ETV Bharat / state

ସୂଚନାଧିକାର କର୍ମୀଙ୍କୁ ଆକ୍ରମଣ: ହରେକୃଷ୍ଣଙ୍କ ନ୍ୟାୟ ପାଇଁ ବାହାରିଲେ ୫ ସଙ୍ଗଠନ

author img

By

Published : Dec 18, 2021, 9:56 PM IST

କେନ୍ଦ୍ରାପଡା ଜିଲ୍ଲା ସାଧାରଣ ଗରିବ ଲୋକମାନଙ୍କ ଠାରୁ ଆରମ୍ଭ କରି ସାମାଜିକ କର୍ମୀମାନଙ୍କୁ ମଧ୍ୟ ନ୍ୟାୟ ମିଳୁନଥିବା ସାମ୍ବାଦିକ ସମ୍ମିଳନୀରେ(press conference) ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ସିଭିଲ ସୋସାଇଟି ଫୋରମର କର୍ମକର୍ତ୍ତା । ଅଧିକ ପଢନ୍ତୁ

ସୂଚନାଧିକାର କର୍ମୀଙ୍କୁ ଆକ୍ରମଣ: ହରେକୃଷ୍ଣଙ୍କ ନ୍ୟାୟ ପାଇଁ ବାହାରିଲେ ୫ ସଙ୍ଗଠନ
ସୂଚନାଧିକାର କର୍ମୀଙ୍କୁ ଆକ୍ରମଣ: ହରେକୃଷ୍ଣଙ୍କ ନ୍ୟାୟ ପାଇଁ ବାହାରିଲେ ୫ ସଙ୍ଗଠନ

କେନ୍ଦ୍ରାପଡା: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା । ସାଧାରଣ ଗରିବ ଲୋକମାନଙ୍କ ଠାରୁ ଆରମ୍ଭ କରି ସାମାଜିକ କର୍ମୀଙ୍କୁ ମଧ୍ୟ ନ୍ୟାୟ ମିଳୁନଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ଜିଲ୍ଲା ସିଭିଲ ସୋସାଇଟି ଫୋରମର କର୍ମକର୍ତ୍ତା । ଆଜି(ଶନିବାର) କେନ୍ଦ୍ରାପଡାର ଏକ ଘରୋଇ ହୋଟେଲରେ କେନ୍ଦ୍ରାପଡା ସିଭିଲ ସୋସାଇଟି ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀର ଆୟୋଜନ କରାଯାଇଥିଲା ।

ଯେଉଁଥିରେ ସମାଜସେବୀ ହରେକୃଷ୍ଣ ପାତ୍ରଙ୍କୁ ମହାକାଳପଡ଼ା ତହସିଲଦାର ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିବା ଏବଂ ଦେଶୀ ଚୋରାମଦ ବ୍ୟବସାୟୀମାନଙ୍କୁ ଲଗାଇ ମରଣାନ୍ତକ ଆକ୍ରମଣ କରାଇବା ଘଟଣାରେ ସହଯୋଗୀ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଏବଂ ତହସିଲଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ଦାବି କରିଛି ଜିଲ୍ଲା ସିଭିଲ ସୋସାଇଟି ଫୋରମ । ମହାକାଳପଡ଼ା ବ୍ଲକ ଏବଂ ତହସିଲ ଅଧିନରେ ହେଉଥିବା ବିଭିନ୍ନ ଦୁର୍ନୀତି ଉପରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବାରୁ ପ୍ରତିକ୍ରିୟାଶୀଳ ହୋଇ ଏଭଳି ଘଟଣା ଘଟାଇଥିବା ସଦସ୍ଯ ମାନେ ଅଭିଯୋଗ ଆଣିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.