ETV Bharat / state

ଯାଞ୍ଚ ବେଳେ ଗାଡି ଧକ୍କାରେ ହୋମଗାର୍ଡ ମୃତ, ଘଟଣାସ୍ଥଳରେ ଉତ୍ତେଜନା - ହୋମଗାର୍ଡଙ୍କୁ ଧକ୍କା ଦେଲା ଭ୍ୟାନ

ହୋମଗାର୍ଡଙ୍କୁ ଧକ୍କା ଦେଲା ଭ୍ୟାନ । ଓଭରଲୋଡିଂ ଗାଡି ଗୁଡିକୁ ଯାଞ୍ଚ ପାଇଁ କେନ୍ଦ୍ରାପଡା ପରିବହନ ବିଭାଗ ପକ୍ଷରୁ ୫୩ନଂ ଜାତୀୟ ରାଜପଥ ବଳଭଦ୍ରପୁର ନିକଟରେ ଚେକିଂ ସମୟରେ ଘଟିଛି ଏହି ଦୁର୍ଘଟଣା ( Home guard died during checking vehicle ) । ଅଧିକ ପଢନ୍ତୁ

ଯାଞ୍ଚ ବେଳେ ଗାଡି ଧକ୍କାରେ ହୋମଗାର୍ଡ ମୃତ
Home guard dies in road accident
author img

By

Published : Dec 21, 2022, 10:27 AM IST

ଯାଞ୍ଚ ବେଳେ ଗାଡି ଧକ୍କାରେ ହୋମଗାର୍ଡ ମୃତ

କେନ୍ଦ୍ରାପଡା: ଜିଲ୍ଲାରେ ଘଟି ଯାଇଛି ବଡ ଅଘଟଣ । ଏକ ଅଜଣା ଗାଡ଼ି ଭାରସାମ୍ୟ ହରାଇ ପରିବହନ ବିଭାଗରେ କାର୍ଯ୍ୟ କରୁଥିବା ଜନୈକ ପୋଲିସ କର୍ମଚାରୀ(ଗୃହରକ୍ଷୀ)ଙ୍କ ଉପରେ ମାଡିଯାଇଛି । ଘଟଣାସ୍ଥଳରେ ଉକ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଓଭରଲୋଡିଂ ଗାଡି ଗୁଡିକୁ ଯାଞ୍ଚ ପାଇଁ କେନ୍ଦ୍ରାପଡା ପରିବହନ ବିଭାଗ ପକ୍ଷରୁ ୫୩ନଂ ଜାତୀୟ ରାଜପଥ ବଳଭଦ୍ରପୁର ନିକଟରେ ଚେକିଂ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ବଳଭଦ୍ରପୁରଠାରେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ବାଡ ଚେକିଂ କରୁଥିଲା । ଏହି ସମୟରେ ଗାଡି ଅଟକାଇଲା ବେଳେ ପିକଅପ୍ ଭ୍ୟାନ ହୋମଗାର୍ଡଙ୍କୁ ଧକ୍କା ଦେଇ ପଳାଇଥିଲା ।

ଅନ୍ୟପଟେ କୁହୁଡି ସାଙ୍ଗକୁ ପରିବହନ ବିଭାଗ କର୍ମଚାରୀ ମାନେ ଅନ୍ଧାରୁଆ ସମୟରୁ ଏହି ଯାଞ୍ଚ କରୁଥିବା କାରଣରୁ ଫାଇନ ଆଦାୟ ହେଉଛି ସତ ହେଲେ ଜୀବନ ମଧ୍ୟ ଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ପ୍ରବୀଣ ମହାପାତ୍ର ନାମକ କର୍ମଚାରୀ ଜଣଙ୍କ ପୋଲିସ ବିଭାଗରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘଦିନ ଧରି ପରିବହନ ବିଭାଗରେ ଦାୟିତ୍ବ ନିର୍ବାହ କରିଥିଲେ । ତେବେ ଦୁଃଖ ଓ ପରିତାପର ବିଷୟ ଏହି ଦୁର୍ଘଟଣା ପରେ ସାଥି ସହ କର୍ମଚାରୀ ପ୍ରବୀଣଙ୍କୁ ମେଡିକାଲ ନେବା ବଦଳରେ ସେଠାରୁ ଛୁ ମାରିଥିବା ଲୋକେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ....ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ପାଇଁ କଟକରେ ଗଡିବନି ଭାରିଯାନ

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଡେରାବିଶ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ବର୍ଷ ଶେଷରେ ଯାଞ୍ଚ ନାମରେ ଫାଇନ ଆଦାୟ ବେଳେ ଏଭଳି ଦୁର୍ଘଟଣା ପାଇଁ ଏକମାତ୍ର ଦାୟୀ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି ପୋଲିସ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.