ETV Bharat / state

ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ: ବଳଦେବଜୀଉ ମନ୍ଦିରରେ ହେବ ନାହିଁ ରଥଯାତ୍ରା, ମର୍ମାହତ ସେବାୟତ - ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ

ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ଆୟୋଜନ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ବର୍ତ୍ତମାନର ସ୍ଥିତିରେ ଅନୁମତି ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ଶୁଣାଣିରେ ଆମେ ମର୍ମାହତ ଥିବା କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ସେବାୟତ ସଞ୍ଜୟ କୁମାର ପତ୍ରୀ ମତ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ସାମ୍ନାକୁ ଆସିଲା ବଳଦେବଜୀଉ ମନ୍ଦିର ସେବାୟତଙ୍କ ପ୍ରତିକ୍ରିୟା

author img

By

Published : Jul 6, 2021, 2:19 PM IST

କେନ୍ଦ୍ରାପଡା: ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ଆୟୋଜନ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ବର୍ତ୍ତମାନର ସ୍ଥିତିରେ ଅନୁମତି ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଏହି ଶୁଣାଣି ପରେ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ସେବାୟତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସୁପ୍ରିମକୋର୍ଟଙ୍କ ଶୁଣାଣିରେ ଆମେ ମର୍ମାହତ ଥିବା ସେ କହିଛନ୍ତି ।

ସାମ୍ନାକୁ ଆସିଲା ବଳଦେବଜୀଉ ମନ୍ଦିର ସେବାୟତଙ୍କ ପ୍ରତିକ୍ରିୟା

ରାଜ୍ୟ ସରକାର ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେବା ପରେ ନିର୍ଦ୍ଦେଶର ବିରୋଧ କରି ତୁଳସୀକ୍ଷେତ୍ର ସେବାୟତ, ବୁଦ୍ଧିଜୀବି ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଥିବାବେଳେ ଏହା ବିରୋଧରେ ମାନ୍ୟବର ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଥିଲେ ଧର୍ମରକ୍ଷା ସେନା ଓ ଗୋ ସୁରକ୍ଷା ବାହିନୀ ସଦସ୍ୟ ।

ମଙ୍ଗଳବାର ଭର୍ଚୁଆଲ ମୋଡ଼ରେ ମାନ୍ୟବର ସୁପ୍ରିମକୋର୍ଟ ଶୁଣାଣି କରିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ଏହି ଶୁଣାଣି ସମୟରେ ଉପସ୍ଥିତ ରହି କେନ୍ଦ୍ରାପଡାରେ ରଥଯାତ୍ରା ହେଲେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ରଥଯାତ୍ରା ପାଇଁ ଦାବି ଉଠିବ ଓ କୋଭିଡ ସମୟରେ ଏହି ରଥଯାତ୍ରା ପାଇଁ ଉପୁଜିବାକୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ଦର୍ଶାଇ ଥିଲେ।

ଏହି ଶୁଣାଣିରେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହି ପୁରୀ ଭଳି ରାଜ୍ୟର ଅନ୍ୟତମ କ୍ଷେତ୍ର ବଳଦେବଜୀଉଙ୍କ ରଥଯାତ୍ରା ଆବଶ୍ୟକୀୟ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ଶୁଣାଣି ସମୟରେ ଆବେଦନକାରୀ ଉପସ୍ଥିତ ରହିଥିବା ବେଳେ ମାନ୍ୟବର ନ୍ୟାୟଧିଶ ଶୁଣାଣି ଶେଷରେ "ଆଇ କାଣ୍ଟ ହେଲ୍ପ" କହିଥିବାରୁ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଥିବା ଶେଷ ଆଶା ଟିକକ ମଧ୍ୟ ମଉଳି ଯାଇଛି ବୋଲି ବଳଦେବଜୀଉ ମନ୍ଦିର ସେବାୟତ ସଞ୍ଜୟ କୁମାର ପତ୍ରୀ ମତ ପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.