କେନ୍ଦ୍ରାପଡା: ଜିଲ୍ଲାରେ କୋଭିଡର ଦ୍ଵିତୀୟ ଲହର ପରେ ସତର୍କ କଲା ଜିଲ୍ଲା ପ୍ରଶାସନ । କେନ୍ଦ୍ରାପଡା ଜିଲ୍ଲାରେ ବଢୁଥିବା କୋଭିଡ ଦ୍ଵିତୀୟ ଲହରକୁ ଆଖି ଆଗରେ ରଖି କଡା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ।
ଜିଲ୍ଲାପାଳ ଅମ୍ରିତ ଋତୁରାଜ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ଚଳିତ ସପ୍ତାହରେ ଦୁଇଶହରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ମହାମାରୀ ପାଇଁ ଜିଲ୍ଲାରେ ସମସ୍ତ ରାଜନୈତିକ, ସାଂସ୍କୃତିକ ଓ ଗୋଷ୍ଠୀଗତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ସେହିପରି ବୁଧବାର ଠାରୁ ଜିଲ୍ଲାରେ ସମସ୍ତ ହୋଟେଲ ଏବଂ ଢ଼ାବା ଗୁଡିକରେ କେବଳ ପାର୍ସାଲ ବ୍ୟବସ୍ଥା କରାଯିବ । କୋଭିଡ ନିୟମ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଛତାରେ ଥିବା କୋଭିଡ ହସ୍ପିଟାଲକୁ ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ ଓ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦ୍ଵିତୀୟ ହସ୍ପିଟାଲ ପଟ୍ଟାମୁଣ୍ଡାଇର ଓବିସି ହଷ୍ଟେଲରେ କରାଯିବ ବୋଲି କହିଛନ୍ତି।
ସେହିପରି ପୂର୍ବରୁ ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ଟେଷ୍ଟିଂ ଏବଂ ଟୀକାକରଣ କରାଯିବା ସହ ଯେଉଁମାନେ ବାହାର ରାଜ୍ୟରୁ ଫେରୁଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଗୃହ ସଙ୍ଗରୋଧରେ ରହିବେ ବୋଲି କୁହାଯାଇଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ