ETV Bharat / state

‘କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ’ - ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କେନ୍ଦ୍ରାପଡା ଏସପିଙ୍କୁ ପଡିଲା ମହଙ୍ଗା । କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ବିଭିନ୍ନ ସାମ୍ବାଦିକ ସଙ୍ଗଠନ ।

ଫଟୋ ସୌଜନ୍ୟ: ଇଟିଭି ବ୍ୟୁରୋ
author img

By

Published : Jul 18, 2019, 11:08 PM IST

ଭୁବନେଶ୍ୱର: ମୁଖମନ୍ତ୍ରୀଙ୍କ ରୋଡ ସୋ ସମୟରେ ସାମ୍ବାଦିକଙ୍କୁ ଏସପିଙ୍କ ଦୁର୍ବ୍ୟବହାର ଘଟଣାର ଦୃଢ ପ୍ରତିବାଦ କରିଛି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ | ଏହାସହ ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସମ୍ବାଦିକ କଳାବ୍ୟାଜ୍ ପରିଧାନ କରିଛନ୍ତି | ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଏକାଠି ହୋଇ ନାରାବାଜି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ କେବଳ ସାମ୍ବାଦିକ ନୁହେଁ ବରଂ ଜିଲ୍ଲା ବୁଦ୍ଧିଜୀବି ଓ ଅନ୍ୟାନ୍ୟ ସଚେତନ ଗୋଷ୍ଠୀ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।

ଅନ୍ୟପକ୍ଷେ ମୟୁରଭଞ୍ଜ ଜିଲ୍ଲାର ସାମ୍ବାଦିକ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହାସହ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ବାରିପଦାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିନକୁ ଦିନ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ସହ ଆକ୍ରମଣ ବଢ଼ିବାରେ ଲାଗିଥିବାରୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ଭିଡିଓ ସୌଜନ୍ୟ: ଇଟିଭି ବ୍ୟୁରୋ

ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇ ପଡିଥିବା ବେଳେ ନିଜେ ଏସପି ସାମ୍ବାଦିକଙ୍କୁ କରିଥିବା ଦୁର୍ବ୍ୟବହାରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସଚେତନ ନାଗରିକ । ତେବେ ଖୁବ ଶୀଘ୍ର ଏସପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ବ୍ୟୁରୋ ରିପୋର୍ଟ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.