ETV Bharat / state

ଡେରାବିଶ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ, କଳାପଟି ପିନ୍ଧି ଧାରଣା ଦେଲା ବିଜେପି - କେନ୍ଦ୍ରାପଡା ଖବର

ଡେରାବିଶ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ । ୧୩ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୪ ଜଣ । ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ଯାଉଛନ୍ତି ରୋଗୀ । ଅଧିକ ପଢନ୍ତୁ

ଡେରାବିଶ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ
ଡେରାବିଶ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ
author img

By

Published : Aug 9, 2023, 12:02 PM IST

Updated : Aug 9, 2023, 2:27 PM IST

ଡେରାବିଶ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ

କେନ୍ଦ୍ରାପଡା: ଡେରାବିଶ୍, ପାଟକୁରା ନିର୍ବାଚନ ମଣ୍ଡଳୀର ସବୁଠୁ ବଡ଼ ବ୍ଲକ ଓ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ । ତଥାପି ଏଠାରେ ଅତ୍ୟନ୍ତ ବିପର୍ଯ୍ୟସ୍ତ ରହିଛି ସ୍ୱାସ୍ଥ୍ୟସେବା । ଡେରାବିଶ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩ ଜଣ ଡାକ୍ତର ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ୪ ଜଣ । ଏମିତିକି ସ୍ବାସ୍ଥ୍ୟକେନ୍ଦ୍ରର ଦାନ୍ତ ଡାକ୍ତର ଅନ୍ୟ ରୋଗର ଚିକିତ୍ସା କରୁଥିବା ନେଇ ମଧ୍ୟ ଅଭିଯୋଗ ଆସିଛି । ଫଳରେ ଗରୀବ ଲୋକମାନେ ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ କରି ଘରୋଇ ହସ୍ପିଟାଲକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏହାର ପ୍ରତିବାଦରେ ମଙ୍ଗଳବାର ବିଜେପି ମୁଖପାତ୍ର ତେଜେଶ୍ବର ପରିଡାଙ୍କ ନେତୃତ୍ବରେ ଦଳୀୟ କର୍ମୀମମାନେ କଳାପଟି ପିନ୍ଧି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ମୋଟ ୫୧ଟି ପଞ୍ଚାୟତକୁ ନେଇ ଗଠିତ ପାଟକୁରା ନିର୍ବାଚନ ମଣ୍ଡଳୀରେ କେବଳ ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତ ରହିଛି । ଏଠାକାର ଅନ୍ୟୁନ ୧ ଲକ୍ଷ ୪୦ ହଜାରରୁ ଊର୍ଦ୍ଧ୍ବ ଲୋକେ ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ । ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ସ୍ପେଶାଲିଷ୍ଟ ଡାକ୍ତର ସଂଖ୍ୟା ୪ ଜଣ ରହିଥିବା ବେଳେ କେବଳ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଛନ୍ତି । କିନ୍ତୁ ସେ ବି ବ୍ଲକ ହେଲ୍ଥ ଅଫିସର ଭାବେ କାର୍ଯ୍ୟଭାର ତୁଲାଉ ଥିବାରୁ ଦିନଟିଏ ହେଲେ ରୋଗୀସେବା କରିନାହାନ୍ତି ।

ଏହାମଧ୍ୟ ପଢନ୍ତୁ: ପିଇଓଙ୍କ ଦରମା ବୃଦ୍ଧି ଦାବି, ସାମୂହିକ ଛୁଟିରେ ଯିବାକୁ ଚେତାବନୀ

ଅନ୍ୟପଟେ ସ୍ବାସ୍ଥ୍ୟକେନ୍ଦ୍ରରେ ୯ ଜଣ ଏମବିବିଏସ ଡାକ୍ତର ଆବଶ୍ୟକ ଥିବାବେଳେ ବେଳେ ମାତ୍ର ୩ ଜଣ ଡାକ୍ତର ରୋଗୀସେବା କରୁଛନ୍ତି । ତେବେ ପରିତାପର ବିଷୟ ଯେ, ଜଣେ ଏମବିବିଏସ ଦାନ୍ତ ଡାକ୍ତର ଅନ୍ୟ ରୋଗୀ ଦେଖୁଥିବାରୁ କେତେବେଳେ କ'ଣ ହେବ କହି ହେଉନି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା । ଏହାକୁ ନେଇ ମଙ୍ଗଳବାର ପୂର୍ବାହ୍ନରେ ତେଜେଶ୍ବରଙ୍କ ନେତୃତ୍ବରେ ବିଜେପି ନେତା, କର୍ମୀ ଓ ସାଧାରଣ ଲୋକେ ମୁଣ୍ଡରେ କଳାପଟି ପିନ୍ଧି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପହଞ୍ଚି ବିକ୍ଷୋଭ କରିଥିଲେ । ଡେରାବିଶ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ପାଇଁ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଡାକ୍ତର ଅଭାବ ପୂରଣ ନହେଲା ଯାଏଁ ପ୍ରତି ସପ୍ତାହରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ନେତା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାଟକୁରା ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଏହାର ଦାୟିତ୍ୱ ନେଇଥିବା ବେଳେ ଦୁଇ ଦିନିଆ ରହଣୀରେ ଡେରାବିଶ୍ ଉପରେ ଫୋକସ କରିଥିଲେ । ଉପନିର୍ବାଚନ ପାଇଁ ଡେରାବିଶ ବ୍ଳକ ଦାୟିତ୍ଵରେ ଥିବା ବିଜେଡିର ପାୱାର କରିଡର ବୋଲାଉଥିବା ବବି ଦାସ, ଅରୁଣ, ସଞ୍ଜୟ, ବାପିଙ୍କ ଭଳି ନେତା ଘନ ଘନ ବୈଠକ କରି ବ୍ଲକରେ ଯେଉଁ ସବୁ ଆବଶ୍ୟକତା ରହିଛି ସେଗୁଡିକ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ବଦ୍ଧ ବୋଲି କହି ବିଜେପି ନେତା ବିଜୟ ମହାପାତ୍ରଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ । ଫଳସୂରୁପ ଦିବଙ୍ଗତ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଜୟୀ ହୋଇଥିଲେ । ହେଲେ ସ୍ଥାନୀୟ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ଦେଖିଲେ, ନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀ ନିଜର ପ୍ରତିଶ୍ରୁତି ଭୁଲି ଯାଇଥିବା ମନେ ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Aug 9, 2023, 2:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.