ETV Bharat / state

ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ - ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦ

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମାତ୍ରାଧିକ ଦରବୃଦ୍ଧି ପ୍ରତ୍ୟାହାର ଦାବି ନେଇ ଆଜି କେନ୍ଦ୍ରାପଡା ସହରର ବିଭିନ୍ନ ତେଲ ଟାଙ୍କି ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅଧିକ ପଢନ୍ତୁ...

kendrapada district congress protest on oil price hike
ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
author img

By

Published : Jun 11, 2021, 4:26 PM IST

କେନ୍ଦ୍ରାପଡା: ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମାତ୍ରାଧିକ ଦରବୃଦ୍ଧି ପ୍ରତ୍ୟାହାର ଦାବି ନେଇ ଆଜି କେନ୍ଦ୍ରାପଡା ସହରର ବିଭିନ୍ନ ତେଲ ଟାଙ୍କି ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ପେଟ୍ରୋଲ ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ପେଟ୍ରୋଲିୟମ ଜାତ ଦ୍ରବ୍ୟର ଦରବୃଦ୍ଧି ପ୍ରତ୍ୟାହାର ଦାବି କରିଛନ୍ତି । କେନ୍ଦ୍ର ସରକାର ଓ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ତାହାର ପ୍ରଭାବ ଭାରତରେ ପଡୁଥିବା କହି ଚାଲିଛନ୍ତି । ମୋଦି ସରକାର ୨୦୧୪ ଜୁନ ମାସରେ ଦାୟିତ୍ବ ନେବା ବେଳେ ତୈଳ ଦର ଯାହା ଥିଲା ଏବେ ତାହା ହାରାହାରି ଦୁଇଗୁଣ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ପ୍ରତି ଲିଟର ପିଛା ପେଟ୍ରୋଲ ଉପରେ ୩୨ ଟଙ୍କା ୯୦ ପଇସା ଓ ଡିଜେଲ ଉପରେ ୩୧ଟଙ୍କା ୮୦ ପଇସା ଟିକସ ନେଉଛନ୍ତି ।

ସେହିଭଳି ରାଜ୍ୟ ସରକାର ପ୍ରତି ଲିଟର ପିଛା ପେଟ୍ରୋଲ ଉପରେ ୨୧ଟଙ୍କା ୪୦ ପଇସା ଓ ଡିଜେଲ ଉପରେ ୧୮ ଟଙ୍କା ୯୦ ପଇସା ଟିକସ ନେଉଛନ୍ତି । ଆଉ ପରସ୍ପର କାଦୁଅ ଫିଙ୍ଗା ରାଜନୀତି କରି ଲୋକମାନଙ୍କୁ ଭୁଆଁ ବୁଲାଉ ଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତାମାନେ । ପେଟ୍ରୋଲିୟମ ଜାତ ଦ୍ରବ୍ୟର ଦରବୃଦ୍ଧି ପ୍ରତ୍ୟାହାର ପାଇଁ ଜିଲ୍ଲା କଂଗ୍ରେସର ଏହି ଆନ୍ଦୋଳନ କରିଛି । ଆଉ ମହାମାରୀ କୋରୋନା ପାଇଁ ବେରୋଜଗାରୀ , ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ତୈଳ ଦର ବୃଦ୍ଧି ବେଡି ଉପରେ କରୋଡା ସଦୃଶ ।

ଏହି ଦର ବୃଦ୍ଧି ପାଇଁ କେନ୍ଦ୍ରର ମୋଦି ସରକାର ସଂପୂର୍ଣ୍ଣ ଦାୟୀ ଅନ୍ୟ ପକ୍ଷରେ ନିରବରେ ସମର୍ଥନ କରୁଥିବା ରାଜ୍ୟ ସରକାର ମଧ୍ୟ ସମପରିମାଣରେ ଦାୟୀ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ବର ବେହେରା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.