କେନ୍ଦ୍ରାପଡା: ଜିଲ୍ଲାର ମାର୍ଶାଘାଇ ଥାନା ମଶାକଣି ଏଫସିଆଇ ଗୋଦାମ ପରିସରରୁ ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସକୁ ସଫଳତା । ଗତ ୧ ତାରିଖ ଦିନ ଘର କାମପାଇଁ ଗଦା ଯାଇଥିବା ବାଲିରେ ପାଦ ଦେଖାଯିବା ପରେ ସୁପରଭାଇଜର ଜଣଙ୍କ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲା ପରେ ମାର୍ଶାଘାଇ ଥାନା ପୋଲିସ, ଏସଡିପିଓ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ବାଲିରୁ ବାହାର କରି ବ୍ୟବଚ୍ଛେଦ କରାଯାଇଥିଲା ଓ କାମରେ ନିୟୋଜିତ ଅନ୍ୟମାନଙ୍କର ପତ୍ତା ମିଳିନଥିଲା । ରାଜମିସ୍ତ୍ରୀଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ମାର୍ଶାଘାଇ ପୋଲିସ ଜାଣିବା ପରେ ସ୍ପେଶାଲ ସ୍କ୍ବାଡ ସହ ମିଳିତ ଭାବେ ଏକ ସ୍ଵତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ।
ମାର୍ଶାଘାଈ ପୋଲିସର ସ୍ବତନ୍ତ୍ର ଟିମ ବରପଲ୍ଲି ନୟାଗଡ ଜିଲ୍ଲାରୁ ନାରାୟଣ ନାଏକ ଏବଂ ଲଥିପଡା ଖୋର୍ଦ୍ଧା ଜିଲ୍ଲାରୁ ରଞ୍ଜିତକୁ ଗିରଫ କରିଛି । ଆଜି(ଶୁକ୍ରବାର) ମାର୍ଶାଘାଈ ପୋଲିସ ଅଭିଯୁକ୍ତଦ୍ୱୟଙ୍କୁ ଆଣିଥିଲେ ଏବଂ ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଦୁଇ ଅଭିଯୁକ୍ତ । ଏକ ପ୍ରେସମିଟ ମାଧ୍ୟମରେ ମାର୍ଶାଘାଈ ପୋଲିସ ଜଣାଇଥିବା ବେଳେ ଏହାର ଡେମୋ ମଧ୍ୟ ସାର୍ବଜନୀନ କରିଛି । ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ