ETV Bharat / state

ବଜାରରେ ବଢ଼ିଛି ମାଟି ରାକ୍ଷୀର ଡିମାଣ୍ଡ, ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସ୍ୱୟଂ ସହାୟକ ଗୋଷ୍ଠୀ

author img

By ETV Bharat Odisha Team

Published : Aug 27, 2023, 4:24 PM IST

ରାକ୍ଷୀ ପୂର୍ଣ୍ଣିମା ପାଇଁ ବଜାରରେ ଉପଲବ୍ଧ ଟେରାକୋଟା ରାକ୍ଷୀ। ମାଟି ରାକ୍ଷୀ ତିଆରି କରି ଚର୍ଚ୍ଚାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଅଧିକ ପଢନ୍ତୁ

Etv Bharat
Etv Bharat

ବଜାରକୁ ପ୍ରଥମ କରି ଆସିଲା ମାଟି ରାକ୍ଷୀ

କେନ୍ଦ୍ରାପଡା: ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା। ଭାଇର ହାତରେ ଭଉଣୀ ଭାନ୍ଧିବ ସ୍ନେହର ଡୋରି ରାକ୍ଷୀ । ଏନେଇ ଚଳଚଞ୍ଚଳ ରାକ୍ଷୀ ବଜାର । ସକାଳ ହେଉ କି ସନ୍ଧ୍ୟା ରାକ୍ଷୀ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ଼ । ଚଳିତ ବର୍ଷ ପ୍ରଥମ ଥର ପାଇଁ ବଜାରକୁ ଆସିଛି ଚେରାକୋଟା ବା ମାଟିରେ ତିଆରି ରାକ୍ଷୀ । ହାତରେ ହାତ ମିଶାଇ ମହିଳାମାନେ ତିଆରି କରୁଛନ୍ତି ମାଟି ରାକ୍ଷୀ । ମାର୍ଶାଘାଇ ବ୍ଲକ ତେରଗାଁର ମାଆ ବନଦୁର୍ଗା ପ୍ରଡ୍ୟୁସର ଗ୍ରୁପର ମହିଳାମାନେ ମାଟିରେ ସୁନ୍ଦର ସୁନ୍ଦର ରାକ୍ଷୀକୁ ତିଆରି କରିଛନ୍ତି । ପରୀକ୍ଷାମୂଳକ ଭାବେ ଟେରାକୋଟାରେ ରାକ୍ଷୀ ପ୍ରସ୍ତୁତ କରିବାକୁ ଚେଷ୍ଟା କରି ଏଥିରେ ସଫଳ ମଧ୍ୟ ହୋଇଛନ୍ତି ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ବଜାରରେ ବିକ୍ରି ହେଉଛି ମାଟିରେ ତିଆରି ରାକ୍ଷୀ ।

ପ୍ରଥମେ ମାଟିକୁ ଚକଟି,ବିଭିନ୍ନ ପ୍ରକାରର ଛାଞ୍ଚରେ ବିଭିନ୍ନ ଡିଜାଇନର ରାକ୍ଷୀ ପ୍ରସ୍ତୁତ କରାଯାଉଛି । ପରେ ସେହି କଞ୍ଚା ମାଟି ତିଆରି ରାକ୍ଷୀକୁ ଭାଟିରେ ପୋଡ଼ାଯାଇ, ସେସବୁ ରଙ୍ଗ କରାଯାଉଛି । ରଙ୍ଗୀନ ରାକ୍ଷୀକୁ ବିଭିନ୍ନ ପ୍ରକାରର ଲେସ୍‌, ମାଳି, ଚୁମୁକି ସାହାଯ୍ୟରେ ଗୁନ୍ଥାଯାଇ ବଜାରକୁ ଛଡ଼ାଯାଉଛି । ଯାହାକୁ ଗ୍ରାହକ ମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଉତ୍ପାଦ ଗୋଷ୍ଠୀ ତିଆରି ହୋଇଛି । ଏହି ଟେରାକୋଟା କାମ ପାଇଁ ଗୋଷ୍ଠୀର ମହିଳାମାନଙ୍କୁ ନିୟୋଜିତ କରାଯାଇଛି । ଯେଉଁଥିରେ ସାମିଲ ହୋଇଛି ମାର୍ଶାଘାଇ ବ୍ଲକ୍‌ ତେରଗାଁର ମା ବନଦୁର୍ଗା ପ୍ରଡ୍ୟୁସର ଗ୍ରୁପ୍‌ । ଗ୍ରୁପର ସମସ୍ତ ସଦସ୍ୟ ନିଜ ନିଜ ଘର କାମ ସାରି ଏହି ରାକ୍ଷୀ ପ୍ରସ୍ତୁତ କାର୍ଯ୍ୟରେ ଲାଗି ପଡ଼ୁଛନ୍ତି ।

ଆଉ ମାତ୍ର ଦୁଇଦିନ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ହାତକୁ ତର ନାହିଁ। ଘର କାମ କରିବା ସହ ରାକ୍ଷୀ ତିଆରି କରି ବେଶ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଉତ୍ପାଦ ଗୋଷ୍ଠୀର ସଦସ୍ୟା । ଚଳିତ ବର୍ଷ ଏହି ରାକ୍ଷୀ ପ୍ରଥମ କରି ତିଆରି କରାଯାଉଥିବା ବେଳେ ଏହାର ସର୍ବନିମ୍ନ ମୂଲ୍ୟ 5 ଟଙ୍କାରୁ ଆରମ୍ଭ କରି ସର୍ବାଧିକ 50 ଟଙ୍କା ରହିଛି ।

ଏହାକୁ ନେଇ ଗ୍ରୁପ୍‌ ସଦସ୍ୟ କହିଛନ୍ତି, "ମାଟିରେ ଜଗନ୍ନାଥ ଗଣେଶ ଢାଞ୍ଚା ନେଇ ମୂର୍ତ୍ତି ତିଆରି ହୁଏ । ଏହାପରେ ସୂତା ଓ ମାଳିରେ ଗୁନ୍ଥା ହୋଇ ରାକ୍ଷୀ ତିଆରି ହୁଏ । ବର୍ତ୍ତମାନ ମାର୍କେଟରେ ଏହାର ଭଳ ଡିମାଣ୍ଡ ରହିଛି ।"

ଏହା ମଧ୍ୟ ପଢନ୍ତୁ-ହାରିଛି ଅକ୍ଷମତା, ସୁନ୍ଦର ରାକ୍ଷୀ ତିଆରି କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ଶ୍ରଦ୍ଧା ସଂଗଠନର ଛାତ୍ରଛାତ୍ରୀ

ସେହିପରି ପୂର୍ବରୁ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାଇଁଚରେ ଅନେକ ଘରକରଣା ସାମଗ୍ରୀ ତିଆରି କରି ବେଶ୍‌ ସଫଳତା ସାଉଁଟିଥିଲେ। କିନ୍ତୁ ଏଇ କିଛି ବର୍ଷ ହେବ କାଇଁଚରେ ରାକ୍ଷୀ ତିଆରି କରି ବଜାରରେ ବିକ୍ରି କରି ବେଶ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଏମାନେ । କାଇଁଚରେ ତିଆରି ରାକ୍ଷୀ ଦେଖିବାକୁ ମନଲୋଭା ହୋଇଥିବା ବେଳେ ପରିବେଶ ପାଇଁ କ୍ଷତିକାରକ ହୋଇନଥିବାରୁ ଗ୍ରାହକମାନେ ଏହାକୁ ପସନ୍ଦ କରୁଛନ୍ତି ।

ବିଲରୁ କାଇଁଚ ଅମଳ କରି ସେଥିରେ ବିଭିନ୍ନ ଆକୃତିର ରାକ୍ଷୀ ପ୍ରସ୍ତୁତ କରାଯାଉଛି। ସେଥିରେ ଚୁମକି,ଲେସ ଦିଆଯାଇ ରଙ୍ଗ ବେରଙ୍ଗର ରାକ୍ଷୀ ତିଆରି କରାଯାଉଛି । କେନ୍ଦ୍ରାପଡା, ମାର୍ଶାଘାଇ,ପଟ୍ଟାମୁଣ୍ଡାଇର ଅନେକ ଉତ୍ପାଦ ଗୋଷ୍ଠୀ ଏଥିରେ ନିୟୋଜିତ ଅଛନ୍ତି। କେନ୍ଦ୍ରାପଡା ବ୍ଲକର ଜଜାଙ୍ଗ ସ୍ଥିତ ସତ୍ୟସାଇ ପ୍ରଡ୍ୟୁସର ଗ୍ରୁପର ଅନେକ ମହିଳା ଘର କାମରୁ କିଛି ସମୟ ବାହାର କରି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି। ଟେରାକୋଟା ଓ କାଇଞ୍ଚରେ ତିଆରି ରାକ୍ଷୀ ପାଇଁ ବେଶ ପ୍ରଶଂସା ସାଉଁଟିଲେଣି ମହିଳା ଉତ୍ପାଦ ଗୋଷ୍ଠୀ ସଦସ୍ୟା ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.