ETV Bharat / state

ଛାତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ ଘଟଣା, ଚାକିରୀ ହରାଇଲେ ୱାର୍ଡେନ - କେନ୍ଦ୍ରାପଡ଼ାରେ ଛାତ୍ରୀଙ୍କୁ ଅଶାଳୀନ ମନ୍ତବ୍ଯ ଘଟଣା

ମହଙ୍ଗା ପଡିଲା ଛାତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ । କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଲେଡିଜ ହଷ୍ଟେଲ ୱାର୍ଡେନ ଅଶ୍ଳୀଳ ଭାଷାରେ ଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ । ଅଭିଯୋଗ ପରେ ୱାର୍ଡେନଙ୍କୁ ପଦବୀରୁ ଅପସାରଣ କରାଯାଇଛି। ଅଧିକ ପଢ଼ନ୍ତୁ

hostel warden misbehave on students in kendrapada
ଛାତ୍ରୀଙ୍କୁ ଅଶାଳୀନ ମନ୍ତବ୍ଯ ଘଟଣା,ଚାକିରୀ ହରାଇଲେ ୱାର୍ଡେନ
author img

By

Published : Apr 26, 2022, 3:07 PM IST

କେନ୍ଦ୍ରାପଡ଼ା: ମହଙ୍ଗା ପଡିଲା ଛାତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ । କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଲେଡିଜ ହଷ୍ଟେଲ ୱାର୍ଡେନ ଅଶ୍ଳୀଳ ଭାଷାରେ ଛାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। ଅଭିଯୋଗ ପରେ ୱାର୍ଡେନଙ୍କୁ ପଦବୀରୁ ଅପସାରଣ କରାଯାଇଛି ।

ଛାତ୍ରୀଙ୍କୁ ଅଶାଳୀନ ମନ୍ତବ୍ଯ ଘଟଣା,ଚାକିରୀ ହରାଇଲେ ୱାର୍ଡେନ

କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଲେଡିଜ ହଷ୍ଟେଲକୁ ୨୫ ତାରିଖ ମଧ୍ୟରାତ୍ରିରେ କୌଣସି ଦୁର୍ବୃତ୍ତ ଝରକା ଭାଙ୍ଗି ଛାତ୍ରୀମାନେ ରହୁଥିବା ସ୍ଥାନରୁ ଲୁଟ କରିବା ସହ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିଲା । ଗତକାଲି କେନ୍ଦ୍ରାପଡ଼ା ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଏହି ଘଟଣାକୁ ନେଇ ଛାତ୍ରୀମାନେ ହଷ୍ଟେଲ ୱାର୍ଡ଼େନଙ୍କ ସହ କଥା ହେଉଥିବା ବେଳେ ୱାର୍ଡନ ଜଣଙ୍କ ଅଶ୍ଳୀଳ ଭାଷାରେ ଛାତ୍ରୀମାନଙ୍କୁ ଗାଳିଗୁଲଜ କରିଥିବା ଛାତ୍ରୀମାନେ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ। ୱାର୍ଡେନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ତାଙ୍କୁ ଉକ୍ତ ପଦବୀରୁ ଅପସାରଣ କରାଯାଇଥିବା କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ଏଥିସହିତ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହଷ୍ଟେଲର ସମସ୍ତ ପ୍ରାଚୀରକୁ ଉଚ୍ଚା କରାଯାଉଛି ଏବଂ ସମସ୍ତ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ ଦୁଇଦିନ ମଧ୍ୟରେ ସୁରକ୍ଷାକର୍ମୀ ମୁତୟନ କରାଯିବ ବୋଲି କହିଛନ୍ତି । ଅନ୍ୟପଟେ ଅଭିଯୁକ୍ତକୁ ଖୁବଶୀଘ୍ର ଧରାଯିବା ନେଇ ପ୍ରତିଶ୍ରୁତି ମିଳିଛି ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.