କେନ୍ଦ୍ରାପଡ଼ା: ବିଧାନସଭା ଗୃହରେ ନାରୀ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ବିଜେପି ଉପନେତା ତଥା ବିଧାୟକ ବିଷ୍ଣୁ ସେଠି । ବିଧାସଭାରେ ବିଷ୍ଣୁ ସେଠୀ ନାରୀ ଜାତି ପ୍ରତି ଖରାପ ବୟାନ ଦେଇଥିଲେ । ଯାହାକୁ ବିରୋଧ କରୁଛି କଂଗ୍ରେସ । କେନ୍ଦ୍ରାପଡାରେ ମହିଳାଙ୍କ ସମେତ କଂଗ୍ରେସ ନେତା ଗଣେଶ୍ବର ବେହେରା ଏପରି ମନ୍ତବ୍ୟକୁ ପ୍ରତିବାଦ କରି ଜିଲ୍ଲାପାଳ ଘେରାଉ କରିଛନ୍ତି ।
ସେପଟେ ଗଣେଶ୍ବର ବେହେରାଙ୍କ କହିବା କଥା ଯେ ନାରୀଙ୍କ ପ୍ରତି ବିଷ୍ଣୁ ଦେଇଥିବା ମନ୍ତବ୍ୟକୁ ଫେରାଇ ନନିଅନ୍ତି କମ୍ବା ଏଥିଲାଗି ସେ କ୍ଷମା ନମାଗନ୍ତି ତେବେ ତାଙ୍କର ବିକ୍ଷୋଭ ଜାରି ରହିବ । ବିଧାନସଭାରେ ବିଷ୍ଣୁଙ୍କ ନିଲମ୍ବନ ଦାବିରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି । ଏହି ବିକ୍ଷୋଭରେ କଂଗ୍ରେସ ନେତା ଗଣେଶ୍ବର ବେହେରା ଓ ସଂଖ୍ୟାଲଘୁ ସେଲର ମହିଳାମାନେ ସାମିଲି ହୋଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ