ETV Bharat / state

ରାଜନଗର ମା-ଝିଅ ମୃତଦେହ ଘଟଣା; ତହସିଲଦାର ଓ ବିଡ଼ିଓଙ୍କୁ ଅଟକ ରଖିଲେ ଗାଁ ଲୋକେ - ଗାଁ ଦାଣ୍ଡରେ 6 ଦିନ ହେବ ପଡିଛି ମୃତଦେହ

ରାଜନଗର ମାଣପଡ଼ା ଗାଁରେ 6 ଦିନ ହେବ ଦୁଇଟି ମୃତଦେହ ପଡିଥିବା ଘଟଣା। ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହେବ ନାହିଁ ବୋଲି ଅଡ଼ି ବସିଛନ୍ତି ଗାଁ ଲୋକେ। ସେପଟେ ଆଜି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପାଇଁ ଆସିଥିବା ରାଜନଗର ତହସିଲଦାର, ବିଡ଼ିଓ ଏବଂ ଆଇଆଇସିଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ।

ରାଜନଗର ଗାଁ ଦାଣ୍ଡରେ ମା-ଝିଅ ମୃତଦେହ ପଡିରହିବା ଘଟଣା; ତହସିଲଦାର, ବିଡ଼ିଓଙ୍କୁ ଅଟକ ରଖିଲେ ଗାଁ ଲୋକେ

author img

By

Published : Sep 23, 2020, 2:38 PM IST

କେନ୍ଦ୍ରାପଡା: ରାଜନଗର ମାଣପଡ଼ା ଗାଁରେ 6 ଦିନ ହେବ ଦୁଇଟି ମୃତଦେହ ପଡିଥିବା ଘଟଣା। ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହେବ ନାହିଁ ବୋଲି ଅଡ଼ି ବସିଛନ୍ତି ଗାଁ ଲୋକେ। ଦୀର୍ଘ ୬ ଦିନ ବିତିଯାଇଥିଲେ ମଧ୍ୟ ଶବ ସତ୍କାର ହୋଇ ନ ପାରିବାରୁ ଗାଁର କାହାରି ଘରେ ଚୁଲି ଜଳିନାହିଁ। ଅପରପକ୍ଷରେ ଆଜି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପାଇଁ ଆସିଥିବା ରାଜନଗର ତହସିଲଦାର, ବିଡ଼ିଓ ଏବଂ ଆଇଆଇସିଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ।

ରାଜନଗର ଗାଁ ଦାଣ୍ଡରେ ମା-ଝିଅ ମୃତଦେହ ପଡିରହିବା ଘଟଣା; ତହସିଲଦାର, ବିଡ଼ିଓଙ୍କୁ ଅଟକ ରଖିଲେ ଗାଁ ଲୋକେ

କେନ୍ଦ୍ରାପଡ଼ା ରାଜନଗର ମାଣପଡ଼ା ଗାଁର ପ୍ରମିଳା ନାଥ(୪୫) ଓ ତାଙ୍କ ଅବିବାହିତ ଝିଅ ସତ୍ୟପ୍ରିୟା ନାଥ(୨୨)ଙ୍କ ମୃତଦେହ ଦୁଇଟି ପୃଥକ ପୃଥକ ସ୍ଥାନରୁ ମିଳିବା ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ପ୍ରମିଳାଙ୍କ ଝିଅ। ଉକ୍ତ ଗାଁର ସଞ୍ଜୟ ବେହେରା ନାମକ ଜଣେ ଯୁବକ ପ୍ରମିଳାଙ୍କ ପୁଅ ନଥିବା ଓ ଅସହାୟତାର ସୁଯୋଗ ନେଇ ତାଙ୍କ ସଞ୍ଚିତ ଅର୍ଥ ହଡପ କରିବା ସହ ଝିଅ ସତ୍ୟପ୍ରିୟାକୁ ଅନ୍ତସତ୍ତ୍ଵା କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ସୂଚନାନୁଯାୟୀ, କେନ୍ଦ୍ରାପଡା ରାଜନଗର ଥାନା ମାଣପଡା ଗାଁରେ ମା'-ଝିଅର ମୃତ ଦେହ ମିଳିବାକୁ 6 ଦିନ ବସିଲାଣି । ସୋମବାର ଗ୍ରାମବାସୀ ଓ ମୃତକଙ୍କ ପରିବାର ଲୋକେ ରାଜନଗର ଥାନାରେ ଧାରଣା ମଧ୍ୟ ଦେଇଥିଲେ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.