ETV Bharat / state

ଓଡିଶା ଜୀବିକା ମିଶନ ନିଯୁକ୍ତିରେ ଚଞ୍ଚକତା, ବାଦ୍ ପଡୁଛନ୍ତି ଯୋଗ୍ୟ ପ୍ରାର୍ଥୀ

author img

By

Published : Sep 8, 2021, 11:36 AM IST

କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ପଞ୍ଚାୟତ ଓଡିଶା ଜୀବିକା ମିଶନ(OLM) ପକ୍ଷରୁ ହେବାକୁ ଥିବା CRP ଚୟନକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

ଓଡିଶା ଜୀବିକା ମିଶନ ନିଯୁକ୍ତିରେ ଚଞ୍ଚକତା
ଓଡିଶା ଜୀବିକା ମିଶନ ନିଯୁକ୍ତିରେ ଚଞ୍ଚକତା

କେନ୍ଦ୍ରାପଡା: ଜିଲ୍ଲା ଚାନ୍ଦୋଳ ପଞ୍ଚାୟତ ଓଡିଶା ଜୀବିକା ମିଶନ(OLM) ପକ୍ଷରୁ ହେବାକୁ ଥିବା CRP ଚୟନକୁ ବାତିଲ କରାଯାଇଛି । ଚୟନରେ ସ୍ବଚ୍ଛତା ନଥିବାରୁ ଉଚିତ ଦକ୍ଷତା ଥାଇ ମଧ୍ୟ ପ୍ରକୃତ ପ୍ରାର୍ଥୀଙ୍କୁ ବାଦ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ପଞ୍ଚାୟତ ଅଫିସ ଘେରାଉ କରିଛନ୍ତି ମହିଳା ।

ଓଡିଶା ଜୀବିକା ମିଶନ ନିଯୁକ୍ତିରେ ଚଞ୍ଚକତା

ଚାନ୍ଦୋଳ ପଞ୍ଚାୟତରେ ଗତ ୧ ତାରିଖ ଦିନ ହୋଇଥିବା MBK ଚୟନରେ ବ୍ଲକ କର୍ତ୍ତୃପକ୍ଷଙ୍କ ପକ୍ଷପାତିତା ନେଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ବାରସ୍ଥ ହୋଇଥିଲେ ଚୟନରୁ ବାଦ ପଡିଥିବା ସରୋଜିନୀ ମଲିକ । ପ୍ରକଳ୍ପ ନିର୍ଦ୍ଦେଶକ,ଡେରାବିଶ ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପୁଣି ପୂର୍ବ ପରି ପକ୍ଷପାତିତାର ପୁନରାବୃତ୍ତି ନହେଉ ବୋଲି ମହିଳାମାନେ ଚାନ୍ଦୋଳ ପଞ୍ଚାୟତ ପରିସରରେ ହୋ ହାଲ୍ଲା କରିଥିଲେ । ପଞ୍ଚାୟତ ଚୟନ କମିଟି ଦ୍ବାରା ଚୟନ କରାନଯାଇ ବିପିଏମ ଓ BLC ଆଦି ନିଜ ପଦବି ଓ କ୍ଷମତାର ଦୂରୁପଯୋଗ କରି ରାଜନୈତିକ ଚାପରେ ଏଭଳି କରିଥିବା ଅଭିଯୋଗ ହୋଇଛି ।

ସଭାନେତ୍ରୀଙ୍କ ନିକଟରୁ ତରବରିଆ ଭାବେ ସମସ୍ତଙ୍କ ତଥ୍ୟ ସମ୍ବଳିତ ବାକ୍ସକୁ ନେଇଯିବା ନେଇ ସନ୍ଦେହ ଘେରକୁ ଆସିଛନ୍ତି BLC ବିଣାପାଣୀ ସାମଲ। । ସେପଟେ ସମାନ ଅଭିଯୋଗ ଆଣିଛନ୍ତି ଚୟନ କମିଟିର କର୍ମକର୍ତ୍ତା, ପଞ୍ଚାୟତର ସଭାନେତ୍ରୀ ଓ ସମ୍ପାଦକ । ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ହସ୍ତକ୍ଷେପ ସହ ଭିଡିଓ ରେକର୍ଡିଂ କରି ପ୍ରକୃତ ଗାଇଡଲାଇନ ମୁତାବକ ଚୟନ କରିବାକୁ ମହିଳାମାନେ ଦାବି କରିଛନ୍ତି । ଅନ୍ୟପଟେ ଏନେଇ ସ୍ଥାନୀୟ ସରପଞ୍ଚ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅନୁରୋଧ କରିଥିବା ବେଳେ ହୋହାଲ୍ଲା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ ନେଇ କରାଯାଇଥିବା ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.