ETV Bharat / state

ପଞ୍ଚାୟତ ନିର୍ବାଚନ ଡ୍ୟୁଟି ଅବହେଳା କରି ୯ ସରକାରୀ କର୍ମଚାରୀ ନିଲମ୍ବିତ - ପଞ୍ଚାୟତ ନିର୍ବାଚନ ଅବହେଳାରେ ସରକାରୀ କର୍ମଚାରୀ ନିଲମ୍ବିତ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା, ସରକାରୀ କାମରେ ମନମାନୀ ଯୋଗୁଁ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ। ଅଧିକ ପଢ଼ନ୍ତୁ

government employees suspended for negligence in panchayat poll duty in kendrapada
ପଞ୍ଚାୟତ ନିର୍ବାଚନ ଅବହେଳାରେ ୯ ସରକାରୀ କର୍ମଚାରୀ ନିଲମ୍ବିତ
author img

By

Published : Mar 4, 2022, 1:46 PM IST

କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ସରକାରୀ କର୍ମଚାରୀ ମାନଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା, ସରକାରୀ କାମରେ ମନମାନୀ ଯୋଗୁଁ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

j
j

ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସରକାରୀ କର୍ମଚାରୀମାନେ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ସରକାରୀ କର୍ମଚାରୀଙ୍କ ମଧ୍ୟରେ କପାଳେଶ୍ଵର ପଞ୍ଚାୟତର ବୁଥ ନମ୍ବର ୧୧ରେ ପ୍ରଥମ ପୋଲିଂ ଅଫିସର ସହକାରୀ ଶିକ୍ଷକ ହେମନ୍ତ ମହାପାତ୍ର, କପାଳେଶ୍ଵର ପଞ୍ଚାୟତର ୧୧ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଗୋପାଳ ଚନ୍ଦ୍ର ବେହେରା, ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଞ୍ଚାୟତର ବୁଥ୍ ନମ୍ବର ୪ ପାଇଁ ସେକ୍ଟର ଅଫିସର ପ୍ରଦୀପ ଖଣ୍ଡାୟୀ, ମାର୍ଶାଘାଇ ବ୍ଲକର ମେହେନ୍ଦିନଗର ପଞ୍ଚାୟତ ବୁଥ ନମ୍ବର ୨ରେ ପ୍ରିଜାଇଡିଂ ଅଫିସର ସହକାରୀ ଶିକ୍ଷକ ନରେନ୍ଦ୍ର ସାହୁ ନିଲମ୍ବିତ ହୋଇଥିବା ଜଣାପଡ଼ିଛି ।

j
j

ସେହିପରି ସେକ୍ଟର ଅଫିସର ଦାୟିତ୍ଵରେ ଥିବା ପାଟକୁରା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଅଭୟ ଜେନା, ଗରଦପୁର ବ୍ଲକ୍ ଅଧୀନ ବଙ୍ଗାଳପୁର ପଞ୍ଚାୟତର ବୁଥ୍ ନମ୍ବର ୧୨ରେ ପ୍ରିଜାଇଡିଂ ଅଫିସର ସହକାରୀ ଶିକ୍ଷକ ଦେବୀ ପ୍ରସାଦ ଷଡ଼ଙ୍ଗୀ, ସେହି ବୁଥ୍‌ରେ ପ୍ରଥମ ପୋଲିଂ ଅଫିସର ଦାୟିତ୍ବରେ ଥିବା ଶିକ୍ଷକ କମଳାକାନ୍ତ ସାମନ୍ତରାୟ, ଗରଦପୁର ବ୍ଲକ୍ ଅଧୀନ ଭଗବାନପୁର ଗ୍ରାମପଞ୍ଚାୟତର ବୁଥ ନମ୍ବର ୧ରେ ପ୍ରିଜାଇଡିଂ ଅଫିସର ପ୍ରଧାନଶିକ୍ଷକ ନିଗମାନନ୍ଦ ଦାସ ଓ ପୋଲିଂ ଅଫିସର କନିଷ୍ଠ ଶିକ୍ଷକ ଲୋକନାଥ ନାୟକ ନିଲମ୍ବିତ ହୋଇଛନ୍ତି। ଅନ୍ୟପଟେ 2ଜଣ ନିଲମ୍ବିତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ପାଇଁ ସୁପାରିଶ କରିଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.