ETV Bharat / state

ଆଇଏଚଆରସିର ପ୍ରେସ ମିଟ୍‌: ମହିଳାଙ୍କ ପାଇଁ ଜାରି ହେଲା 155260 ଟୋଲ ଫ୍ରି ନମ୍ବର - toll free number for women

ପଟ୍ଟାମୁଣ୍ଡାଇରେ ଆଇଏଚଆରସି ପକ୍ଷରୁ ଆୟୋଜିତ ହୋଇଛି ଏକ ସାମ୍ବାଦିକ ସମ୍ମିଳନୀ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏଚଆରସି ପକ୍ଷରୁ ମହିଳାମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଓ ସମସ୍ୟା ନିମନ୍ତେ ଟୋଲ୍‌ ଫ୍ରି ନମ୍ବର ପ୍ରଚଳନ ନେଇ ଅନୁରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Sep 5, 2019, 1:58 PM IST

କେନ୍ଦ୍ରାପଡା: ସାରା ବିଶ୍ବରେ ଏବେ ଦିନକୁ ଦିନ ବୃଦ୍ଧି ପାଉଛି, ମହିଳାଙ୍କ ପ୍ରତି ହିଂସା, ଅତ୍ୟାଚାର । ଯୌନ ଶୋଷଣ, ଦୁଷ୍କର୍ମ, ଅସଦାଚରଣ ଏବଂ ଯୌତୁକ ନିର୍ଯାତନା ଭଳି ମାମଲା ଥମିବାରେ ନାଁ ନେଉ ନାହିଁ । ଏଭଳି ଘଟଣା ଦେଖି ଲାଗୁଛି ମହିଳାମାନେ ଆଉ ଜମା ସୁରକ୍ଷିତ ନୁହଁନ୍ତି । ଏବେ ଏହା ବ୍ୟାଧି ଭଳି ମାଡି ଚାଲିଛି । ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି ଆନ୍ତର୍ଜାତିକ ମାନବାଧିକାର ପରିଷଦ(ଆଇଏଚଆରସି) । ଏନେଇ ଏକ ପଟ୍ଟାମୁଣ୍ଡାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କରିଛି ଆଇଏଚ୍‌ଆରସି । କୌଣସି ଅପ୍ରୀତିକର ଘଟଣା ଘଟିବା ପରିସ୍ଥିତିରେ ମହିଳାମାନେ ଟୋଲ ଫ୍ରି ନମ୍ବରରେ ବିନା ଭୟ, ଶଙ୍କାରେ କଲ କରି ସୁରକ୍ଷା ମାଗିପାରିବା ପାଇଁ ଏହି ସମ୍ମିଳନୀରେ ଅନୁରୋଧ କରିଛି ଆଇଏଚ୍‌ଆରସି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏଚ୍‌ଆରସି ପକ୍ଷରୁ ମହିଳାମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ଅଭିଯୋଗ ଓ ସମସ୍ୟା ନିମନ୍ତେ ଟୋଲ୍‌ ଫ୍ରି ନମ୍ବର ପ୍ରଚଳନ ନେଇ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ସିଆଇଡି ପକ୍ଷରୁ ଟୋଲ୍‌ ଫ୍ରି ନମ୍ବର 155260 ପ୍ରଦାନ କରାଯାଇଥିବା ନେଇ ପଟ୍ଟାମୁଣ୍ଡାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଣିକି ଏହି ନମ୍ବରରେ ନିର୍ଯାତନାର ଶିକାର ହେଉଥିବା ବାଳିକା ଓ ମହିଳାମାନେ ନିଜ ଅଭିଯୋଗ କରିପାରିବେ ଏବଂ ଅଭିଯୋଗକାରିଣୀ ମାନଙ୍କର ସମସ୍ତ ତଥ୍ୟ ଗୋପନ ରଖାଯିବ ବୋଲି କୁହାଯାଇଛି । ଆଇଏଚ୍‌ଆରସି ରାଜ୍ୟ ସଭାପତି ଡ଼ଃ ଶିବସୁନ୍ଦର ସ୍ବାଇଁ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ତହସିଲଦାର ଉକ୍ତ ଟୋଲ୍‌ ଫ୍ରି ନମ୍ବରକୁ ଉନ୍ମୋଚନ କରିଛନ୍ତି ।

ଅନେକ ସମୟରେ ଲୋକଲଜ୍ଜା, ଅନ୍ୟାନ୍ୟ ବାହ୍ୟ କାରଣ ଓ ଭୟରେ ପୀଡିତା କିମ୍ବା ତାଙ୍କ ପରିବାର ଘଟଣା ସମ୍ପର୍କରେ ଚୁପ ରହିଯାନ୍ତି । ଆଇନର ଆଶ୍ରୟ ନେବାକୁ କୁଣ୍ଠାବୋଧ କରନ୍ତି କିମ୍ବା ଭୟ କାରଣରୁ ନୀରବ ରୁହନ୍ତି । ଏହିଭଳି ସମ୍ବେଦନଶୀଳ ଘଟଣାଗୁଡିକୁ ପୀଡିତା କିମ୍ବା ତାଙ୍କ ପରିବାର ସୁରକ୍ଷିତ ଭାବରେ ଓ ବିନା ଦ୍ବିଧାରେ ସମସ୍ତ ବିବରଣୀ ପୋଲିସକୁ ଅବଗତ କରାଇବା ନିମନ୍ତେ ପ୍ରେସ ମିଟ୍‌ କରାଯାଇଥିଲା । ଫଳରେ ଏହି ଘଟଣାରେ ସମ୍ପୃକ୍ତ ଅସମାଜିକ ବ୍ୟକ୍ତିଙ୍କୁ ଦଣ୍ଡ ଅନ୍ୟମାନଙ୍କ ଠାରୁ ଥିବା ଆସନ୍ନ ବିପଦରୁ ପୀଡିତାଙ୍କ ପରିବାରକୁ ରକ୍ଷା ମିଳି ପାରିବ । ଏନେଇ ଆନ୍ତର୍ଜାତିକ ମାନବାଧିକାର କମିଶନ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ,କ୍ରାଇମବ୍ରାଞ୍ଚ,ମହିଳା କମିଶନ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଟୋଲ ଫ୍ରି ନମ୍ବର ପ୍ରଚଳନ ପାଇଁ ଅନୁରୋଧ କରିଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:05.09.2019
Radhakanta Mohanty,Kendrapada
Slug-od_kpr_03_ihrc pressmeet_script_7204459
Anchor-ସମାଜରେ ପ୍ରତ୍ୟକ ଦିନ କେଉଁଠି ନା କେଉଁଠି ନିରୀହ ଯୁବତୀ ଓ ମହିଳାମାନେ ଅତ୍ୟାଚାର ଓ ଦୁଃଷ୍କର୍ମର ଶିକାର ହେଉଛନ୍ତି।ଏପରିକି ନିରୀହ ଶିଶୁ ମଧ୍ୟ ଏଭଳି ହୀନ କାର୍ଯ୍ୟରୁ ବାଦ ପଡିନାହାନ୍ତି,ଯାହାକି ଶିକ୍ଷିତ ସମାଜକୁ କଳଙ୍କିତ କରିବା ସହ ନିନ୍ଦିତ କରିଛି।ଏଭଳି କାଣ୍ଡ ଦିନକୁଦିନ ବଢିଚାଲିଥିବା ବେଳେ ଲୋକଲଜ୍ଜା ଭୟରେ ପିଡିତା କିମ୍ବା ପରିବାର ଆଇନର ଆଶ୍ରୟ ନେଇପାରେନାହିଁ।ଏହିଭଳି ସମ୍ବେଦନଶୀଳ ଘଟଣାଗୁଡିକୁ ପିଡିତା କିମ୍ବା ପରିବାର ସରକାରୀ ଭାବରେ ଗୁପ୍ତରେ ଜଣାଇ ଲଜ୍ଜିତ ନହୋଇ ଅଭିଯୁକ୍ତ ମାନଙ୍କୁ ଦଣ୍ଡ ପ୍ରଦାନ କରାଇବା ପାଇଁ ଆନ୍ତର୍ଜାତିକ ମାନବାଧିକାର କମିଶନ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ,କ୍ରାଇମବ୍ରାଞ୍ଚ,ମହିଳା କମିଶନ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ଟୋଲ ଫ୍ରି ନମ୍ବର ପ୍ରଚଳନ ପାଇଁ ଅନୁରୋଧ କରିଥିଲା।ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଓଡ଼ିଶା ପୋଲିସ କ୍ରାଇମବ୍ରାଞ୍ଚ ସିଆଇଡି ପକ୍ଷରୁ ଟୋଲ ଫ୍ରି ନମ୍ବର 155260 ପ୍ରଦାନ କରାଯାଇଥିବା ଆଜି ପଟ୍ଟାମୁଣ୍ଡାଇରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି IHRC ର ରାଜ୍ୟ ସଭାପତି ଡ଼ଃ ଶିବସୁନ୍ଦର ସ୍ୱାଇଁ।ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ତହସିଲଦାର ଉକ୍ତ ଟୋଲ ଫ୍ରି ନମ୍ବର ଉନ୍ମୋଚନ କରିଥିଲେ।
Byt-ଶରତ ଗିରି(ତହସିଲଦାର,ପଟ୍ଟାମୁଣ୍ଡାଇ)
Byt-ଡ଼ଃ ଶିବସୁନ୍ଦର ସ୍ୱାଇଁ(ରାଜ୍ୟ ସଭାପତି,ଆନ୍ତର୍ଜାତିକ ମାନବାଧିକାର କମିଶନ)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.