ETV Bharat / state

କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ, ବିଚିତ୍ରାନନ୍ଦ ମହାନ୍ତି ସଭାପତି ନିର୍ବାଚିତ - କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ ଫଳାଫଳ

କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ ଫାଳଫଳ ପ୍ରକାଶ ପାଇଛି । ସଭାପତି ପ୍ରାର୍ଥୀ ବିଚିତ୍ରାନନ୍ଦ ମହାନ୍ତି ଏକତରଫା ବିଜୟ ହାସଲ କରିଛନ୍ତି । ଅଧିକ ପଢନ୍ତୁ

kendrapara bar association election result
କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ
author img

By

Published : Mar 26, 2023, 8:12 AM IST

Updated : Mar 26, 2023, 8:48 AM IST

କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ ଫଳାଫଳ

କେନ୍ଦ୍ରାପଡା: ଜିଲ୍ଲା ଓକିଲ ସଂଘ ନିର୍ବାଚନ ଫଳ ପ୍ରକାଶ ପାଇଛି । ସଭାପତି ପଦରେ ବାଜି ମାରି ନେଇଛନ୍ତି ବିଚିତ୍ରାନନ୍ଦ ମହାନ୍ତି । ବିଳମ୍ବିତ ରାତିରେ କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ ଫଳ ଘୋଷଣା ହୋଇଛି । ଓକିଲ ସଂଘ ନିର୍ବାଚନରେ ମୋଟ ୬ଟି ପଦବୀ ପାଇଁ ନିର୍ବାଚନ ହୋଇଥିଲା । ସଭାପତି ଭାବେ ବିଚିତ୍ର ଏକ ପାଖିଆ ବିଜୟ ହାସଲ କରିଛନ୍ତି ।

ଉପ ସଭାପତି ପଦବୀ ପାଇଁ ପ୍ରତିଦ୍ବନ୍ଦିତା ଏକ ରୋଚକମୟ ପରିସ୍ଥିତି ସୃଷ୍ଟି କରିଥିଲା । ପୂର୍ବରୁ ଏହି ପଦବୀରେ ରହିଥିବା ହାଡ଼ିବନ୍ଧୁ ସିଂହ ନିଜ ଭାଗ୍ୟକୁ ପୁଣିଥରେ ପରୀକ୍ଷା କରୁଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରଭାତ ପ୍ରଧାନ ମାତ୍ର ୫ ଖଣ୍ଡ ଭୋଟରେ ତାଙ୍କୁ ପରାସ୍ତ କରିଥିଲେ ଯାହାକି କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନରେ ସର୍ବନିମ୍ନ ଭୋଟ ବ୍ୟବଧାନ ବୋଲି ସୂଚନା ମିଳିଛି । ଅନ୍ୟପଟେ ସଭାପତି ପଦବୀ ପାଇଁ ମୋଟ ୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ କେନ୍ଦ୍ରାପଡ଼ା ଲିଗାଲ ଫ୍ରଣ୍ଟ ପ୍ରାର୍ଥୀ ବିଚିତ୍ରାନନ୍ଦ ମହାନ୍ତି ନିଜ ପ୍ରତିଦ୍ବନ୍ଦୀ ନିରଞ୍ଜନ ଗୋଚ୍ଛାୟତଙ୍କୁ 100ରୁ ଊର୍ଦ୍ଧ୍ବ ଭୋଟରେ ପରାସ୍ତ କରିଛନ୍ତି । ବିଜୟୀ ହେବା ପରେ ଓକିଲମାନଙ୍କର ଯାହା କିଛି ସମସ୍ୟା ରହିଛି ତାହାକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଚିତ୍ରାନନ୍ଦ । ଏହାସହ ବାର ଆସୋସିଏସନକୁ ନୂଆ କରି ଆସୁଥିବା ଓକିଲମାନଙ୍କ ପାଇଁ ଏକ ପାଠାଗାର ନିର୍ମାଣ ପାଇଁ ସେ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...ଓକିଲ ସଂଘ ନିର୍ବାଚନ: ଜଗତସିଂହପୁର ଓ କେନ୍ଦୁଝରରେ କିଏ ଜିତିଲା କିଏ ହାରିଲା

ଗତକାଲି (ଶନିବାର) ସକାଳ ୮ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ଅପରାହ୍ନ ୩ଟାରେ ଭୋଟିଂ ଶେଷ ହୋଇଥିଲା । ଏହାର 1 ଘଣ୍ଟା ପରେ ଗଣନା ଆରମ୍ଭ ହୋଇଥିଲା । ଏକଜେକ୍ୟୁଟିଭ ବଡ଼ି ମେମ୍ବରର ପ୍ରଥମ ଗଣତି କାର୍ଯ୍ୟ ହୋଇଥିବା ବେଳେ ଏଥିରେ ଯୁବ ଚେହେରା ମମତାମୟୀ ସାମଲ ନିକଟତମ ପ୍ରତିଦ୍ବନ୍ଦୀ ଅଞ୍ଜନା ମହାନ୍ତିଙ୍କୁ ୧୧୮ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସେହିପରି କୋଷାଧ୍ୟକ୍ଷ ପଦବୀ ପାଇଁ ଦୟାଶଙ୍କର ଦ୍ବିବେଦୀ ନିକଟତମ ପ୍ରତିଦ୍ବନ୍ଦୀ ତାରିଣୀ ପାଟଯୋଶୀଙ୍କୁ ୧୦୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଆସିଷ୍ଟାଣ୍ଟ ଜଏଣ୍ଟ ସେକ୍ରେଟାରୀ ପଦବୀ ପାଇଁ ପବିତ୍ର ପରିଡା ବିପକ୍ଷ ସମର କେଶରୀ ମହାପାତ୍ରଙ୍କୁ ୭୩ ଖଣ୍ଡ ଭୋଟରେ ପରାସ୍ତ କରିଥିବା ବେଳେ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାପତି ତଥା ପୂର୍ବତନ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ରୋଶନା ସାହୁଙ୍କ ସ୍ବାମୀ ଓକିଲ ମନୋଜ କୁମାର ସାହୁଙ୍କୁ ତାଙ୍କ ପ୍ରତିଦ୍ବନ୍ଦୀ ଧନୁର୍ଦ୍ଧର ନାୟକ ୫୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।

ସଭାପତି ଦୌଡରେ ମୋଟ 4ଜଣ ପ୍ରାର୍ଥୀ ରହିଥିଲେ । ସେହିପରି ସମ୍ପାଦକ ପଦ ପାଇଁ ଦୁଇଜଣଙ୍କ ମଧ୍ୟରେ ଲଢେଇ ହୋଇଥିଲା । ମୋଟ 538 ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିଥିଲେ । କେନ୍ଦ୍ରାପଡାରେ ସୁରୁଖୁରୁରେ ମତଦାନ ସମାପ୍ତ ହୋଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Mar 26, 2023, 8:48 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.