ETV Bharat / state

5 କେଜି ଗଞ୍ଜେଇ ଜବତ, ଜଣେ ଗିରଫ

author img

By

Published : Oct 10, 2019, 6:07 PM IST

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଚଢାଉ କରି ଗଞ୍ଜେଇ ଜବତ କରିଛି । 5 କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ । ଜଣେ ଗିରଫ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗଞ୍ଜେଇ ଜବତ । କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ ଚଢାଉ କରି ଗଞ୍ଜେଇ ଜବତ କରିଛି ।

କେନ୍ଦ୍ରାପଡା ଜିଲ୍ଲାରେ ଗଞ୍ଜେଇ ଜବତ

କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏକ ପାଞ୍ଚ ଜଣିଆ ସ୍ବତନ୍ତ୍ର ଟିମ ବୋଧଗାଁରେ ଚଢ଼ାଉ କରିଥିଲା । ସଞ୍ଜୟ ରାଉତ ନାମକ ଜଣେ ଯୁବକଙ୍କ ନିକଟରୁ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ତେବେ ଗିରଫ ଯୁବକଙ୍କ କହିବାନୁଯାୟୀ ପଟ୍ଟାମୁଣ୍ଡାଇର ଏକ ନିର୍ଦ୍ଦିଷ୍ଟ ମଠରୁ ଗଞ୍ଜେଇ ତାଙ୍କ ପାଖକୁ ଆସେ ଓ ସେ ଗତ 6ମାସ ହେଲା ଏହି ବେପାର ଚଳାଇଛନ୍ତି। ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବେପାରୀ ସଞ୍ଜୟ କିପରି ସେମାନଙ୍କ ନଜରକୁ ଆସିନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଭିଯୁକ୍ତକୁ ଗିରଫ କରି ଅବକାରୀ ଗୁଇନ୍ଦା ବିଭାଗ କେନ୍ଦ୍ରାପଡ଼ା SDJM କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରାଯିବାରୁ ତାକୁ କେନ୍ଦ୍ରାପଡ଼ା ଉପକାରଗାରକୁ ପଠାଇଦିଆଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:10.10.2019
Radhakanta Mohanty, Kendrapada
Slug-od_kpr_01_ganza seized_script_7204459
Anchor-ପଟ୍ଟାମୁଣ୍ଡାଇ ଥାନା ଅଧିନ ବୋଧଗାଁରୁ ଗଞ୍ଜେଇ ଜବତ।ସୂଚନା ମୁତାବକ ଆଜି ମଧ୍ୟାହ୍ନରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ ପାଞ୍ଚ ଜଣିଆ ଟିମ ବୋଧଗାଁ ରେ ଚଢ଼ାଉ କରି ସଞ୍ଜୟ ରାଉତ ନାମକ ଜଣେ ଯୁବକଙ୍କ ନିକଟରୁ ୫କି.୧୦୦ଗ୍ରାମ ର ଗଞ୍ଜେଇ ଜବତ କରିଛନ୍ତି।ଗତ କିଛି ଦିନ ତଳେ ଜିଲ୍ଲାରେ ହେଉଥିବା ଧଳାଜହର ବେପାରୀକୁ ମଧ୍ୟ ଏହି ଟିମ ଗିରଫ କରିଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ କିମ୍ବା ପୋଲିସ ପ୍ରଶାସନ ନିକଟରେ ଏହି ବ୍ୟବସାୟ ଗୁଡିକ ସମ୍ପର୍କରେ କୌଣସି ସୂଚନା ରହୁନାହିଁ।ତେବେ ଗିରଫ ହୋଇଥିବା ଯୁବକଙ୍କ କହିବାନୁଯାୟୀ ପଟ୍ଟାମୁଣ୍ଡାଇର ଏକ ନିର୍ଦ୍ଦିଷ୍ଟ ମଠରୁ ଏହି ଗଞ୍ଜେଇ ତାଙ୍କ ପାଖକୁ ଆସେ ଓ ସେ ଗତ ଅଧ ବର୍ଷ ଧରି ଏହି ବେପାର ଚଳାଇଛନ୍ତି।ପୋଲିସ ଏବଂ ଅବକାରୀ ବିଭାଗର ଏତେ ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ବେପାରୀ ସଞ୍ଜୟ କିପରି ସେମାନଙ୍କ ନଜରକୁ ଆସିନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଆହୁରିମଧ୍ୟ ଏକ ଧର୍ମସ୍ଥଳୀରୁ ଏହି ବେପାରକୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୁକ୍ତ ଜଣଙ୍କ କହିବାପରେ ଉଭୟ ବିଭାଗର ଉକ୍ତ ମଠ ପ୍ରତି କଣ ଆଭିମୁଖ୍ୟ ରହୁଛି ତାହା ସମୟ କହିବ।ତେବେ ଅଭିଯୁକ୍ତକୁ ଗିରଫ କରି ଅବକାରୀ ଗୁଇନ୍ଦା ବିଭାଗ କେନ୍ଦ୍ରାପଡ଼ା SDJM କୋର୍ଟରେ ହାଜର କରିଥିବା ବେଳେ ଅଭିଯୁକ୍ତର ଜାମିନ ଆବେଦନକୁ ନାକଚ କରାଯିବାରୁ ତାକୁ କେନ୍ଦ୍ରାପଡ଼ା ଉପ କାରଗାରକୁ ପଠାଇଦିଆଯାଇଛି।
Body:Byt-ସଞ୍ଜୟ ରାଉତ(ଅଭିଯୁକ୍ତ)
Byt-ଜଗଦୀଶ ଚନ୍ଦ୍ର ସାମଲ(ଅବକାରୀ ନିରୀକ୍ଷକ,କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ)Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.