ETV Bharat / state

୭ ବର୍ଷରେ ନଦୀଗର୍ଭରେ ଲୀନ ହେଲାଣି ୪୦୦ ମିଟର ନଦୀପଠା, ଆତଙ୍କିତ ନଦୀକୂଳିଆ

author img

By ETV Bharat Odisha Team

Published : Dec 6, 2023, 9:35 PM IST

Updated : Dec 6, 2023, 9:46 PM IST

କେନ୍ଦ୍ରାପଡା ଜିଲ୍ଲାର ଚର୍ଚ୍ଚିତ ଶାଗୁଣା ଘାଇ ଠାରେ ଧସିଲା ଅତଡା । ବେଣୀପୁର ପଞ୍ଚାୟତର ବିରୂପା ନଦୀରେ ଅତଡା ନଦୀ ଭିତରକୁ ଧସି ପଡିଛି । ନଦୀ ବନ୍ଧରେ ବିରାଟ ଫାଟ ସୃଷ୍ଟି ହୋଇଥିବା ଦେଖି ସ୍ଥାନୀୟବାସୀ ଭୟଭିତ ହୋଇପଡ଼ିଛନ୍ତି । ଅଧିକ ପଢ଼ନ୍ତୁ

ବିରୂପା ନଦୀ ମଧ୍ୟକୁ ଧସିଲା ମାଟି
ବିରୂପା ନଦୀ ମଧ୍ୟକୁ ଧସିଲା ମାଟି
ବିରୂପା ନଦୀ ମଧ୍ୟକୁ ଧସିଲା ମାଟି

କେନ୍ଦ୍ରାପଡ଼ା: ନଦୀ ଭିତରକୁ ଧସିଲା ମାଟି ଅତଡା । ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ୨୦୧୬ ମସିହା ଡିସେମ୍ବର ମାସରେ ସମାନ ଧରଣର ମାଟି ଅତଡା ନଦୀ ମଧ୍ୟକୁ ଧସିଥିବା ବେଳେ ତତ୍କାଳୀନ ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି ନଦୀ ମଧ୍ୟରେ ଗଭୀରକୁ ୧୦ ଫୁଟ ପଥର ସ୍ପର ନିର୍ମାଣ ନିର୍ଦ୍ଦେଶ ଦେବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । ହେଲେ ଏହାର ଠିକ ସାତବର୍ଷ ପରେ ପୁଣି ଗୋଟିଏ ଦିନରେ ୨୦୦ ମିଟର ଲମ୍ବ ପର୍ଯ୍ୟନ୍ତ ନଦୀ ଗର୍ଭକୁ ମାଟି ଧସିବା ଏବେ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ବେଣୀପୁର ପଞ୍ଚାୟତ ବିରୂପା ନଦୀର ଶାଗୁଣା ଘାଇଠାରେ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬ ମସିହାରେ ମାଟି ଧସିବା ପରେ ଉକ୍ତ ସ୍ଥାନକୁ ବଡ଼ ଅଧିକାରୀମାନେ ଆସି ଏହାର ସମାଧାନ ଦିଗରେ ପଦକ୍ଷପ ନେଇଥିଲେ । ଅଧିକାରୀଙ୍କ ନିର୍ଦ୍ଦେଶରେ ନଦୀ ଅବବାହିକାରୁ ନଦୀ ମଧ୍ୟକୁ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ପଥର ସ୍ପର କାମ କରାଯାଇଥିଲା । ତିନି କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇ ଏହି ପଥର ସ୍ପର କାମ କରାଯାଇଥିଲା । ହେଲେ କାମ କରି ଏଥିରୁ ଠିକାଦାର ମାଲେମାଲ ହୋଇଥିବା ବେଳେ ଜନସାଧାରଣ ବେହାଲ ହୋଇ ପଡିଛନ୍ତି । ପ୍ରଥମତଃ ୨୦୧୮ରେ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଦେକୁଡି ଓ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ବେଣୀପୁର ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ଠିକାଦାର ମନମାନି ଯୋଗୁଁ ୨୦୨୦ ଅଗଷ୍ଟ ୨୮ ତାରିଖ ସନ୍ଧ୍ୟାରେ ଶତାବ୍ଦୀର ସବୁଠାରୁ ବଡ଼ ବନ୍ୟା ଏହି ଗାଁ ଦେଖିଥିଲା ।

ଏହା ମଧ୍ୟ ପଢ଼ନ୍ତୁ......ବିରୂପା ନଦୀ ମଧ୍ୟକୁ ୧୦୦ ମିଟର ଧସିଲା ମାଟି ଅତଡ଼ା, ଭୟଭୀତ ବେଣୀପୁର ବାସିନ୍ଦା

ତେବେ ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀ ଶାଗୁଣା ଘାଇର ପଥର ସ୍ପର କାମକୁ ବେପରୁଆ ଭାବେ ସମାପନ କରିଥିବା ବେଳେ ଏବେ ସାଧାରଣ ଲୋକେ ହୀନସ୍ତା ହେଉଥିବା ଅଭିଯୋଗ ହୋଇଛି । ଜଳସେଚନ ବିଭାଗର ଅଧିକାରୀ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି " ବିରୂପା ନଦୀ ଶର୍ଯ୍ୟାର ପଥର ସ୍ପର ନିର୍ମାଣ କାର୍ଯ୍ୟରେ କୌଣସି ଚଞ୍ଚକତା କରାଯାଇନାହିଁ । ପୂର୍ବରୁ 2016 ରେ ମାଟି ଅତଡ଼ା ଧସିଥିବା ବେଳେ ସେଠାରେ ଯାହା ପଦକ୍ଷପ ନିଆଯିବାର ଥିଲା ତାହା ନିଆଯାଇଥିଲା । ଏହାସହ ଏଠାରେ ବାରମ୍ବାର କାହିଁକି ମାଟି ଅତଡା ଧସୁଛି ସେନେଇ ଅଧିକ ତଦନ୍ତ ଚାଲିଛି । ଏହାସହ ଏଥିପାଇଁ ଉଚିତ ପଦକ୍ଷପ ନିଆଯିବ ।" ସେପଟେ ବିରୂପା କୂଳରେ ବସବାସ କରୁଥିବା ବେଣୀପୁର, ଘଣ୍ଟପଦା, ନିମପଡ ଓ ତ୍ରିପୁରାରୀପୁର ବଜାର ଗାଁ ପ୍ରତି ବିପତ୍ତି ଆଶଙ୍କା ରହିଥିବା ବେଳେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ କରି କେଉଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Dec 6, 2023, 9:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.