ETV Bharat / state

ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

author img

By

Published : Feb 3, 2021, 4:26 PM IST

କଟକ-ଚାନ୍ଦବାଲି 9ନଂ(କ)ରାଜ୍ୟ ରାଜପଥ ଗୋଗୁଆ ଛକଠାରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ । ଅଧିକ ପଢନ୍ତୁ ......

ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର
ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର

କେନ୍ଦ୍ରାପଡା: କଟକ-ଚାନ୍ଦବାଲି 9ନଂ(କ)ରାଜ୍ୟ ରାଜପଥ ଗୋଗୁଆ ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିଙ୍କ ନାଁ ରବିନ୍ଦ୍ର ଲେଙ୍କା ଓ ତାଙ୍କ ଘର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡକୂଳ ଗାଁରେ ବୋଲି ଜଣାପଡିଛି ।

ସଡକ ଦୁର୍ଘଟଣାରେ ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର

ସୂଚନା ଅନୁସାରେ, ରବିନ୍ଦ୍ର ବାଇକ ଯୋଗେ ତାଙ୍କ ସ୍ତ୍ରୀଙ୍କୁ ନେଇ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥଲା । ଟ୍ରକଟି ରବିନ୍ଦ୍ରଙ୍କ ଡାହାଣ ଗୋଡ ଉପରେ ମାଡି ଯାଇଥିଲା। ଟ୍ରକ ଧକ୍କାରେ ରବିନ୍ଦ୍ରଙ୍କ ସ୍ତ୍ରୀ ରାସ୍ତା ଉପରେ ଛିଟିକି ପଡ଼ିବା ଯୋଗୁ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରବିନ୍ଦ୍ରଙ୍କୁ ମୃତ ଘୋଷଣା କରିଥଲେ । ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନଥିବା ସୂଚନା ରହିଛି ।

ମୃତ ରବିନ୍ଦ୍ର ସଦର ଥାନା ଅନ୍ତର୍ଗତ ଦୁହୁରିଆ ଠାରେ ଭଡ଼ା ନେଇ ରହି ଆସୁଥିଲେ l

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.