ETV Bharat / state

କୋରୋନା କଟକଣାରେ କେନ୍ଦ୍ରାପଡାରେ ଆରମ୍ଭ ହେଲା ପଦ୍ମାଳୟାଙ୍କ ଆବାହନ - gajalaxmi puja starts in kendrapada

ପବିତ୍ର ଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ଜିଲ୍ଲାର ସହର ଠାରୁ ଗାଁ ଉତ୍ସବ ମୁଖର ହୋଇଉଠିଛି । ମହାମାରୀ ଯୋଗୁଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୂଜା ନୀତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

gajalaxmi pooja started in kendrapada
କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଆରମ୍ଭ
author img

By

Published : Oct 31, 2020, 8:16 AM IST

କେନ୍ଦ୍ରାପଡା: ରାଜ୍ୟରେ ଆରମ୍ଭ ହୋଇଛି ପବିତ୍ର ଲକ୍ଷ୍ମୀ ପୂଜା । ଧନଧାନ୍ୟର ଦେବୀ ମା ଲକ୍ଷ୍ମୀ ଆଜି ଧରାବତାରଣ କରିଛନ୍ତି । ଏହି ଗଣପର୍ବ ପାଇଁ କେନ୍ଦ୍ରାପଡା ଜିଲ୍ଲାରେ ସହର ଠାରୁ ଗାଁ ଉତ୍ସବ ମୁଖର ହୋଇଉଠିଛି । ହେଲେ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ପୂର୍ବ ଭଳି ଝଲସୁନି ପୂଜା ମଣ୍ଡପ । କଟକଣା ମଧ୍ୟରେ ନିରାଡ଼ମ୍ବରରେ ମା ପଦ୍ମାଳୟାଙ୍କ ପୂଜାର୍ଚ୍ଚନା କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ପରଦା ଆଢୁଆଳରେ ରୀତିନୀତି ଅନୁଯାୟୀ ମା'ଙ୍କ ପୂଜା କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରୁଛନ୍ତି ସମସ୍ତ ପୂଜା କମିଟି । ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରେ ପୂଜା କାର୍ଯ୍ୟ ସମ୍ପନ୍ନ ହେବ । ସରକାର ନିର୍ଦ୍ଦେଶ ଅନୁଯାୟୀ ମୂର୍ତ୍ତିର ଉଚ୍ଚତା 4 ଫୁଟ ମଧ୍ୟରେ ସୀମିତ ରହିଛି । ନିରାଡ଼ମ୍ବର ପୂଜା ସାଙ୍ଗକୁ ବିଭିନ୍ନ ପୂଜା ମଣ୍ଡପଗୁଡିକରେ କଳସ ସ୍ଥାପନ କରାଯାଇ ପୂଜା ଆରମ୍ଭ କରାଯାଇଛି । ମା' ଲକ୍ଷ୍ମୀ ବିଭିନ୍ନ ମଣ୍ଡପରେ ଆଜି ଠାରୁ ପୂଜା ପାଇବା ସହ ନଭେମ୍ବର ୭ ତାରିଖରେ ଭସାଣି ଉତ୍ସବ ପାଇଁ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ତେବେ ମହାମାରୀ ପାଇଁ ଚଳିତ ବର୍ଷ ଭକ୍ତମାନେ ମା'ଙ୍କ ଦର୍ଶନ ଲାଭରୁ ବଞ୍ଚିତ ହେବେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.