କେନ୍ଦ୍ରାପଡା: ଲଘୁଚାପ ପ୍ରଭାବରେ କେନ୍ଦ୍ରାପଡାରେ ଲଗାଣ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ବିଲବାଡି ଜଳମଗ୍ନ ହୋଇ ରହିଥିବା ବେଳେ ଅନେକ ଘର ମଧ୍ୟ ଭାଙ୍ଗିଯାଇଛି । କେନ୍ଦ୍ରାପଡା ଜିଲ୍ଲା ତିଖିରୀ ପଞ୍ଚାୟତର ଧନିଆପଡା ଗ୍ରାମରେ ଅଧିକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।
ଗ୍ରାମର କ୍ଷୀର ଦ୍ବିବେଦିଙ୍କର ଚାଳଛପର ଘରେ ପାଣି ପଶି ଘରର କାନ୍ଥ ଭୁଷୁଡି ପଡିଛି । ଘର ଭାଙ୍ଗିଯିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କ୍ଷୀର ଓ ତାଙ୍କ ପରିବାର ଲୋକେ । ରୋଷେଇବାସ ମଧ୍ୟ ବନ୍ଦ ରହିବା ଫଳରେ ଖାଇବାକୁ ନପାଇ ଭୋକରେ ରହୁଛନ୍ତି ପରିବାର ଲୋକେ । ସେପଟେ ଗ୍ରାମବାସୀ ପାଣିକଳ ପକାଇ ପାଣି ଶୁଖାଇବାକୁ ଚେଷ୍ଟା କରୁଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ