ETV Bharat / state

ଆସୁଛି ବାତ୍ୟା, କିପରି ଚାଲିଛି ପ୍ରସ୍ତୁତି ଅନୁଧ୍ୟାନ କଲେ କେନ୍ଦ୍ରାପଡା ଜିଲ୍ଲାପାଳ - କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ବାତ୍ୟା ପ୍ରସ୍ତୁତି

ସମ୍ଭାବ୍ୟ ମହାବାତ୍ୟା 'ୟସ'କୁ ନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପ୍ରସ୍ତୁତି ଆରମ୍ଭ । ବାତ୍ୟା ପୂର୍ବ ଏବଂ ପରବର୍ତ୍ତୀ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିପରି ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ବାତ୍ୟା ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ଅନୁଧ୍ୟାନ କଲେ କେନ୍ଦ୍ରାପଡା ଜିଲ୍ଲାପାଳ

author img

By

Published : May 22, 2021, 7:32 AM IST

Updated : May 22, 2021, 9:02 AM IST

କେନଦ୍ରାପଡା: ସମ୍ଭାବ୍ୟ ମହାବାତ୍ୟା 'ୟସ' ପାଇଁ ପ୍ରଶାସନିକ ପ୍ରସ୍ତୁତିକୁ ତଦାରଖ କରିବା ସହ ଜିଲ୍ଲାରେ ଥିବା ବିଭିନ୍ନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଗୁଡିକ ପରିଦର୍ଶନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । ବାତ୍ୟାର ରୂପରେଖ ଆରମ୍ଭ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଆସିନ ଥିବାବେଳେ ରାଜସ୍ୱ କମିଶନର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ନିର୍ଦ୍ଦେଶାନୁସାରେ ସମସ୍ତ ଲୋକଙ୍କୁ ସ୍ଥାନାନ୍ତରଣ ସହ ଆଶ୍ରୟସ୍ଥଳୀଗୁଡିକରେ ଲାଇଟ ଓ ପାନୀୟଜଳ ବ୍ୟବସ୍ଥାକୁ ପ୍ରସ୍ତୁତ କରିଛି ପ୍ରଶାସନ ।

ଆସୁଛି ବାତ୍ୟା, କିପରି ଚାଲିଛି ପ୍ରସ୍ତୁତି ଅନୁଧ୍ୟାନ କଲେ କେନ୍ଦ୍ରାପଡା ଜିଲ୍ଲାପାଳ

ବାତ୍ୟା ପରେ ରାସ୍ତାଘାଟ ସଫା, ପାନୀୟଜଳ ଯୋଗାଣ ଓ ବିଦ୍ୟୁତ ଯୋଗାଣ ଉପରେ ବିଶେଷ ଫୋକସ ରଖିଛି ପ୍ରଶାସନ । ସମସ୍ତ ବ୍ଲକ ହେଡକ୍ବାଟରରେ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ ତାର, ଇଲେକ୍ଟ୍ରିକ ପୋଲ ଓ ଟ୍ରାନ୍ସଫର୍ମର ମହଜୁଦ ରଖିବା ସହ ଶୁଖିଲା ଖାଦ୍ୟ ପହଞ୍ଚାଇବା ବ୍ୟବସ୍ଥାକୁ ନିରୀକ୍ଷଣ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ସମୁଦ୍ର ଉପକୂଳରେ ରହିଥିବାରୁ ଏହି ଦୁଇଟି ବ୍ଲକ ଉପରେ ବିଶେଷ ଫୋକସ ରହିଛି ।

ସେହିପରି କୋଭିଡ ମହାମାରୀ ସମୟରେ ଏଭଳି ପ୍ରାକୃତିକ ବିପତ୍ତି ଆସୁଥିବାରୁ ସମସ୍ତ ଆଶ୍ରୟ ସ୍ଥଳୀଗୁଡିକରେ ସାମାଜିକ ଦୂରତାକୁ ପାଳନ କରିବା ପାଇଁ ବିଭିନ୍ନ ଗାଁରେ ଥିବା ବିଦ୍ୟାଳୟଗୁଡିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ଗର୍ଭବତୀ ମହିଳା ମାନଙ୍କୁ ବାତ୍ୟା ପୂର୍ବରୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରିତ କରିବା ପାଇଁ ପ୍ରଶାସନ ଲକ୍ଷ୍ୟ ରଖି ଥିବାବେଳେ କୋଭିଡ ସୁରକ୍ଷା ଦୃଷ୍ଟିରୁ ଦୁଇଟି ଆମ୍ବୁଲାନ୍ସ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 22, 2021, 9:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.