ETV Bharat / state

ଗୟାସପୁରରେ ସ୍କୁଲ ମିଶ୍ରଣକୁ ବିରୋଧ, ଆମ ସ୍କୁଲ ଆମକୁ ଫେରାଇଦିଅ ନାରାରେ କମ୍ପିଲା ବିଦ୍ୟାଳୟ - ଗୟାସପୁରରେ ସ୍କୁଲ ମିଶ୍ରଣକୁ ବିରୋଧ

କମ୍‌ ଉପସ୍ଥାପନ ଦର୍ଶାଇ ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ଗୟାସପୁରରେ ସ୍କୁଲକୁ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିଲା । ସରକାରଙ୍କ ଏହି ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରି ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ । ଅଧିକ ପଢନ୍ତୁ

ଗୟାସପୁରରେ ସ୍କୁଲ ମିଶ୍ରଣକୁ ବିରୋଧ
ଗୟାସପୁରରେ ସ୍କୁଲ ମିଶ୍ରଣକୁ ବିରୋଧ
author img

By

Published : Aug 11, 2022, 9:11 AM IST

କେନ୍ଦ୍ରାପଡା: ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ଗୟାସପୁରରେ ସ୍କୁଲ ମିଶ୍ରଣକୁ ବିରୋଧ । ଆଗାମୀ ସାତ ଦିନ ମଧ୍ୟରେ ସ୍କୁଲ ନଖୋଲିଲେ ଆଇନକୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି ଅଭିଭାବକ ।

ଗୟାସପୁରରେ ସ୍କୁଲ ମିଶ୍ରଣକୁ ବିରୋଧ

ସୂଚନାଅନୁସାରେ, ୧୮୮୫ ମସିହାରେ ଗୟାସପୁର ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ତେବେ କମ ଉପସ୍ଥାନ ଦର୍ଶାଇ ଗତ ୨୦୧୯ ନଭେମ୍ବର ମାସରେ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଇଥିଲେ । ୨୦୨୦-୨୧ ଶିକ୍ଷାବର୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗୟାସପୁର ଗ୍ରାମରେ୪୭ ଜଣ ଛାତ୍ରଛାତ୍ରୀ ଥିଲେ ମଧ୍ୟ କାହିଁକି ଏହି ବିଦ୍ୟାଳୟକୁ ଗୋବିନ୍ଦପୁରରେ ମିଶ୍ରଣ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ତେବେ ଗତ ୪ ମାସ ପରେ ସ୍କୁଲ ଖୋଲୁଥିଲେ ମଧ୍ୟ ମିଶ୍ରଣ ହୋଇଥିବା ସ୍କୁଲକୁ ନଯାଇ ଘରେ ବସିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନଙ୍କର ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି ଅଭିଭାବକମାନେ ।

ଗୟାସପୁର ଗ୍ରାମରୁ ଗୋବିନ୍ଦପୁର ବିଦ୍ୟାଳୟକୁ ଯିବାପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ପୋଖରୀ ଥିବାରୁ କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତି ବିପଦ ରହିଛି । ତେଣୁ ସରକାର ପୁନଃବିଚାର କରି ଆମ ବିଦ୍ୟାଳୟ ଆମକୁ ଫେରାଇ ଦିଅନ୍ତୁ ବୋଲି ନାରାବାଜୀ ଦେଇଛନ୍ତି ଅଭିଭାବକ । ଯଦି ସାତଦିନ ମଧ୍ୟରେ ଆମ ସ୍କୁଲ ନଖୋଲେ ତେବେ ଆଇନକୁ ହାତକୁ ନେବୁ ବେଲି ଚେତାବନୀ ଦେଇଛନ୍ତି ଗୟାସପୁରର ଅଭିଭିବକ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.