ETV Bharat / state

ପଞ୍ଚୁଦୋଳ ମହୋତ୍ସବ: ହୋଲିର 4 ଦିନ ପରେ ରଙ୍ଗୀନ ହୁଏ କେନ୍ଦ୍ରାପଡା - କେନ୍ଦ୍ରାପଡାରେ ହୋଲି ଖେଳ

ନିଆରା ହୋଲି । ସମଗ୍ର ଦେଶରେ ହୋଲି ମଙ୍ଗଳବାର ଅନୁଷ୍ଠିତ ହୋଇଥିବାବେଳେ କେନ୍ଦ୍ରାପଡାରେ 4 ଦିନ ପରେ ହୋଲି ପାଳନ ହୁଏ । ଯାହାକୁ କୁହାଯାଏ ପଞ୍ଚୁ ଦୋଳ ଉତ୍ସବ । ଦେଖନ୍ତୁ ଏହି ରିପୋର୍ଟ...

aa
ପଞ୍ଚୁଦୋଳ ମହୋତ୍ସବ, ହୋଲିର 4 ଦିନ ପରେ ରଙ୍ଗୀନ ହୁଏ କେନ୍ଦ୍ରାପଡା
author img

By

Published : Mar 14, 2020, 11:56 PM IST

କେନ୍ଦ୍ରାପଡ଼ା: ଘଣ୍ଟ ଘଣ୍ଟା କରତାଳି ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ସଜେଇ ହୋଇ ଆସୁଛନ୍ତି ପ୍ରଭୁ ଲଛମନଜୀଉ । ଆମ୍ବ ବଉଳର ଅପୂର୍ବ ସମ୍ଭାର ଆଉ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିରେ ଭକ୍ତଙ୍କୁ ଦେବେ ଦର୍ଶନ। ଏଭଳି ନିଆରା ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ାର । ସାରା ଭାରତରେ ହୋଲି ଗତ ମଙ୍ଗଳବାର ଦିନ ପାଳିତ ହୋଇଥିବାବେଳେ ପରମ୍ପରା ଓ ବିଧି ମୁତାବକ କେନ୍ଦ୍ରାପଡ଼ାରେ ଦୋଳ ପୂର୍ଣ୍ଣିମାର ପଞ୍ଚମ ଦିନରେ ପାଳିତ ହୋଇଥାଏ ହୋଲି ଉତ୍ସବ, ଯାହାକୁ ‘ପଞ୍ଚୁଦୋଳ’ କୁହାଯାଏ । ବଳଦେବଜୀୟୁ ରଙ୍ଗ ଖେଳିବା ପରେ ଜିଲ୍ଲାରେ ହୋଲି ଖେଳନ୍ତି ଲୋକେ ।

ପଞ୍ଚୁଦୋଳ ମହୋତ୍ସବ

ପ୍ରଭୁ ଲଛମନଜୀଉ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଥାନରେ ଭୋଗଖାଇ ବଳଦେବଜୀଉଙ୍କର ଛାମୁ ମେଳଣରେ ପହଞ୍ଚିଥାଆନ୍ତି । ଏହା ମେଳଣର ଅନ୍ୟତମ ମୁଖ୍ୟ ଆକର୍ଷଣ ପାଲିଟିଥାଏ । ଦୋଳ ପୂର୍ଣ୍ଣିମା ଯିବାର ଚାରିଦିନପରେ ବଳଦେବଜୀୟୁଙ୍କ ରଥ ଦାଣ୍ଡରେ ‘ଛାମୁ ମେଳଣ’ ଅନୁଷ୍ଠିତ ହୋଇଥାଏ। ଏହି ମେଳଣର ମୁଖ୍ୟ ପ୍ରଭୁ ଲଛମନଜୀଉ ଓ ରାମଜୀଉ ପରସ୍ପର ବଳଦେବଜୀଉଙ୍କ ସାମ୍ନାରେ ବସିବା ପରେ ଏହି ମେଳଣ ଆରମ୍ଭ ହେଉଥିବାରୁ ଏହାକୁ ଛାମୁ ମେଳଣ ମଧ୍ୟ କୁହାଯାଇଥାଏ । ମେଳଣର ମୁଖ୍ୟ ଆକର୍ଷଣ କୁଶିଆପାଳ ବାଲିପାଟଣାରେ ପୂଜା ପାଉଥିବା ପ୍ରଭୁ ଲଛମନଜୀଉ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଥାନରେ ଭୋଗଖାଇ ପୁରୁଣା ମଟର ଷ୍ଟାଣ୍ଡରେ ହେଉଥିବା ମେଳଣରେ ଯୋଗଦେଇ ପ୍ରାତଃ ସମୟରେ ବଳଦେବଜୀଉଙ୍କର ଛାମୁ ମେଳଣରେ ପହଞ୍ଚିଥାଆନ୍ତି । ଏହି ପରମ୍ପରା ମରହଟ୍ଟା ଶାସନ କାଳରୁ ଚାଲି ଆସୁଥିବା ଇତିହାସ କହେ ।

ଲଛମନଜୀଉ ଓ ରାମଜିୟୁ ଉଭୟ ବଳଦେବଜୀଉଙ୍କ ପାଖରେ ରଙ୍ଗ ଲାଗି କରିବାପରେ କେନ୍ଦ୍ରାପଡ଼ା ସହରରେ ଆରମ୍ଭ ହୋଇଥାଏ ରଙ୍ଗ ଖେଳ । ଚଳିତ ବର୍ଷ ମହାମାରୀ କୋରୋନାର ଭୟ କିଛିକାଂଶରେ ଏହି ପଞ୍ଚୁଦୋଳକୁ ପ୍ରଭାବିତ କରିଥିଲେ ମଧ୍ୟ ଏହି ରଙ୍ଗର ପର୍ବ ହୋଲି ପାଇଁ ଉତ୍ସବମୁଖର କେନ୍ଦ୍ରାପଡାର ଗାଁ'ଠୁ ସହର। ହଳଦୀଗୁଣ୍ଡ, ଚାଉଳଚୁନା, ଜଲପି ରଙ୍ଗ ସମେତ ନୀଳ ରଙ୍ଗକୁ ବ୍ୟବହାର କରି ପାରମ୍ପରିକ ସଙ୍ଗୀତ ଓ ହୋଲି ଗୀତରେ ଝୁମିଉଠେ ରଙ୍ଗଖେଳ । ଆଉ ଏହାର ମଜା ନେଇଥାନ୍ତି କମିଟି ଓ ରାମ ମନ୍ଦିରର କର୍ମକର୍ତ୍ତା । ଏଥିସହିତ ସ୍ବଦେଶୀ ରଙ୍ଗ ଉପରେ ସଚେତନତା କରିବା ସହିତ ହେଲମେଟ ପିନ୍ଧି ଗାଡି ଚଳାଇବା ସମ୍ବନ୍ଧରେ ଚଳିତ ବର୍ଷ ବାର୍ତ୍ତା ବାଣ୍ଟିଛନ୍ତି ଏଠାକାର ଯୁବବର୍ଗ ।

କେନ୍ଦ୍ରାପଡାରୁ ରାଧାକନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.