ETV Bharat / state

ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଛାଡି ସଫଳ ନର୍ସରୀ ମାଲିକ, ବର୍ଷକୁ କମାଉଛନ୍ତି ଲକ୍ଷାଧିକ

ପାଠପଢି ଚାକିରୀ କରିବା ଆଜିକାଲି ପିଲାମାନଙ୍କର ଏକମାତ୍ର ଲକ୍ଷ୍ୟ । ହେଲେ ଏମିତି ବି ଅନେକ ଅଛନ୍ତି, ଯିଏ ମୋଟା ଅଙ୍କର ଦରମା ପାଉଥିବା ଚାକିରୀ ଛାଡି କିଛି ନୂଆ କରିବାର ସ୍ଵପ୍ନ ଦେଖିଥାନ୍ତି । ଆଉ ତାକୁ ସାକାର କରିବାକୁ ଲଗାଇ ଦିଅନ୍ତି ନିଜ ଜୀବନର ସର୍ବସ୍ବ।

ଇଞ୍ଜିନିୟରିଂ ଛାଡି ସଫଳ ନର୍ସରୀ ମାଲିକ
ଇଞ୍ଜିନିୟରିଂ ଛାଡି ସଫଳ ନର୍ସରୀ ମାଲିକ
author img

By

Published : Feb 9, 2021, 7:20 PM IST

କେନ୍ଦ୍ରାପଡ଼ା: ଯୁଗ ସହ ତାଳ ଦେଇ ଗାଁ ଛାଡି ସହର ମୁହାଁ ଯୁବପିଢି । ପାଠପଢି ଚାକିରୀ କରିବା ଆଜିକାଲି ପିଲାମାନଙ୍କର ଏକମାତ୍ର ଲକ୍ଷ୍ୟ । ହେଲେ ଏମିତି ବି ଅନେକ ଅଛନ୍ତି, ଯିଏ ମୋଟା ଅଙ୍କର ଦରମା ପାଉଥିବା ଚାକିରୀ ଛାଡି କିଛି ନୂଆ କରିବାର ସ୍ଵପ୍ନ ଦେଖିଥାନ୍ତି । ଆଉ ତାକୁ ସାକାର କରିବାକୁ ଲଗାଇ ଦିଅନ୍ତି ନିଜ ଜୀବନର ସର୍ବସ୍ବ । ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ କୁହୁଡି ପଞ୍ଚାୟତ ନେମ୍ବରା ଗ୍ରାମର ଶିବନାରାୟଣ ପଢିଆରୀ। ଯିଏକି ପେଷାରେ ଜଣେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର । କିନ୍ତୁ ଏଠାରେ ସେ ଏକ ନର୍ସରୀ ପ୍ରତିଷ୍ଠା କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରି ହୋଇପାରିଛନ୍ତି ଜଣେ ସଫଳ ବ୍ୟବସାୟୀ ।

ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ଛାଡି ସଫଳ ନର୍ସରୀ ମାଲିକ,ବର୍ଷକୁ କମାଉଛନ୍ତି ଲକ୍ଷାଧିକ

ଜଣେ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟର ଭାବେ ଏକ ଘରୋଇ କମ୍ପାନୀରେ ଗତ ୧୯୯୫ ମସିହାରୁ ଚାକିରୀ କରି ଆସୁଥିଲେ ଶିବନାରାୟଣ । କିନ୍ତୁ ଏବେ ସେ ଚାକିରୀ ଛାଡି ଏକ ନର୍ସରୀ ପ୍ରତିଷ୍ଠା କରି ଜଣେ ସଫଳ ବ୍ୟବସାୟୀ ଭାବରେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ନିଜ ନର୍ସରୀରେ ବିଭିନ୍ନ ପ୍ରଜାତିର ପ୍ରାୟ ୫୦୦୦ରୁ ଊର୍ଦ୍ଧ୍ବ ଦେଶୀ ଏବଂ ବିଦେଶୀ ଫୁଲଫଳ ଗଛ ସହିତ ବିଭିନ୍ନ ପ୍ରକାରର କାକଟସ ଏବଂ ବୋନସାଇ ଗଛ ଏବଂ ଚାରା ଉତ୍ପାଦନ କରି ବିକ୍ରୟ କରୁଛନ୍ତି । ଆଉ ଏଥିରୁ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର ବି କରୁଛନ୍ତି। ଡାଲିଆ, ଜିନିଆ,ଗେଣ୍ଡୁ,ଲିଲି ଏବଂ ସେବତୀ ସହିତ ଅନେକ ବିଦେଶରୁ ଆମଦାନୀ ହୋଇଥିବା ଟ୍ରିଟୋନିଆ, ସାଇକ୍ଲାମିଙ୍ଗ ପ୍ରେଶିଲା ଇତ୍ୟାଦି ଫୁଲ ଚାରା ଏବଂ ଗଛ ନର୍ସରୀରେ ବିକ୍ରୟ କରୁଛନ୍ତି । ଏହାସହିତ ଆମ୍ବ, ଅମୃତଭଣ୍ଡା, ପିଜୁଳି, ପଣଷ, ନଡିଆ, ସିମଲା ଲଙ୍କା ପରି ଫଳ ଗଛ ମଧ୍ୟ ସୁଲଭ ଦରରେ ଗ୍ରାହକମାନଙ୍କୁ ଯୋଗାଇ ଦେଉଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ପ୍ରଜାତିର କାକଟସ ଏବଂ ବୋନସାଇ ଗଛ ମଧ୍ୟ ନିଜେ ପ୍ରସ୍ତୁତ କରି ବିକ୍ରୟ କରିବା ସହିତ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଏହା ସହ ଗ୍ରାମର କିଛି ଯୁବକଙ୍କୁ ନିଜ ନର୍ସରୀରେ ନିଯୁକ୍ତି ଦେଇ ଶିବ ନାରାୟଣ ନିଜକୁ ଜଣେ ସଫଳ ବ୍ୟବସାୟୀ ଭାବରେ ପ୍ରତିଷ୍ଠିତ କରିପାରିଛନ୍ତି। ଶିବଙ୍କର ବ୍ୟବହାର ଓ ସୁଲଭ ଦର ପାଇଁ ପ୍ରତ୍ୟହ ଶହଶହ ଗ୍ରାହକଙ୍କ ତାଙ୍କ ପାଖକୁ ଛୁଟିଥାଏ ସୁଅ ।

ଶିବ ନାରାୟଣ ଇଞ୍ଜିନିୟର ଭାବରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ମଧ୍ୟ ପିଲାଟି ଦିନରୁ ଫୁଲ ଫଳ ଗଛ ପ୍ରତି ତାଙ୍କର ଥିଲା ବେଶ୍ ଦୁର୍ବଳତା। ପ୍ରଥମେ ସେ ସଉକରେ ଫୁଲ ଏବଂ ବିଭିନ୍ନ ଫଳ ଗଛ ଲଗାଉଥିବାବେଳେ ତାଙ୍କ ବଗିଚାକୁ ବୁଲିବାକୁ ଆସୁଥିବା ସ୍ଥାନୀୟ ଲୋକମାନେ ତାଙ୍କ ନିକଟରୁ ବିଭିନ୍ନ ଚାରା ଏବଂ ଗଛ କିଣିବାକୁ ଆରମ୍ଭ କରିଥିଲେ। ଫୁଲ ଏବଂ ଫଳ ଚାରା ବିକ୍ରୟ ହେଉଥିବା ଦେଖି ସେ ଏକ ନର୍ସରୀ ପ୍ରତିଷ୍ଠା କରିବା ପାଇଁ ମନସ୍ଥ କରି ଏବେ ପାଇଛନ୍ତି ସଫଳତା। ଦିନକୁ ସେ ୩ ହଜାରରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଗଛ ଏବଂ ଚାରା ବିକ୍ରୟ କରି ରୋଜଗାର କରୁଛନ୍ତି। ଦୈନିକ ୧୨ଘଣ୍ଟା ପରିଶ୍ରମ କରି ସେ ଏହି ନର୍ସରୀକୁ ସୁନ୍ଦର କରି ବ୍ୟାବସାୟିକ ସଂସ୍ଥା ଭାବେ ଗଢି ତୋଳିଥିବା ବେଳେ ସଙ୍ଗୀତ ପ୍ରତି ରୁଚି ମଧ୍ୟ ରଖିଛନ୍ତି ଶିବ ନାରାୟଣ। ନର୍ସରୀ କାମରୁ ଟିକେ ସମୟ ମିଳିଲେ ସଙ୍ଗେସଙ୍ଗେ ଏକ ଅରଗାନ ଧରି ବସିଯାନ୍ତି ଶିବ। କେବଳ ସେତିକି ନୁହେଁ ଆଜି ମଧ୍ୟ କାହାର ଟିଭି କିମ୍ବା ଡିସ୍ ଟିଭିର କୌଣସି ଅସୁବିଧା ହେଲେ ଶିବ ପହଞ୍ଚି ଯାଆନ୍ତି ସେଗୁଡିକୁ ଠିକ କରିବା ପାଇଁ। ନର୍ସରୀ କାମରେ କଠିନ ପରିଶ୍ରମ ହେଉଥିଲେ ହେଁ ସେ ଏଗୁଡ଼ିକୁ ଦେଖି ପରିଶ୍ରମ ଭୁଲି ଯାଆନ୍ତି ବୋଲି କହିଛନ୍ତି ଶିବ। ସେହିପରି କିଛି ସରକାରୀ ପ୍ରୋତ୍ସାହନ ମିଳିଲେ ସେ ଆହୁରି ଅନେକ ଗଛ ଲଗାଇ ପାରନ୍ତେ ବୋଲି କୁହନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.