ETV Bharat / state

ଅଳିଆଗଦା ପାଲଟିଛି ଜିଲ୍ଲାପାଳ ଅଫିସ, ଆସୁ ନାହାଁନ୍ତି ପୋୖର କର୍ମଚାରୀ - kendrapada district news

କେନ୍ଦ୍ରାପଡା ଜିଲ୍ଲାରେ ଫେଲ ମାରିଛି ସ୍ବଚ୍ଛତା ମିଶନ । ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଲଟିଛି ଅଳିଆଗଦା । କେଇ ହାତ ଦୂରରେ ଅଛି ପୌରପାଳିକା କାର୍ଯ୍ୟାଳୟ । ତଥାପି ସୁଧୁରୁନି ସ୍ଥିତି । ଅଧିକ ପଢନ୍ତୁ...

ଜିଲ୍ଲାପାଳ ଅଫିସ ଲଟିଛି ଅଳିଆ ଗଦା , ଶୁଣୁନାହିଁ ପୋୖର ପ୍ରଶାସନ

author img

By

Published : Jun 26, 2021, 8:53 PM IST

କେନ୍ଦ୍ରାପଡା: ସ୍ବଚ୍ଛଭାରତ ନାରାରେ ଆଗକୁ ବଢୁଛି ଦେଶ। ପରିବେଶକୁ ପରିଷ୍କାର ରଖିବା ସହ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଉଛନ୍ତି ସଭିଏଁ । ଏମିତିକି ନିଜେ କେତେବେଳେ ନେତା, ମନ୍ତ୍ରୀ, ପ୍ରଶାସକମାନେ ମଧ୍ୟ ହାତରେ ଝାଡୁ ଧରି ସଫେଇ କାର୍ଯ୍ୟକ୍ରମରେ ସାମିଲ ଜନ ସାଧାରଣଙ୍କୁ ପ୍ରେରଣା ହେଉଥିବା ଦେଖିବାକୁ ମିଳୁଛି । ହେଲେ ଏସବୁ ଭିତରେ ଆନ୍ତରିକତାର ଅଭାବ କେତେ ତାହା ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟାଳୟରୁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରଣତ ହେଲାଣି ଅଳିଆ ଗଦାରେ । ମାତ୍ର କେହି ହାତ ଦୂରରେ ପୌରପାଳିକା କାର୍ଯ୍ୟାଳୟ ଥିବା ସତ୍ତ୍ବେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରରୁ ଉଠିପାରୁନି ଅଳିଆ । ପ୍ରତିଦିନ ବିଭିନ୍ନ କାର୍ଯ୍ୟପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିବା ଲୋକେ ଅତିଷ୍ଠ ହୋଇ ପଡିଲେଣି । ତଥାପି କାର୍ଯ୍ୟାନୁଷ୍ଠାନ ଶୂନ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ ।

କେନ୍ଦ୍ରାପଡ଼ା କଲେକ୍ଟର ଅଫିସ ପାଲଟିଛି ଅଳିଆ ଗଦା , ଶୁଣୁନାହିଁ ପୋୖର ପ୍ରଶାସନ

ଜାତିର ଜନକ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମଜୟନ୍ତୀକୁ ଅବିସ୍ମରଣୀୟ କରିବା ପାଇଁ ଦେଶରେ ଗାନ୍ଧୀଙ୍କ ବିଚାରଧାରା ଅନୁଯାୟୀ ପାଳିତ ହୋଇଛି ସ୍ୱଚ୍ଛଭାରତ ଅଭିଯାନ । ପ୍ରଧାନମନ୍ତ୍ରୀ ନିଜେ ଝାଡୁ ଧରି ଗଙ୍ଗାନଦୀ କୂଳ ସଫେଇର ଦୃଶ୍ୟ ବେଶ ପ୍ରେରଣାଦାୟୀ।ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଏଥିରୁ ବାଦ ପଡିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରବେଶପଥରେ କୁଢ଼କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହେଉଥିବାବେଳେ ବର୍ଷାପାଣି ନିଷ୍କାସନ ବାଟ ନାହିଁ । ଫଳ ସ୍ବରୂପ ସାମାନ୍ୟ ବର୍ଷା ହେଲେ ସାଧାରଣ ଜନତା ଆଉ ଅଧିକାରୀଙ୍କ ପ୍ରବେଶ ପଥରେ ଛିଡା ହୁଏ ପାଦେ ଉଚ୍ଚର ଆବର୍ଜ୍ଜନା ମିଶା ବର୍ଷାପାଣି।କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଟ୍ଟାଳିକାକୁ ଲାଗି ବଡ଼ବଡ଼ ଗଛ ରହିଥିବାବେଳେ ଏଥିରେ ଲତାଜାତୀୟ ଉଦ୍ଭିଦ୍ଦ ମାଡି କାର୍ଯ୍ୟାଳୟ ପ୍ରକୋଷ୍ଠକୁ ପ୍ରବେଶ କଲେଣି । ଅନ୍ୟପଟେ କାର୍ଯ୍ୟାଳୟ ପଛପାଖର ସ୍ଥିତି ଏପରି ଯେ ଏକ ସ୍ଥାୟୀ ଡ଼ମ୍ପିଂୟାର୍ଡରେ ପରିଣତ ହୋଇଛି ।

ଏଭଳି ଅବସ୍ଥା ନେଇ ଜିଲ୍ଲାପଳାଙ୍କ ପଚରାଯିବାରୁ, ବାତ୍ୟା ପାଇଁ ସମସ୍ତ ଅଧିକାରୀ ବ୍ୟସ୍ତ ଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଥିବା ବେଳେ ଖୁବଶୀଘ୍ର ବିଭିନ୍ନ ବିଭାଗ ଓ କାର୍ଯ୍ୟାଳୟ ମାନଙ୍କରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଫେଇ ପାଇଁ ମାତ୍ର ଜଣେ କର୍ମଚାରୀଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ସେ ଶାରୀରିକ ଭିନ୍ନକ୍ଷମ ହୋଇଥିବା କାରଣରୁ ସଠିକ ଭାବରେ ସଫେଇ କରିବା ସମ୍ଭବ ହେଉନାହିଁ ।

ପୌର ପରିଷଦ କାର୍ଯ୍ୟାଳୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କେଇହାତ ବାଟ ହୋଇଥିବା ଜିଲ୍ଲାମୁଖ୍ୟାଳୟର ଏପରି ଅବ୍ୟବସ୍ଥା ସରକାରୀ ଉଦାସୀନତାକୁ ପଦାରେ ପକାଇଛି । ଯଦି ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟର ଅବସ୍ଥା ଏପରି ତେବେ ଜିଲ୍ଲାରେ କିପରି କାର୍ଯ୍ୟକାରୀ ହେଉଛି ସ୍ବଚ୍ଛତା ମିଶନ ତାହା ସହଜରେ ଅନୁମେୟ । ତେବେ କେବେ ପ୍ରଶାସନର ଦୃଷ୍ଟି ପଡୁଛି ଓ ଅବସ୍ଥାରେ ସୁଧାର ଆସୁଛି ତାକୁ ସମସ୍ତଙ୍କ ଅପେକ୍ଷା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.