ETV Bharat / state

ପ୍ରେମିକାକୁ ହତ୍ୟା ମାମଲାରେ ପ୍ରେମିକକୁ ଆଜୀବନ କାରାଦଣ୍ଡ - kendrapada court ray on conviction

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଟାଙ୍ଗଣତଳା ଗାଁରେ ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ଶୁଣାଯାଇଛି । ଯୁବକ ଜଣକ ହେଲେ ଟାଙ୍ଗଣତଳା ଗାଁର ବୁଢା ଓରଫ ସୁଶୀଲ ରାଉତ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Sep 23, 2019, 10:14 PM IST

କେନ୍ଦ୍ରାପଡା: ଏକ ହତ୍ୟା ଅଭିଯୋଗରେ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଟାଙ୍ଗଣତଳା ଗାଁରେ ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ଶୁଣାଯାଇଛି । ଯୁବକ ଜଣକ ହେଲେ ଟାଙ୍ଗଣତଳା ଗାଁର ବୁଢା ଓରଫ ସୁଶୀଲ ରାଉତ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ସୁଶୀଲ ହତ୍ୟା କରିଥିବା ମହିଳା ଜଣକ ସେହି ଗାଁର । ସେହି ମହିଳାଙ୍କ ଦୁଇଟି ସନ୍ତାନ ଥିବାବେଳେ ତାଙ୍କ ସ୍ବାମୀ ନେପାଳରେ ପାଣି ପାଇପ ମିସ୍ତ୍ରୀ ଭାବରେ କାମ କରନ୍ତି । ଏହାର ସୁଯୋଗ ନେଇ ସୁଶୀଲ ରାଉତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା ।

ଯେତେବେଳେ ମହିଳାଙ୍କ ଶଶୁରଘର ଲୋକେ ଏ ବିଷୟରେ ଜାଣିଲେ ପରେ ସୁଶୀଲ ମହିଳାଙ୍କୁ ପୋଖରୀ କୂଳକୁ ନେଇ କଟୁରୀରେ ହାଣି ହତ୍ୟା କରିଥିଲା । ପରେ ଏକ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁ କରି ପୋଲିସକୁ ଖବର ଦେଇଥିଲେ ।

ଏହି ଘଟଣା ୨୦୧୪ ମସିହା ଅକ୍ଟୋବର ମାସ ୧୧ରେ ଘଟିଥିବା ବେଳେ ରାଜନଗର ଥାନା ପୋଲିସ ସୁଶୀଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ସୁଶିଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ୧ବର୍ଷ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:23.09.2019
Radhakanta Mohanty, Kendrapada
Slug-od_kpr_02_conviction_script_7204459
Anchor-କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଟାଙ୍ଗଣତଳା ଗାଁରେ ମହିଳାଙ୍କ ହତ୍ଯା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଟାଙ୍ଗଣତଳା ଗାଁର ଜନୈକା ମହିଳାଙ୍କ ଦୁଇଟି ସନ୍ତାନ ଥିବାବେଳେ ତାଙ୍କ ସ୍ବାମୀ ନେପାଳରେ ପାଣି ପାଇପ ମିସ୍ତ୍ରୀ ଭାବରେ କାମ କରନ୍ତି । ଏହାର ସୁଯୋଗ ନେଇ ସେହି ଗ୍ରାମର ବୁଢା ଓରଫ ସୁଶୀଲ ରାଉତ ନାମକ ଜନୈକ ଯୁବକ ଅନୈତିକ ସମ୍ପର୍କ ରଖିଥିଲା । ଯେତେବେଳେ ମହିଳାଙ୍କ ଶଶୁର ଘର ଲୋକମାନେ ଜାଣିଲେ ପରେ ସୁଶୀଲ ମହିଳାଙ୍କୁ ଗ୍ରାମରେ ଥିବା ସିଓଲ ପୋଖରୀ କୂଳରେ ଏକ କଟୁରୀରେ ହାଣି ହତ୍ଯା କରିଥିଲା । ମହିଳାରର ଚିତ୍କାର ଶୁଣି ଶଶୁର ଘର ପରିବାର ଆସିବାରୁ ପୋଖରୀ କୂଳରେ ପ୍ୟାଣ୍ଟସାର୍ଟ ରଖି ଏକ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ଯା କରିବାକୁ ଉଦ୍ୟମ କରିଥିଲା । ମାତ୍ର ଲୋକମାନେ ଧରି ପୋଲିସକୁ ଖବର ଦେଇ ଜିମା ଦେଇଥିଲେ । ଏହି ଘଟଣା ୨୦୧୪ମସିହା ଅକ୍ଟୋବର ମାସ ୧୧ତାରିଖରେ ଘଟିଥିବା ବେଳେ ରାଜନଗର ଥାନା କେସ ନମ୍ବର ୧୬୯/୧୪ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ରେ ପୋଲିସ ସୁଶୀଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମିମଲାର ବିଚାରକରି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ସୁଶିଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ୧ବର୍ଷ ଅଧିକ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ ।
ବାଇଟ୍-ଭୀମସେନ୍ ଭୁୟାଁ (ସରକାରୀ ଓକିଲ , ଜିଲ୍ଲା ଦୌରାଜଜ୍ କୋର୍ଟ , କେନ୍ଦ୍ରାପଡା)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.