ETV Bharat / state

୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ, ୫ ଗିରଫ

author img

By

Published : Nov 18, 2022, 11:36 AM IST

ଧଳାଜହର କବଜାରେ କେନ୍ଦ୍ରାପଡା ଜିଲ୍ଲା । ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ, ୫ ଗିରଫ

କେନ୍ଦ୍ରାପଡା: ଧଳାଜହର କବଜାରେ ପୁରା ଜିଲ୍ଲା । ବାରମ୍ବାର ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ ସତ୍ତ୍ବେ ଚେତୁ ନାହାନ୍ତି ବ୍ରାଉନସୁଗାର ବେପାରୀ । ଜିଲ୍ଲା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ପୁଣି ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି । ଏଥିସହସହ ୫ ଜଣଙ୍କୁ ଗିରଫ କରାଯାଇଛି ।

ବ୍ୟବସାୟୀଙ୍କୁ ଦିଆଯାଉଛି ଚେକମେଟ୍‌ । ଏହି କ୍ରମରେ ପଟ୍ଟାମୁଣ୍ଡାଇ ପୋଲିସ ବ୍ରାଉନ ସୁଗାର ବ୍ୟବସାୟରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ନିଶାଦ୍ରବ୍ୟ ସମେତ ବହୁମୂଲ୍ୟ ସାମଗ୍ରୀ ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ଗୁରୁବାର ଅପରାହ୍ନରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...୧୦୮ ଆମ୍ବୁଲାନ୍ସ ସେବାକୁ ଆସୁଛି ଫେକ କଲ: କିଏ I Love You କହୁଛି, ଆଉ କିଏ ମ୍ୟାଡାମଙ୍କୁ ଦଉନ

ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ମୂଳବସନ୍ତ ନିକଟରେ ଥିବା ଏକ ନିଚ୍ଛାଟିଆ ସ୍ଥାନରେ ଗତ ବୁଧବାର ବିଳମ୍ବିତ ରାତିରେ ପୋଲିସ ବିଭାଗର ଏକ ସ୍ପେଶାଲ ଟିମ ଯୋଜନା ମୁତାବକ ଛାପା ମାରିଥିଲା । ପଟ୍ଟାମୁଣ୍ଡାଇ ଥାନା ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ କରି ବ୍ରାଉନସୁଗାର କାରବାର ଚଳାଇଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କୁ ମାଡି ବସିଥିଲା ପୋଲିସ । ଏହି ସମୟରେ ସେମାନଙ୍କ ନିକଟରୁ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୁଲ୍ୟର ବ୍ରାଉନସୁଗାର, ନଗଦ ୫୫୦୦ ଟଙ୍କା, ୪ଟି ମୋବାଇଲ ଏବଂ ଗୋଟିଏ ବାଇକ ଜବତ କରିବାରେ ସଫଳ ହୋଇଛି । ପଟ୍ଟାମୁଣ୍ଡାଇ ଥାନାରେ ନଂ ୫୬୨/୨୨ରେ ମାମଲା ରୁଜ୍ଜୁ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ୨୨(ଖ), ୨୯ NDPS ଆକ୍ଟରେ ଦଫା ଲଗାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.