ETV Bharat / state

ନୀରବି ଯାଇଛି ନିଖୁଣ ଅଭିନୟ, ରାମଲୀଳା ମୈଦାନରୁ ନିଖୋଜ ସୀତା ! - କେନ୍ଦ୍ରାପଡା ରାମଲୀଳା ସୀତା

ପୂଜାପାର୍ବଣରେ ଥୟ ଧରୁନଥିଲା ତାର ଦୁଇ ପାଦ । ଗାଁ ଗାଁ ବୁଲି ଏ ପେଣ୍ଡାଲରୁ ସେ ପେଣ୍ଡାଲ ହେଉଥିଲା । ହାତରେ ରଙ୍ଗବେରଙ୍ଗର ଶଙ୍ଖା, ପାଦରେ ଘୁଙ୍ଗୁର ଓ ମଥାରେ ସିନ୍ଦୂର ନାଇଁ ରାମଲୀଳା ମଇଦାନରେ ସାଜୁଥିଲା ସୀତା । ନିଖୁଣ ଅଭିନୟରେ ଗୁଞ୍ଜରିତ ହେଉଥିଲା କରତାଳି । ଆଜି ଏ ମଇଦାନରୁ ସେ ନିଖୋଜ ହୋଇଯାଇଛି । ଡାଏଗଲା ଭରା ତୁଣ୍ଡ ନିଶବ୍ଦ । ଶୁକୁଳିରେ ବନ୍ଦୀ ଜୀବନ କାଟୁଛି ବଦନୀ । ଅଧିକ ପଢନ୍ତୁ...

ନୀରବି ଯାଇଛି ନିଖୁଣ ଅଭିନୟ
ନୀରବି ଯାଇଛି ନିଖୁଣ ଅଭିନୟ
author img

By

Published : Sep 19, 2020, 5:49 PM IST

କେନ୍ଦ୍ରାପଡା: ଲୁହା ଶିକୁଳିରେ ବନ୍ଧା ପଡିଛି ‘ସୀତା’ । ବାଜୁ ନାହିଁ ତା’ ହାତର ଶଙ୍ଖା । ଶୁଭୁ ନାହିଁ ଘୁଙ୍ଗୁରର ରୁଣୁ ଝୁଣୁ ଶବ୍ଦ । ଅନର୍ଗଳ ଡାଏଲଗ କହୁଥିବା ତୁଣ୍ଡଟି ଆଜି ନିଶବ୍ଦ ହୋଇଯାଇଛି । କେବେ ସେ ପେଣ୍ଡାଲ ଉପରେ ଅଭିନୟର ଜାଦୁରେ ଦର୍ଶକଙ୍କୁ କରୁଥିଲା ମତୁଆଲା , ଆଜି ମାନସିକ ଭାରସ୍ୟାମ ହରାଇ ହୋଇଛି ଦିଗହରା । ଦଇବର ଅକଥୀୟ ତାଡନାରେ ଦହଗଞ୍ଜ ହେଉଛି କେନ୍ଦ୍ରାପଡା ମହାକାଳପଡା ବ୍ଲକ ବାହାକୁଦ ଗାଁର ଆଦିବାସୀ ଝିଅ ବଦନୀ ସାମଲ ।

ନୀରବି ଯାଇଛି ନିଖୁଣ ଅଭିନୟ, ରାମଲୀଳା ମୈଦାନରୁ ନିଖୋଜ ସୀତା !

କେନ୍ଦ୍ରାପଡା ମହାକାଳପଡା ବ୍ଲକ ରାମନଗର ପଞ୍ଚାୟତ ବିଭିନ୍ନ ଗାଁ ଓ ଅନ୍ୟ ପଞ୍ଚାୟତ ବୁଲି ରାମଲୀଳା କରିବା ପାଇଁ ଏକ ସାଂସ୍କୃତି ଅନୁଷ୍ଠାନ ରହିଛି । ବିଭିନ୍ନ ପୂଜାପର୍ବରେ ଏହି ଅନୁଷ୍ଠାନ ରାଲଳୀଳା ପରିବେଷଣ କରୁଥିବାବେଳେ ସୀତା ସାଜେ ବଦନୀ । ଚମତ୍କାର ଅଭିନୟ ଓ ଜବରଦସ୍ତ ଡାଏଗଲରେ ଦର୍ଶକଙ୍କ ମନକୁ ବେଶ ବାନ୍ଧି ରଖିପାରେ ବଦନୀ । ହେଲେ ଆଜି ସେ ରମଲୀଳା ମଇଦାନରୁ ନିଖୋଜ ହୋଇଛି । ନିରବି ଯାଇଛି ତାର ନିଖୁଣ ଅଭିନୟ ।

ବାପା ଦିନ ମଜୁରିଆ ହୋଇଥିବାରୁ ଅଷ୍ଟମ ଶ୍ରେଣୀରୁ ପାଠରେ ଡୋରି ବାନ୍ଧା ହୋଇଗଲା । ଘରେ ଚୁଲି ଜଳିବ ବୋଲି ବଦନୀ ଅଭିନୟ ମଇଦାନକୁ ଓହ୍ଲାଇଥିଲା । ଆଉ ବାପା ସହ ମିଶି ଘରର ଆର୍ଥିକ ଅଭାବକୁ ପୁରୁଣ କରିବାରେ ଲାଗିଥିଲେ । ହେଲେ ହଠାତ ମାନସିକ ରୋଗାଗ୍ରସ୍ତ ହେବା ପରେ ଅର୍ଥାଭାବରୁ ଚିକିତ୍ସା ନ ପାଇ ଅଧିକ ଅସୁସ୍ଥ ହୋଇପଡିଥିଲେ । 16 ବର୍ଷର ଝିଅଟି ଯିଏ ଦିନେ ନିଜର ସବୁ କାମଧନ୍ଦା କରିବା ସହ ଘରର ଦୁଃଖ ବୁଝୁଥିଲା ଆଜି ତାକୁ କେଉଁ ଦଇବ କଷଣ ଦେଲା । ନା ନିଜେ ଗାଧେଇ ପାରୁଛି ନା ଖାଉଛି । ଝିଅକୁ ଏକା ଛାଡି ମଧ୍ୟ କାମକାର୍ଯ୍ୟକୁ ଯାଇପାରୁନାହାଁନ୍ତି ଘର ଲୋକ । ଏପରି ସ୍ଥିତିରେ ଝିଅକୁ ଚିକିତ୍ସା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି ବଦନୀର ମା’ ।

ପ୍ରଥମେ ମାନସିକ ରୋଗ ଜଣାପଡିବା ପରେ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗର ହାତ ବଢାଇଥିଲେ । କଟକ ମାନସିକ ଭିନ୍ନକ୍ଷମ ହସ୍ପିଟାଲରେ ଦୁଇ ମାସର ଚିକିତ୍ସା କରିବା ପରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ ବଦନୀ । ହେଲେ କୋରୋନା ଲକଡାଉନରେ କାମଧନ୍ଦା ନ ପାଇବାରୁ ବଦନୀଙ୍କ ବାପା ଘରେ ଔଷଧ ଯୋଗାଇ ପାରିଲେ ନାହିଁ । ଫଳରେ ଦେଖୁ ଦେଖୁ ପୁଣି ବାହାରିଲା ପୁରୁଣା ରୋଗ । ସେପଟେ ସ୍ଥାନୀୟ ସରପଞ୍ଚ ଓ ପଡୋଶୀ ମଧ୍ୟ ଏହି ପ୍ରତିଭାବାନ ଝିଅକୁ ଚିକିତ୍ସା ଯୋଗାଇବା ସହ ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି, ବଦନୀଙ୍କ ଅଭିଭାବକ ଯଦି ପ୍ରଶାସନର ସହଯୋଗ ଚାହାଁନ୍ତି ତାଙ୍କୁ ସହାୟତା ମିଳିବ ।

ବଦନୀ ଜଣେ ପ୍ରତିଭାବାନ କଳାକାର ହୋଇଥିବାବେଳେ ତାର ସଠିକ ଚିକିତ୍ସା ଏବେ ଜରୁରୀ ହୋଇପଡିଛି । ଏହା ଦ୍ବାରା ସେ ସ୍ବାଭାବିକ ଜୀବନ ବଞ୍ଚିବା ସହ ଘରର ଆର୍ଥିକ ସ୍ଥିତିରେ ସହଯୋଗ କରିପାରିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.