କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗତ ୨ ତାରିଖ ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇର ଦାଣ୍ଡିସାହି ଅଞ୍ଚଳରେ ଥିବା ଏକ ରାମ ମନ୍ଦିରରୁ ରାମ, ଲକ୍ଷ୍ମଣ, ସୀତା ମୂର୍ତ୍ତି ସହ ପୂଜାରେ ବ୍ୟବହୃତ ସାମଗ୍ରୀ ଚୋରି ହୋଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା ।
ପଟ୍ଟାମୁଣ୍ଡାଇ ପୋଲିସ କେସ ନମ୍ବର 411ରେ ମାମଲା ରୁଜୁ କରି ଚୌଦକୁଲାଟ ଫାଣ୍ଡି ଅଧିକାରୀ ବିନମଙ୍ଗଳ ସେଠୀଙ୍କ ନେତୃତ୍ବରେ ଛାନଭିନ କରିବା ସହ ଅଭିଯୋଗର ୫ ଘଣ୍ଟା ଭିତରେ ଅଭିଯୁକ୍ତ ଭରତ ମଳିକଙ୍କୁ ଗିରଫ କରିଛି । ଏଥିସହ ଅଭିଯୁକ୍ତକୁ ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା 457 ଓ 380ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେବା ସହ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ହୋଇଥିବା କହିଛନ୍ତି।
ଅନ୍ୟପଟେ ଅଭିଯୁକ୍ତକୁ ଧରିବା ପାଇଁ ଜନସାଧାରଣ, ପୋଲିସ ଓ ଅଗ୍ନିଶମ ବାହିନୀ ଦୀର୍ଘ ସମୟ ପାଣି ଭିତରେ କସରତ କରିଥିବା ନେଇ ସୂଚନା ମିଳିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ