କେନ୍ଦ୍ରାପଡା: ଦ୍ବିତୀୟ ଲହରର କୋପ ବଢିବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଗୁଣୁପୁର ଗାଁର ଦୁଇଟି ପରିବାରରୁ ୭ଜଣ କୋଭିଡ ଆକ୍ରାନ୍ତ ହେବାପରେ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ବ୍ଲକ ପ୍ରଶାସନ ।
ସୂଚନାଅନୁସାରେ, ଗାଁରେ ହୋଇଥିବା ଏକ ଭୋଜିରୁ ସଂକ୍ରମଣ ବ୍ୟାପିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି । ଏହା ସହିତ ଗାଁର ଦୁଇଜଣ ଯୁବକ କଟକ ଓ ଭୁବନେଶ୍ବରରୁ ଫେରିବା ପରେ ସେମାନଙ୍କ ପରିବାର ବରିଷ୍ଠ ଲୋକଙ୍କୁ ଜ୍ବର ହୋଇଥିଲା । ସେମାନଙ୍କ ପରୀକ୍ଷା କରାଯିବା ପରେ ସେମାନେ ପଜିଟିଭି ବୋଲି ଜଣାପଡିଥିଲା । ଗାଁର ଦୁଇଟି ପରିବାରରୁ 7ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହା ପରେ ଗୁଣୁପୁର ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଗାଁରେ 22ଟି ପରିବାରରେ 120ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ସଂକ୍ରମଣ ବ୍ୟାପିବା ଆଶଙ୍କା କରାଯାଇ ସମସ୍ତଙ୍କର କୋଭିଡ ପରୀକ୍ଷା କରାଯିବା ସହିତ ଗାଁରେ ଏକ ମେଡିକାଲ କ୍ୟାମ୍ପ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । ପ୍ରଶାସନ ଗାଁକୁ ଖାଲି କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରି ଚୁପ ବସିଛି । ଅନ୍ୟ କିଛି ବ୍ୟବସ୍ଥା ନ କରାଯାଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ