ETV Bharat / state

OASରେ ୧୭ ରାଙ୍କ ରଖିଲେ କେନ୍ଦ୍ରାପଡ଼ାର ଚାଷୀ ଝିଅ ହରପ୍ରିୟା

author img

By

Published : Oct 8, 2022, 4:28 PM IST

Updated : Oct 8, 2022, 5:11 PM IST

ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦ । କେନ୍ଦ୍ରାପଡ଼ାର ଜଣେ କ୍ଷୁଦ୍ର ଚାଷୀଙ୍କ ଝିଅ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ OASରେ ୧୭ ରାଙ୍କରେ ରହିଛନ୍ତି । ଅଧିକ ପଢନ୍ତୁ

OASରେ ୧୭ ରାଙ୍କ ରଖିଲେ କେନ୍ଦ୍ରାପଡ଼ାର ଚାଷୀ ଝିଅ ହରପ୍ରିୟା
OASରେ ୧୭ ରାଙ୍କ ରଖିଲେ କେନ୍ଦ୍ରାପଡ଼ାର ଚାଷୀ ଝିଅ ହରପ୍ରିୟା

କେନ୍ଦ୍ରାପଡ଼ା: ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ । ଏହି ପରୀକ୍ଷାରେ ୧୭ ରାଙ୍କ ରଖି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ହରପ୍ରିୟା । ଦୃଢ଼ ଇଚ୍ଛାଶକ୍ତି ଆଉ ପରିସ୍ଥିତି ଆଗରେ ହାର ମାନିଛି ଦାରିଦ୍ର୍ୟତା । ଜଣେ କ୍ଷୁଦ୍ର ଚାଷୀଙ୍କ ଝିଅ ହରପ୍ରିୟା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଆଣିଛନ୍ତି ଗୌରବ ।

ଜିଲ୍ଲାର ଡେରାବିଶ ବ୍ଲକ ସବଳଙ୍ଗ ଗାଁର ନଟବର ପୃଷ୍ଟିଙ୍କ ଝିଅ ହେଉଛନ୍ତି ହରପ୍ରିୟା ପୃଷ୍ଟି । ବିଦ୍ୟାଳୟରେ ପାଠ ପଢିବା ସମୟରୁ ହରପ୍ରିୟା ନିଜ ମେଧାଶକ୍ତି ଦେଖାଇଥିଲେ। ସ୍ଥାନୀୟ ରାମଚନ୍ଦ୍ର ବିଦ୍ୟାପୀଠ, ସବଳଙ୍ଗରେ ମ୍ୟାଟ୍ରିକ ପାସ କରିବା ପରେ ସାଲେପୁର ଜୁନିୟର ମହାବିଦ୍ୟାଳୟରେ +୨ ଓ କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟରୁ +୩ ପାସ କରିଥିଲେ । ପରେ ବିଇଡି ପାସ କରି ୨୦୧୯ରେ ଅନୁଷ୍ଠିତ ORS ପରୀକ୍ଷାର ଫଳାଫଳ ୨୦୨୧ ମସିହାରେ ପ୍ରକାଶ ପାଇଥିବାବେଳେ, ଏଥିରେ ୭୨ ରାଙ୍କରେ ପାସ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ।

ତେବେ ଗତବର୍ଷ OPSC ପକ୍ଷରୁ ଅନୁଷ୍ଠିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ହରପ୍ରିୟା ୧୭ ତମ ରାଙ୍କରେ ରହିଛନ୍ତି । ହରପ୍ରିୟା ଏବେ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିବା ବେଳେ ଭବିଷ୍ୟତରେ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମହିଳା ସଶକ୍ତିକରଣ ଓ ଚିକିତ୍ସା ସୁବିଧା ଉପରେ ଗୁରୁତ୍ବ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ନିଜର ଏହି ସଫଳତା ପାଇଁ ହରପ୍ରିୟା ପରିବାରର ସମସ୍ତ ସଦସ୍ୟ, ଶିକ୍ଷକ ଅଧ୍ୟାପକଙ୍କ ସମେତ ଗୁଗୁଲ ଓ ଟେଲିଗ୍ରାମକୁ ଧନ୍ୟବାଦ ଦେଇଛନ୍ତି ।

ଏହା ବି ପଢନ୍ତୁ- ପ୍ରକାଶ ପାଇଲା 2020 OAS ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର

ଦୈନିକ ନିଷ୍ଠାପର ଭାବେ ସେ ୭ରୁ ୮ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରୁଥିବା କହିଛନ୍ତି । କୃତକାର୍ଯ୍ୟ ହେବା ପରେ ନିଜ ପ୍ରତିକ୍ରିୟାରେ ହରପ୍ରିୟା କହିଛନ୍ତି, " ମୋ ରାଙ୍କ ସହିତ ମୁଁ ଖୁସି ଅଛି । ପ୍ରତିଦିନ ମୁଁ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲି । ୨୦୧୯ ଓସିଏସ ପରୀକ୍ଷାରେ ମୋର ୭୨ ରାଙ୍କ ରହିଥିଲା । ମାତ୍ର ଚଳିତ ଥର ମୋର ୧୭ ରାଙ୍କ ରହିଛି । ଭଗବାନଙ୍କ ସହିତ ମୋର ପରିବାର ଓ ବନ୍ଧୁଙ୍କୁ ସଫଳତାର ଶ୍ରେୟ ଦେବାକୁ ଚାହିଁବି । ଗୁଗଲ୍‌ ଓ ଟେଲିଗ୍ରାମରୁ ମଧ୍ୟ ମୋତ ପାଠପଢାରେ ବହୁତ ସାହାଯ୍ୟ ମିଳିଛି ।"

ଏହା ବି ପଢନ୍ତୁ- OPSC exams: ସପ୍ତମ ରାଙ୍କରେ କନ୍ଧମାଳର ଝିଅ ଶୁଭଶ୍ରୀ ରଥ

ସୂଚନା ଥାଉ କି ତେଜସ୍ବିନୀ ବେହେରା ଓଏଏସ (OAS) ଟପ୍ପର ହୋଇ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେସ୍ନା ଦାସ ଓ ତୃତୀୟ ସ୍ଥାନରେ ଅନନ୍ୟା ଶ୍ରିଷ୍ଠି ଶତପଥୀ ରହିଛନ୍ତି । ପରୀକ୍ଷାରେ ମୋଟ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଛନ୍ତି । ଟପ୍‌ ୧୦ ରାଙ୍କରେ ୭ ଜଣ ଝିଅ ରହିଥିବାବେଳେ ୩ ଜଣ ପୁଅ ରହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Oct 8, 2022, 5:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.