ETV Bharat / state

ମହରଗ ଦୁନିଆରେ ମିଳୁଛି 50 ପଇସାରେ ବରା, ଝୁମ୍ପୁଡି ଘର ଆଗରେ ରାତି 10 ଯାଏଁ ଜମୁଛି ଭିଡ

author img

By

Published : May 18, 2023, 6:43 PM IST

Updated : May 18, 2023, 6:52 PM IST

ଆଜି ଆମେ ଆପଣଙ୍କୁ ନେଇଯିବୁ ଏକ ଏମିତିକା ଜାଗାକୁ, ଯାହକୁ ଦେଖିବା ପରେ ଆପଣ ନିଶ୍ଚୟ କହିବେ ସତରେ ନା କଣ ? ଆଉ ଆପଣଙ୍କ ପାଟି ଖୋଜିବ ସେହି ଫେମସ୍ ଆଇଟମକୁ । ଆଉ ପକେଟକୁ ବି ସୁହାଇବ ପ୍ରାଇସ୍ । ଫାଷ୍ଟଫୁଡ ଆଇଟମରେ ଅତି କମରେ 100 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଠାରେ ଅଳ୍ପ ଟଙ୍କାରେ ଭରିଯିବ ପେଟ । ଅଧିକ ପଢନ୍ତୁ

delicious vada only 50 paisa
delicious vada only 50 paisa
delicious vada only 50 paisa

କେନ୍ଦ୍ରାପଡା: ମହରଗ ଦୁନିଆରେ ମାତ୍ର ଆଠ (୮) ଅଣା ବା ୫୦ ପଇସାରେ ମିଳୁଛି ଟେଷ୍ଟି ଟେଷ୍ଟି ସୁସ୍ୱାଦୁ ବରା । ବାପାଙ୍କ ପରେ ପୁଅ ସମ୍ଭାଳିଛନ୍ତି ଏହି ବ୍ୟବସାୟ । ୫୦ ପଇସାର ବରା ଖାଇବା ପାଇଁ ଗାଁ ଲୋକଙ୍କ ସହ ଦୂର ଦୁରାନ୍ତରୁ ଆସିଥାନ୍ତି ଲୋକେ । ଆଉ ଯେଉଁଥିପାଇଁ ମଇଁଆ ଭାଇଙ୍କ ବରାର ଭାରି ଡିମାଣ୍ଡ । ଆମେ କହୁଛୁ କେନ୍ଦ୍ରାପଡା ସହର ଉପକଣ୍ଠ ବାରୋ ପଞ୍ଚାୟତର ତରାଣ୍ଡୋ ଛକରେ ନୁଆଁଣିଆ ଛପର ଘରେ ଜଳଖିଆ ଦୋକାନ କରିଥିବା ମହେଶ୍ବର ସାହୁଙ୍କ କଥା।

ନିଜର ଚାଷଜମି ବୋଲି ଗୁଣ୍ଠେ ନାହିଁ । ତେବେ ପର ଜମିରେ ଭାଗ କରି ସେ ବର୍ଷକ ଧାନ ଓ ମୁଗ କିମ୍ବା ବିରି ସଂଗ୍ରହ କରନ୍ତି । ଆଉ ତେଲ ଲୁଣ କିଣିବା ପାଇଁ ଏଇ ଛୋଟିଆ ଚାଳିଆ ବରା ଦୋକାନ ହିଁ ତାଙ୍କର ଏକମାତ୍ର ଭରସା । ଅପରାହ୍ନ ୩ ଟା ରୁ ଦୋକାନ ଖୋଲା ହୁଏ ଆଉ ବନ୍ଦ କଲାବେଳକୁ ରାତି ୧୦। ସରକାରୀ ଜାଗାରେ ଦୋକାନ କରିଥିବାରୁ ବର୍ଷକୁ ସରକାରୀ ଖଜଣା ହଜାରେ ଟଙ୍କା ଦେବାକୁ ପଡିଥାଏ । ଆଉ ମହରଗ ଦୁନିଆରେ ୫୦ ପଇସାର ବରା ବିକ୍ରି କରି ଲୋକଙ୍କ ମୁହଁରେ ହସ ଦେଖି ସେ ଭୁଲି ଯାଆନ୍ତି ସବୁ ଦୁଃଖ।

ବାପା ଜଳଧର ସାହୁଙ୍କ ମୃତ୍ୟୁ ପରେ ଆଜକୁ ୧୫ ବର୍ଷ ଧରି ସେ ଏହି ଦୋକାନ ସମ୍ଭାଳିଛନ୍ତି। ଘରେ ଚାରି ପ୍ରାଣୀ କୁଟୁମ୍ବ ରହିଥିବା ବେଳେ ଏହି ଦୋକାନ ଉପରେ ନିର୍ଭର କରି ସଭିଏଁ ଚଳିଥାନ୍ତି। ସକାଳୁ ବିଲ ବାରିରେ କାମ କରି ଅପରାହ୍ନରେ ଖୋଲିଥାଏ ମଇଁଆ ଭାଇଙ୍କ ଦୋକାନ। ନଡ଼ାଛପରର ଏହି ଟୁଙ୍ଗୀ ଘରେ ବିନା ଇଲେକ୍ଟ୍ରିକ ଫ୍ୟାନରେ ହାତ ବିଞ୍ଚଣାରେ ବିଞ୍ଚି ସେ ଆଞ୍ଚ ଲଗାଇଥାନ୍ତି।

ଏହା ମଧ୍ୟ ପଢନ୍ତୁ- ରାତିରେ ଥିଲା ସକାଳେ ନାହିଁ, ପାର୍କରୁ ଗାଏବ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି

ଏହା ମଧ୍ୟ ପଢନ୍ତୁ- ମୋଦିଙ୍କୁ ନବୀନଙ୍କ ଦାବି: ଓଡ଼ିଶାରେ ଆଉ ୨ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉ

ମଇଁଆ ଦୈନିକ ଆଠରୁ 10 କିଲୋ ସୁଜି,ବିରି, ରିଫାଇନ ତେଲ ,ଆମ୍ବ କଷିଆ ଅଦା, ଭୂଷଙ୍ଗ ପତ୍ର ଦେଇ ବରା ତିଆରି କରି ବ୍ୟବସାୟ କରିଥାନ୍ତି । ମଇଁଆଙ୍କ ବରା ସହିତ ଆଳୁ କଷା ଆଉ ତାଙ୍କ ହାତ ତିଆରି ଚଟଣୀ ଖାଇବା ପାଇଁ କାହିଁ କେତେ ଦୂରରୁ ଯୁବକ ମାନେ ଧାଇଁ ଆସୁଥିବା କୁହନ୍ତି ଗ୍ରାହକ । ବରା ସହ ସନ୍ଧ୍ୟାରେ ଗରମ ଗରମ ପକୁଡି ଖାଇବା ପାଇଁ ମଧ୍ୟ ଗ୍ରାହକଙ୍କ ଭିଡ଼ ଲାଗିଥାଏ । ମହରଗ ସମୟରେ ୫୦ ପଇସାର ବରା ବିକ୍ରି କରି ମଇଁଆ ଭାଇ ପ୍ରଶଂସା ସାଉଁଟୁଥିବା ବେଳେ ତାଙ୍କ ହାତ ଚାଲୁଥିବା ପର୍ଯ୍ୟନ୍ତ ସେ ଏହି ବ୍ୟବସାୟ ଜାରି ରଖିବେ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : May 18, 2023, 6:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.