ETV Bharat / state

ପିସିଆର ଭ୍ୟାନ ଧକ୍କାରେ ମୃତକଙ୍କ ପରିବାରକୁ ୧୧ ଲକ୍ଷ କ୍ଷତିପୂରଣ - ପିସିଆର ଭ୍ୟାନ ଧକ୍କାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ

ପୋଲିସ ପିସିଆର ଭ୍ୟାନ ଧକ୍କାରେ ମୃତକଙ୍କ ପରିବାରକୁ ୧୧ ଲକ୍ଷ ୯୧ ହଜାର ୬୦୦ ଟଙ୍କା କ୍ଷତିପୂରଣ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢ଼ନ୍ତୁ

highcourt order to compensation to deceased family
ପିସିଆର ଭ୍ୟାନ ଧକ୍କାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ
author img

By

Published : Apr 18, 2023, 4:53 PM IST

ପିସିଆର ଭ୍ୟାନ ଧକ୍କାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ

କେନ୍ଦ୍ରାପଡ଼ା: ୧୧ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା କ୍ଷତିପୂରଣ ପାଇବେ ପୋଲିସ ଗାଡ଼ି ଧକ୍କାରେ ପ୍ରାଣ ହରାଇଥିବା ଚକ୍ରଧରଙ୍କ ପରିବାର । କ୍ଷତିପୂରଣ ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଗୃହ ବିଭାଗ ଛାତିରେ ଛନକା ପଶିଛି । ୨୦୧୬ ମସିହା ଠାରୁ ମୂଳଧନ କ୍ଷତିପୂରଣ ହିସାବକୁ ନେଇ ସୁଧ ସମେତ ରାଶି ପ୍ରଦାନ ପାଇଁ କୋର୍ଟଙ୍କ ଜଣିକିଆ ଖଣ୍ଡପୀଠର ବିଚାରପତି ଜଷ୍ଟିସ ବି.ପି.ରାଉତରାୟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଆବେଦନକାରୀ ମୃତକଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ପ୍ରମୋଦ ଅଧିକାରୀ ସୂଚନା ଦେଇଛନ୍ତି ।

ଘଟଣା ଅନୁଯାୟୀ, ୨୦୧୬ ମସିହା ମେ' ୬ ତାରିଖ ସନ୍ଧ୍ୟା ସମୟରେ ମାର୍ଶାଘାଇର ଶ୍ରୀ ବଳଦେବଜୀଉ ଫୁଏଲ ସେଣ୍ଟରରେ କାମ କରୁଥିବା ସଦର ଥାନା କୁଶିଆପାଳ ପଞ୍ଚାୟତ ଘନଶ୍ୟାମପୁର ଗାଁର ଚକ୍ରଧର ନାୟକଙ୍କ ଉପରେ ମାର୍ଶାଘାଇ ପୋଲିସ ପିସିଆର ଭ୍ୟାନ ମାଡି ଯାଇଥିଲା । ପୋଲିସ ଭ୍ୟାନରେ ତେଲ ଭରି ଏହାର ହିସାବ ଦେବାକୁ ପେଟ୍ରୋଲ ପମ୍ପର କାଉଣ୍ଟରକୁ ଯାଉଥିବା ବେଳେ ଗାଡ଼ିଟି ତାଙ୍କ ଉପରକୁ ମାଡି ଯାଇଥିଲା । ତେବେ ଉକ୍ତ ସ୍ଥାନରୁ ଚକ୍ରଧରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ପିସିଆର ଭ୍ୟାନ ଡ୍ରାଇଭର ଘଟଣାସ୍ଥଳରୁ ଭ୍ୟାନକୁ ନେଇ ଚାଲି ଯାଇଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ପୋଲିସ ଗାଡ଼ିରେ ଦୁର୍ଘଟଣା ଘଟାଇ ଗୁରୁତର ବ୍ୟକ୍ତିଙ୍କୁ ସେଠାରେ ଛାଡ଼ି ପଳାଇବା ଘଟଣା ନେଇ ଅନେକ ବିବାଦ ଦେଖା ଦେଇଥିଲା ।

ପରେ ମୃତ ଚକ୍ରଧରଙ୍କ ପରିବାର ପକ୍ଷରୁ ପୋଲିସରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଘଟଣା ସମ୍ପର୍କରେ ଚୁପ ରହିଥିବା ଅଭିଯୋଗ ହୋଇଥିଲା । ତେଣୁ ବାଧ୍ୟ ହୋଇ କେନ୍ଦ୍ରାପଡ଼ା ମଟରଯାନ ଆଇନ ଅଧିନ କ୍ଷତିପୂରଣ ସଂକ୍ରାନ୍ତ ମାମଲା ବିଚାର ପାଇଁ ଜିଲ୍ଲା ଦୌରାଜଜଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ମୃତକଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ମାମଲା ଲଢ଼ୁଥିବା ଆଇନଜୀବୀ ପ୍ରମୋଦ ଅଧିକାରୀ କହିଛନ୍ତି, " ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସୁଧ ପ୍ରଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଚକ୍ରଧରଙ୍କ ଦୁଇପୁଅ ମାନ୍ୟବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏନେଇ ହାଇକୋର୍ଟ ରାୟ ଶୁଣାଇ ମୃତ ଚକ୍ରଧରଙ୍କ ପରିବାରକୁ ୧୧ ଲକ୍ଷ ୯୧ ହଜାର ୬୦୦ ଟଙ୍କା ପ୍ରଦାନ ପାଇଁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।"ଏହି ଘଟଣାରେ ଜିଲ୍ଲା ପୋଲିସକୁ ଅଦାଲତି ଝଟକା ମିଳିଥିବା ବେଳେ ଜିଲ୍ଲାରେ ପୋଲିସ ପ୍ରଶାସନ କେଉଁଭଳି ମାନସିକତାରେ କାର୍ଯ୍ୟ କରୁଛି ସେନେଇ ଏଥିରୁ ଗୃହ ବିଭାଗ ଜାଣିବା ଦରକାର ବୋଲି ବୁଦ୍ଧିଜୀବିମାନେ କହିଛନ୍ତି ।

ଇଟିିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.