ETV Bharat / state

ସାଂସଦଙ୍କ ଦୁର୍ବ୍ୟବହାର ଘଟଣା: ଆନ୍ଦୋଳନରେ ସାମ୍ବାଦିକ - ଲୋକସଭା ସାଂସଦ ଅନୁଭବ ମହାନ୍ତି

ଲୋକସଭା ସାଂସଦ ଅନୁଭବ ମହାନ୍ତି ଗତକାଲି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Nov 6, 2019, 4:58 PM IST

କେନ୍ଦ୍ରାପଡ଼ା: ଲୋକସଭା ସାଂସଦ ଅନୁଭବ ମହାନ୍ତି ଗତକାଲି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ବୁଧବାର ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଳଦେବଜୀଉ ମନ୍ଦିରର ଉନ୍ନତିକରଣ ପାଇଁ 8କୋଟି 50 ଲକ୍ଷ ଟଙ୍କା ମଞ୍ଜୁର କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି।

ବାହାରେ ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପ୍ରତିକ୍ରିୟା ନେବା ପାଇଁ କହିବା ବେଳେ ସ୍ଥାନୀୟ ସାଂସଦ ରାଜ୍ୟର ଏକ ପ୍ରତିଷ୍ଠିତ ଟେଲିଭିଜନ ମିଡିଆର ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ସହ ତାଳିମାରି ତାଙ୍କୁ କମେଣ୍ଟ କରିଥିଲେ। ସେଠାରେ ଉପସ୍ଥିତ ଦଳୀୟ କର୍ମୀ ମଧ୍ୟ ସାଂସଦଙ୍କ କଥାରେ ତାଳିମାରି ତାଙ୍କୁ ତାତ୍ସଲ୍ୟ କରିଥିବା ସେ ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଏହି ପ୍ରତିବାଦରେ ସେପଟେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ବିରୋଧରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏକ ଶୋଭାଯାତ୍ରାରେ ଆସି ସାମ୍ବାଦିକ କେନ୍ଦ୍ରପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସାମ୍ବାଦିକଙ୍କୁ ଏଭଳି ବ୍ୟବହାର ବିରୋଧରେ ସ୍ବରକୁ ଜୋରଦାର କରି ଆଗାମୀ ଦିନରେ ଯଦି ଏହାର ବିଚାର କରାନଯାଏ, ସାମ୍ବାଦିକ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:06.11.2019
Radhakanta Mohanty, Kendrapara
Slug-od_kpr_02_journalist protest_script_7204459
Anchor-କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ଗତକାଲି ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ସୂଚନାଯୋଗ୍ୟ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବଳଦେବଜୀୟୁ ମନ୍ଦିରର ଉନ୍ନତିକରଣ ପାଇଁ ଆଠକୋଟି ପଚାଶ ଲକ୍ଷ ଟଙ୍କା ମଞ୍ଜୁର କରିବାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିଲେ ସାଂସଦ ଅନୁଭବ।ବାହାରେ ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିମାନେ ବାଇଟ ଧରିବାପାଇଁ ଉଦ୍ୟମ କରିବାବେଳେ ସାଂସଦ ଅନୁଭବ ଓଟିଭି ପ୍ରତିନିଧି ମନୋଜ ସ୍ବାଇଁଙ୍କୁ ଦୁର୍ବ୍ୟବହାର କରିବା ସହ ତାଳିମାରି ମନୋଜଙ୍କୁ କମେଣ୍ଟ କରିଥିଲେ ଓ ଏଥିରେ ସେଠାରେ ଉପସ୍ଥିତ ଦଳୀୟ କର୍ମୀ ମଧ୍ୟ ସାଂସଦଙ୍କ କଥାରେ ତାଳିମାରି ମନୋଜଙ୍କ ସମ୍ମାନହାନୀ କରାଇଥିବା ମନୋଜ କହିଛନ୍ତି।ସେପଟେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ଆଜି ସାଂସଦ ଅନୁଭବଙ୍କ ଦୁର୍ବ୍ୟବହାର ବିରୋଧରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।ଏକ ଶୋଭାଯାତ୍ରାରେ ଆସି ସାମ୍ବାଦିକ ମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ତେବେ ସାମ୍ବାଦିକ ମାନଙ୍କୁ ଏଭଳି ବ୍ୟବହାର ବିରୋଧରେ ସ୍ୱରକୁ ଜୋରଦାର କରି ଆଗାମୀ ଦିନରେ ଯଦି ଏହାର ବିଚାର କରାନଯାଏ ତେବେ ସାମ୍ବାଦିକ ମାନେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛନ୍ତି।
Byt-ମନୋଜ ସ୍ୱାଇଁ(OTV ପ୍ରତିନିଧି)
Byt-ଚିତ୍ତରଞ୍ଜନ ସାହୁ(ସାଧାରଣ ସମ୍ପାଦକ, ଜିଲ୍ଲା ସାମ୍ବାଦିକ ସଂଘ)
Byt-ଚିତ୍ତରଞ୍ଜନ ଦାସ(ବରିଷ୍ଠ ସାମ୍ବାଦିକ)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.