ETV Bharat / state

'ଦୁର୍ନୀତିଗ୍ରସ୍ତ ବିଡିଓ ଓ ପିଇଓଙ୍କୁ ଦଣ୍ଡିତ କର' - ଦୁର୍ନୀତିଗ୍ରସ୍ତ ବିଡିଓ

ସରକାରୀ ଯୋଜନାକୁ ବାଟମରଣା କରିବା ସହ ସରପଞ୍ଚ, ପିଇଓ ଓ ବିଡିଓ ଟଙ୍କା ହଡପ କରିଥିବାର ଅଭିଯୋଗ। କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ କେନ୍ଦ୍ରାପଡା ଗୁଆଳିଗାଁ ଗ୍ରାମବାସୀଙ୍କ ଆମରଣ ଅନଶନ।

Hunger strike
'ଦୁର୍ନୀତିଗ୍ରସ୍ତ ବିଡିଓ ଓ ପିଇଓଙ୍କୁ ଦଣ୍ଡିତ କର'
author img

By

Published : Dec 2, 2019, 7:38 PM IST

କେନ୍ଦ୍ରାପଡ଼ା: ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲାନି ବ୍ଲକ କି ଜିଲ୍ଲା ପ୍ରଶାସନ । ଫଳରେ ଆମରଣ ଅନଶନରେ ବସିଲେ ଗ୍ରାମବାସୀ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ତରାସ ପଞ୍ଚାୟତର ଗୁଆଳିଗାଁ ଗାଁର ଉନ୍ନୟନ କାର୍ଯ୍ୟ ପାଇଁ ଆଜି ଧାରଣାରେ ଗ୍ରାମବାସୀ । ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର । ଆଉ ସରକାରୀ ଯୋଜନାକୁ ବାଟମରଣା କରିବା ସହ ସରପଞ୍ଚ, ପିଇଓ ଓ ବିଡିଓ ଟଙ୍କା ହଡପ କରିଥିବାର ମଧ୍ୟ ସଙ୍ଗୀନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।

'ଦୁର୍ନୀତିଗ୍ରସ୍ତ ବିଡିଓ ଓ ପିଇଓଙ୍କୁ ଦଣ୍ଡିତ କର'

2008 ମସିହା ଅଗଷ୍ଟ 25ରେ ଓ 2009 ନଭେମ୍ବର 18ରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ପ୍ରକୋଷ୍ଠରେ ଏନେଇ ଅଭିଯୋଗ କରାଯାଇଥିଲା । ହେଲେ ଘଟଣାର ତଦନ୍ତ କରିବା ବଦଳରେ ହାତବାନ୍ଧି ଚୁପ ବସିଛି ଜିଲ୍ଲାପ୍ରଶାସନ । ସରକାରୀ କଳର ଏଭଳି ସ୍ଥାଣୁତା ଓ ମୁଖ୍ୟମନ୍ତ୍ରୀଙ୍କ ‘ଜିରୋ ଟୋଲରାନ୍ସ ଟୁ କରପସନ’ ନୀତି ଅଣଦେଖା କରାଯିବା ଉକ୍ତ ଗ୍ରାମବାସୀ ଓ ମା ମଙ୍ଗଳା ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟ ଏକତ୍ରୀତ ହୋଇ ଆମରଣ ଅନଶନରେ ବସିଛନ୍ତି। ଆଉ ଯେ ପର୍ଯ୍ୟନ୍ତ ସରପଞ୍ଚ, ପିଇଓ ଓ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ସେ ପର୍ଯ୍ୟନ୍ତ ଏହି ଅନଶନ ଚାଲୁ ରହିବ ବୋଲି କହିଛନ୍ତି ଅନଶନକାରୀ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:02.12.2019
Radhakanta Mohanty, Kendrapada
Slug-od_kpr_03_hunger strike_script_7204459
Anchor-ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣିଲାନି ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ।ବାଧ୍ୟ ହୋଇ ଆମରଣ ଅନଶନରେ ବସିଲେ ଗ୍ରାମବାସୀ।କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ତରାସ ପଞ୍ଚାୟତର ଗୁଆଳିଗାଁ ଗ୍ରାମରେ ଉନ୍ନୟନ କାର୍ଯ୍ୟ ଠପ।ଗାଁରେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର ଇତ୍ୟାଦି ପ୍ରକୃତ ହିତାଧିକାରୀ ମାନଙ୍କୁ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ।ଏମିତିକି ବିଭିନ୍ନ ସରକାରୀ ଯୋଜନାକୁ ବାଟମାରଣା କରାଯିବା ସହିତ ସରପଞ୍ଚ, PEO ଏବଂ BDO ଏହି ଅର୍ଥକୁ ହଡପ କରାଯାଉଥିବା ନେଇ ଗତ ୨୦୧୮ ମସିହା ଅଗଷ୍ଟ ୨୫ ତାରିଖରେ ଓ ଗତ ୨୦୧୯ ମସିହା ନଭେମ୍ବର ୧୮ ତାରିଖରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିଲେ ମଧ୍ୟ ତଦନ୍ତ ପ୍ରତିଶୃତି ଦେଇ ଚୁପ ବସିଛି ଜିଲ୍ଲା ପ୍ରଶାସନ।ସରକାରୀ କଳର ଏଭଳି ସ୍ଥାଣୁତାକୁ ପ୍ରତିବାଦ କରି ଏବଂ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟାଲରାନ୍ସ ଟୁ କରପସନନୀତିକୁ ଅଣଦେଖା କରାଯିବା ପ୍ରତିବାଦରେ ଆଜି ଗୁଆଳିଗାଁ ଗ୍ରାମବାସୀ ଓ ମା'ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।ଯେପର୍ଯ୍ୟନ୍ତ ସରପଞ୍ଚ, PEO ଏବଂ BDOଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଛି ସେପର୍ଯ୍ୟନ୍ତ ଏହି ଅନଶନ ଚାଲୁ ରହିବ ବୋଲି କହିଛନ୍ତି ଅନଶନକାରୀ।
Byt-ଜୟନ୍ତୀ ମଳିକ(ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା)
Byt-ପ୍ରଶାନ୍ତ ନାୟକ(ଗୁଆଳିଗାଁ ଗ୍ରାମବାସୀ)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.