଦ୍ୟାଳୟରେ ହଠାତ ଜିଲ୍ଲାପାଳଙ୍କ ପ୍ରବେଶକୁ ଦେଖି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହଡବଡେଇ ଯାଇଥିଲେ । ଜିଲ୍ଲାପାଳ ଦଶମ ଶ୍ରେଣୀକୁ ଯାଇ ପିଲାମାନଙ୍କ ପାଠପଢ଼ା କଥା ବୁଝିଥିଲେ । ପ୍ରଥମ ପିରିୟଡ଼ରେ ଶ୍ରେଣୀରେ ଶିକ୍ଷକ ଗଣିତ ବିଷୟ ପଢ଼ାଉଥିବା ବେଳେ ଆର୍ଥମେଟିକ ଉପରେ ଶିକ୍ଷାଦାନ ଚାଲିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଏହି ସମୟରେ ଜିଲ୍ଲାପାଳଙ୍କ ପ୍ରବେଶ ଓ ଏହାପରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ପଚାରି ନିଜେ କଳାପଟାରେ ପାଠ ଲେଖିଥିଲେ । ଏଥିସହିତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆର୍ଥମେଟିକ ସମ୍ବନ୍ଧିତ ବିଭିନ ପ୍ରଶ୍ନର ସମାଧାନ କରିଥିଲେ ।

ଏହାପରେ ଜିଲ୍ଲାପାଳଙ୍କ ସର୍ବାଧିକ ପ୍ରଶ୍ନର ଉତ୍ତର ଦେଇଥିବା ଛାତ୍ରୀଙ୍କୁ ନିଜେ ଏକ କଲମ ଉପହାର ଦେବାସହ ପରେ ଚତୁର୍ଥ ଶ୍ରେଣୀକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ମଧ୍ୟ ଦେଇଥିଲେ । ଅନ୍ୟପଟେ ବିଦ୍ୟାଳୟର ପରିମଳ ବ୍ୟବସ୍ଥା ଓ ପାନୀୟ ଜଳ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଧାନଶିକ୍ଷକଙ୍କୁ ଶୈକ୍ଷିକ ପରିବେଶକୁ ସଫାସୁତୁରା ରଖିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ବିଦ୍ୟାଳୟ ପରିସରରେ ଏକ ଗଭୀର ନଳକୂପ ବସାଇବା ପାଇଁ ଗରଦପୁର ବିଡ଼ିଓଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ଜିଲ୍ଲାପାଳ ।

ତେବେ ଜିଲ୍ଲା ଗଠନର ୨୬ ବର୍ଷ ମଧ୍ୟରେ ୪୫ତମ ଜିଲ୍ଲାପାଳ ଭାବରେ ଲୋକାଭିମୁଖୀ କାର୍ଯ୍ୟ ନେତାମାନଙ୍କୁ ଠିକ ଭାବରେ ହଜମ ହେଉ ନଥିବା ଚର୍ଚ୍ଚା ହେଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:29.07.2019
Radhakanta Mohanty,Kendrapada
Slug-od_kpr_02_collector taught_script_7204459
Anchor-କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଭାବରେ ଗଣିତ ପାଠ ପଢ଼ାଇଲେ।ଆଜି(ସୋମବାର)ଗରଦପୁର ବ୍ଲକରେ ଥିବା ମିଳିତ ଜନଶୁଣାଣୀକୁ ଯାଉଥିବା ସମୟରେ ହଠାତ ପାଟକୁରା ହାଇସ୍କୁଲ ମଧ୍ୟକୁ ପ୍ରବେଶ କରିଥିଲେ ଜିଲ୍ଲାପାଳ।ବିଦ୍ୟାଳୟରେ ହଠାତ ଜିଲ୍ଲାପାଳଙ୍କ ପ୍ରବେଶକୁ ଦେଖି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହଡବଡେଇ ଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ବର୍ମା ଦଶମ ଶ୍ରେଣୀକୁ ଯାଇ ପିଲାମାନଙ୍କ ପାଠ ପଢ଼ା ବୁଝିଥିଲେ।ପ୍ରଥମ ପିରିୟଡ଼ରେ ଶ୍ରେଣୀରେ ଶିକ୍ଷକ ଗଣିତ ବିଷୟ ପଢ଼ାଉଥିବା ବେଳେ ଆରିଥମେଟିକ ଉପରେ ଶିକ୍ଷାଦାନ ଚାଲିଥିଲା।ଏହି ସମୟରେ ଜିଲ୍ଲାପାଳଙ୍କ ପ୍ରବେଶ ଓ ଏହାପରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶ୍ନ ପଚାରି ନିଜେ କଳାପଟାରେ ପାଠ ଲେଖିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆରିଥମେଟିକ ସମ୍ବନ୍ଧିତ ବିଭିନ ପ୍ରଶ୍ନର ସମାଧାନ କଳାପଟା ମାଧ୍ୟମରେ କରିଥିଲେ।ଏହାପରେ ଜିଲ୍ଲାପାଳଙ୍କ ସର୍ବାଧିକ ପ୍ରଶ୍ନର ଉତ୍ତର ଦେଇଥିବା ଛାତ୍ରୀଙ୍କୁ ନିଜେ ଏକ କଲମ ଉପହାର ଦେବାସହ ପରେ ଚତୁର୍ଥ ଶ୍ରେଣୀକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ମଧ୍ୟ ଦେଇଥିଲେ ଓ ଛାତ୍ରଛାତ୍ରୀ ମଧ୍ୟ ଜିଲ୍ଲାପାଳଙ୍କ ଶିକ୍ଷାଦାନକୁ ଅତ୍ୟନ୍ତ ଆନନ୍ଦର ସହ ଗ୍ରହଣ କରିଥିଲେ।ତେବେ ବିଦ୍ୟାଳୟର ପରିମଳ ବ୍ୟବସ୍ଥା ଓ ପାନୀୟ ଜଳ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଧାନଶିକ୍ଷକଙ୍କୁ ଶୈକ୍ଷିକ ପରିବେଶକୁ ସଫାସୁତୁରା ରଖିବା ପାଇଁ ପରାମର୍ଶ ଦେବାସହ ବିଦ୍ୟାଳୟ ପରିସରରେ ଏକ ଗଭୀର ନଳକୂପ ବସାଇବା ପାଇଁ ଗରଦପୁର ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଶ୍ରୀ ବର୍ମା।ତେବେ ଜିଲ୍ଲା ଗଠନର ୨୬ବର୍ଷ ମଧ୍ୟରେ ଗତ ଜୁନ ୨୪ରେ ଜିଲ୍ଲାରେ ୪୫ତମ ଜିଲ୍ଲାପାଳ ଭାବରେ ଯୋଗଦେଇଥିବା ଶ୍ରୀ ବର୍ମା ତାଙ୍କର ଲୋକାଭିମୁଖୀ କାର୍ଯ୍ୟକରି ଜନାଦୃତ ହେଉଥିବା ବେଳେ ନେତା ଓ ନେତୃତ୍ୱ ଏହାକୁ ଠିକ ଭାବରେ ହଜମ କରୁଛନ୍ତି ନା ନିଜ ପତିଆରା ହ୍ରାସ ହୋଇଯିବା ଭୟରେ ଜିଲ୍ଲାପାଳଙ୍କ ତାଲିକାରେ ଆଉ ଗୋଟିଏ ନମ୍ବର ବଢ଼ାଉଛନ୍ତି ତାହା ଦେଖିବାକୁ ବାକି ରହିଲା।Body:ଜିଲ୍ଲାପାଳଙ୍କ ଶିକ୍ଷାଦାନConclusion:ଜିଲ୍ଲାପାଳଙ୍କ ଶିକ୍ଷାଦାନ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.