ETV Bharat / state

ବୈଜୟନ୍ତଙ୍କ ନିଦ ହଜାଇ ଦେଇଛି ଏକଜିଟ୍ ପୋଲ ରିପୋର୍ଟ - kendrapara

ଜାତୀୟ ଗଣମାଧ୍ୟମଗୁଡିକର ଏକଜିଟ ପୋଲ ରିପୋର୍ଟରେ ଗଦଗଦ ବିଜେପି ନେତାଏ । ହେଲେ ଅଞ୍ଚଳିକ ଗଣମାଧ୍ୟମର ରିପୋର୍ଟ ହେଉନି ହଜମ ।

ଫଟୋ ସୌଜନ୍ୟ: ଟ୍ବିଟର@PandaJay
author img

By

Published : May 21, 2019, 12:09 PM IST

ଭୁବନେଶ୍ବର: ଆଞ୍ଚଳିକ ଗଣମାଧ୍ୟମର ଏକଜିଟ୍ ପୋଲ ରିପୋର୍ଟକୁ ନେଇ ବୈଜୟନ୍ତଙ୍କ ଟ୍ବିଟ । ପ୍ରକାଶିତ ବୁଥ୍ ବାହୁଡା ମତରେ ପରାଜୟ ନେଇ ଆକଳନ ହୋଇଥିବାରୁ ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀଙ୍କ ନିଦ ହଜିଯାଇଛି । ସର୍ଭେ ସଂସ୍ଥା କରିଥିବା ଏକଜିଟ ପୋଲର ଆଧାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୈଜୟନ୍ତ । ତେବେ ଉକ୍ତ ଗଣମାଧ୍ୟମ ସଂସ୍ଥା ବିଜେଡି ସାଂସଦଙ୍କ ମାଲିକାନାରେ ଥିବାରୁ ଏଭଳି ରିପୋର୍ଟ ଆଣିଥିବା ସେ କହିଛନ୍ତି ।

Baijayant, exit poll, mood, kendrapara
ଫଟୋ ସୌଜନ୍ୟ: ଟ୍ବିଟର@PandaJay

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଏବଂ ସର୍ଭେ ସଂସ୍ଥାଙ୍କ ପରି କିଛି ଆଞ୍ଚଳିକ ଗଣମାଧ୍ୟମ ମଧ୍ୟ ଏକଜିଟ ପୋଲ ରିପୋର୍ଟ ସାମ୍ନାକୁ ଆଣିଥିଲେ । ଏହାରି ମଧ୍ୟରେ ଏକ ଗଣମାଧ୍ୟମ ନିଜ ଏକଜିଟ ପୋଲ ରିପୋର୍ଟରେ କେନ୍ଦ୍ରାପଡା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ହାରୁ ଥିବା ଦର୍ଶାଇଥିଲା । ରାଜ୍ୟର ପ୍ରାୟ 1 ଲକ୍ଷ ମତଦାତାଙ୍କ ମତାମତ ଆଧାରରେ ଏକଜିଟ ପୋଲ କରାଯାଇଥିବା ସମ୍ପୃକ୍ତ ସଂସ୍ଥା ଦାବି ବି କରିଥିଲା । ହେଲେ ଏକଥାକୁ ଗ୍ରହଣ କରିପାରୁନାହାଁନ୍ତି ବୈଜୟନ୍ତ ।

ଜାତୀୟ ସର୍ଭେ ସଂସ୍ଥାଗୁଡିକର ଏକଜିଟ ପୋଲ ରିପୋର୍ଟ କହୁଛି, ଓଡିଶାରୁ 10ରୁ ଊର୍ଦ୍ଧ୍ବ ଲୋକସଭା ଆସନ ବିଜେପି ପକେଟକୁ ଯିବ । ଯେଉଁଥିରେ କେନ୍ଦ୍ରାପଡା ବି ରହିଛି । ଯାହାକୁ ନେଇ ଗଦଗଦ ବିଜେପି ନେତାଏ । ହେଲେ ଠିକ ଏଭଳି ସମୟରେ ଏକ ଆଞ୍ଚଳିକ ଗଣମାଧ୍ୟମ ଯେଉଁ ରିପୋର୍ଟ ଦେଇଛି, ସେଥିରେ ବୈଜୟନ୍ତଙ୍କ ଛାତି ଧଡଧଡ । ଯେଉଁଥିପାଇଁ ଟ୍ବିଟ କରି ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ବୈଜୟନ୍ତ । ଗୁରୁବାର ଫଳଫଳ ଆସିବା ଯାଏ ଅପେକ୍ଷା କରିବାକୁ କହିଛନ୍ତି ବୈଜୟନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

gss

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.