ETV Bharat / state

ସାବିତ୍ରୀ ପାଇଁ ବାପଘରକୁ ଯାଇ ସ୍ତ୍ରୀ ନିଖୋଜ ! ଭିଡିଓ ଜାରି କରି ନ୍ୟାୟ ମାଗିଲେ ସ୍ୱାମୀ

ବାପ ଘରକୁ ଯାଇ ପତ୍ନୀ ନିଖୋଜ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଏକ ଘଟଣା ଚହଳ ସୃଷ୍ଟି ହୋଇଛି । ମହିଳା ନିଖୋଜ ନେଇ ଶାଶୁଘର ପକ୍ଷରୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଧିକ ପଢ଼ନ୍ତୁ

wife missing in kendrapada
ସାବିତ୍ରୀ ପାଇଁ ବାପଘରକୁ ଯାଇ ସ୍ତ୍ରୀ ଫେରାର,ଭିଡିଓ କରି ନ୍ୟାୟ ମାଗୁଛନ୍ତି ସ୍ୱାମୀ
author img

By

Published : Jun 13, 2022, 5:10 PM IST

କେନ୍ଦ୍ରାପଡ଼ା: ବାପ ଘରକୁ ଯାଇ ପତ୍ନୀ ନିଖୋଜ । କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଏକ ଘଟଣା ଚହଳ ସୃଷ୍ଟି ହୋଇଛି । ମହିଳା ନିଖୋଜ ନେଇ ଶାଶୁଘର ପକ୍ଷରୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଦିଲ୍ଲୀରୁ ଭିଡିଓ ଜାରି କରି ନ୍ୟାୟ ଭିକ୍ଷା କରିଛନ୍ତି ସ୍ୱାମୀ l

ସାବିତ୍ରୀ ପାଇଁ ବାପଘରକୁ ଯାଇ ସ୍ତ୍ରୀ ନିଖୋଜ ! ଭିଡିଓ ଜାରି କରି ନ୍ୟାୟ ମାଗିଲେ ସ୍ୱାମୀ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାହାରାକୁଳ ଗ୍ରାମର ଦେବେନ୍ଦ୍ର ସୁତାରଙ୍କ ପତ୍ନୀ ବନ୍ଦନା ସୁତାର ସାବିତ୍ରୀ ବ୍ରତ ପୂର୍ବଦିନ ବାପ ଘରକୁ ଯାଇଥିଲେ । ବ୍ରତ ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟେ ଫୋନ ଯୋଗେ କଥା ହୋଇଥିଲେ ଏବଂ ପରଦିନ ବନ୍ଦନା ନିଜ ଶାଶୁଘରକୁ ଫେରିଯିବେ ବୋଲି କହିଥିଲେ । କିନ୍ତୁ ସକାଳୁ ସେ ଘରେ ନଥିବା ନେଇ ଦେବେନ୍ଦ୍ରଙ୍କୁ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆ ଯାଇଥିଲା। ଏହି ଘଟଣା ନେଇ ଦେବେନ୍ଦ୍ରଙ୍କ ବାପା ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ଫଳରେ ଦେବେନ୍ଦ୍ର ଏକ ଭିଡିଓ ଜାରି କରି ନ୍ୟାୟ ଭିକ୍ଷା କରିଛନ୍ତି।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.