ETV Bharat / state

ଧରାଧାମରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ବାଜାରେ କମ୍ପିଲା କେନ୍ଦ୍ରାପଡା - gajalaxmi immersion started

ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜାର ମେଲଣ ଉତ୍ସବ । ଦୀର୍ଘ ଏକ ସପ୍ତାହ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ମା'ଲକ୍ଷ୍ମୀଙ୍କୁ ଦିଆଯାଉଛି ବିଦାୟ । ଏଥିପାଇଁ କେନ୍ଦ୍ରାପଡାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଧରାଧାମରୁ ବିଦାୟ ନେଉଛନ୍ତି ଧନଦାତ୍ରୀ
author img

By

Published : Oct 20, 2019, 6:55 PM IST

କେନ୍ଦ୍ରାପଡା: ଲକ୍ଷ୍ମୀପୂଜା ମେଲଣ ପାଇଁ ଦୁଲୁକୁଛି କେନ୍ଦ୍ରାପଡ଼ା । ଭଳିକି ଭଳି ବାଜାରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ବାଜାର ତାଳକୁ ତାଳ ମିଳାଇ ପୂଜା କମିଟିର ସଦସ୍ୟ ମାନେ ନାଚୁଛନ୍ତି ଓ ନଚାଉଛନ୍ତି । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜାର ଶନିବାର ଶେଷଦିନ ଥିବାବେଳେ ରବିବାର ହେଉଛି ମେଳଣର ପ୍ରଥମ ଦିନ । ଆଉ ନାଚଗୀତର ତାଳେ ତାଳେ ମାଆ ଗଜଲକ୍ଷ୍ମୀଙ୍କୁ ସମସ୍ତେ ଦେଉଛନ୍ତି ମେଲାଣି ।

ତେବେ କେନ୍ଦ୍ରାପଡାରେ ପୂର୍ବରୁ ଭସାଣ ଉତ୍ସବ 3ଦିନ ଧରି ପାଳିତ ହୋଇଆସୁଥିଲା । ହେଲେ ଗତ ଦୁଇ ବର୍ଷ ହେବ ଭସାଣ ଉତ୍ସବ 2ଦିନ ଧରି ପାଳିତ ହେଉଛି । ପ୍ରଶାସନିକ ନିର୍ଦ୍ଦେଶ ମୁତାବକ, ରବିବାର ପ୍ରତ୍ୟେକ ମେଢ ପୁରୁଣା ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ସୋମବାର ବିସର୍ଜନ କରାଯିବ ।

ଧରାଧାମରୁ ବିଦାୟ ନେଉଛନ୍ତି ଧନଦାତ୍ରୀ

ତେବେ ଖଣ୍ଡା ଖେଳ, ପାଇକ ଆଖଡା ଭଳି ପରମ୍ପରାକୁ ଉଜ୍ଜୀବିତ ରଖି କାକଟ ମଙ୍ଗଳା କ୍ଳବର ଲକ୍ଷ୍ମୀ ଠାକୁରାଣୀ ମେଳଣ ପଡିଆକୁ ଆସୁଥିବା ବେଳେ ନୂଆ ବସଷ୍ଟାଣ୍ଡ ମେଢ଼ ଷଣ୍ଢ ଲଢେଇ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ କରିଛି । ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

ଚଳିତବର୍ଷ ମେଳଣକୁ ୪୮ଟି ମେଢ଼ ଆସିବେ ବୋଲି କହିଛନ୍ତି କେନ୍ଦ୍ରୀୟ ପୂଜା କମିଟିର ସଭାପତି । ସେହିପରି ମେଳଣ ପାଇଁ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨ଜଣ ଅତିରିକ୍ତ ଏସପି, ୪ଜଣ ଡିଏସପିଙ୍କ ସମେତ ଅନ୍ୟ ପୋଲିସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:20.10.2019
Radhakanta Mohanty, Kendrapada
Slug-od_kpr_03_melana_vbs_7204459
Anchor-ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜାର ମେଳଣ ଉତ୍ସବ।ଦୀର୍ଘ ଏକ ସପ୍ତାହ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ମା'ଲକ୍ଷ୍ମୀଙ୍କ ମୂର୍ତ୍ତି ସହିତ ଅନ୍ୟ ମେଢ଼ ସମୂହ ମେଲଣରେ ଭାଗ ନେବାପାଇଁ ଧାଡି ହୋଇ ଆସୁଛନ୍ତି।
Body:VO1-ଲକ୍ଷ୍ମୀପୂଜା ମେଳଣ ପାଇଁ ଦୁଲୁକୁଛି କେନ୍ଦ୍ରାପଡ଼ା।ଭଳିକିଭଳି ବାଜା ଆଉ ପାରମ୍ପରିକ ଆଖଡା ସହିତ ମ୍ୟୁଜିକାଲ ବ୍ରାସ ଆରମ୍ଭ କରିଛନ୍ତି ସ୍ୱରର ଯାଦୁଗରୀ।ଆଉ ତାଳକୁ ତାଳ ମିଳାଇ ପୂଜା କମିଟିର ସଦସ୍ୟ ମାନେ ନାଚୁଛନ୍ତି ଓ ନଚାଉଛନ୍ତି।କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜାର ଗତକାଲି ଶେଷଦିନ ଥିବାବେଳେ ଆଜି ହେଉଛି ମେଳଣର ପ୍ରଥମଦିନ।ପ୍ରାୟ ଏକ ଶତାବ୍ଦୀ ହେବ ଚାଲିଆସୁଥିବା ଏହି ମେଳଣ ପୁର୍ବରୁ ତିନିଦିନ ଧରି ପାଳିତ ହେଉଥିଲା।କିନ୍ତୁ ଗତ ଦୁଇ ବର୍ଷ ହେବ ମେଳଣର ସମୟ କମାଯାଇ ଦୁଇଦିନ କରାଯାଇଛି।ପ୍ରଶାସନିକ ନିର୍ଦ୍ଦେଶ ମୁତାବକ ପ୍ରତ୍ୟେକ କମିଟିର ଠାକୁରାଣୀ ରବିବାର ରାତ୍ର ୧୨ ଘଟିକା ସୁଦ୍ଧା ପୁରୁଣା ମଟରଷ୍ଟାଣ୍ଡର କେନ୍ଦ୍ରୀୟ ପୂଜା କମିଟି ନିକଟରେ ଥିବା ମେଳଣ ପଡ଼ିଆରେ ପହଞ୍ଚି ପରଦିନ ନିଜନିଜ ଦେବୀ ଗଡ଼ା ନିକଟରେ ପହଞ୍ଚି ଆସନ୍ତାକାଲି ବିସର୍ଜ୍ଜନ ଶେଷ କରିବେ।ତେବେ ଆଜି ସନ୍ଧ୍ୟା ୫ଟା ରେ ନୂଆ ବସଷ୍ଟାଣ୍ଡର ଥାନପତି ମେଢ଼ ପ୍ରଥମେ ମେଳଣ ପଡ଼ିଆରେ ବସିବା ପରେ କ୍ରମାଙ୍କ ଅନୁଯାୟୀ ଅନ୍ୟ ମେଢ଼ ଗୁଡିକ ପଡ଼ିଆରେ ବସିବେ।ଖଣ୍ଡା ଖେଳ,ପାଇକ ଆଖଡା ଭଳି ପରମ୍ପରାକୁ ଉଜ୍ଜୀବିତ ରଖି କାକଟ ମଙ୍ଗଳା କ୍ଳବର ଲକ୍ଷ୍ମୀ ଠାକୁରାଣୀ ମେଳଣ ପଡିଆକୁ ଆସୁଥିବା ବେଳେ ନୂଆ ବସଷ୍ଟାଣ୍ଡ ମେଢ଼ ଷଣ୍ଢ ଲଢେଇ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ମେଳଣକୁ ଆସୁଥିବା ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ସେହିପରି ଶ୍ରୀକାକୁଲମ, ବ୍ରହ୍ମପୁର ଭଳି ନାମିଦାମୀ ବ୍ରାସ ସେମାନଙ୍କର ସଙ୍ଗୀତ ଓ ଶବ୍ଦର ଯାଦୁରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟିତ ଅଛନ୍ତି।ଚଳିତବର୍ଷ ମେଳଣ କୁ ୪୮ଟି ମେଢ଼ ଆସିବେ ବୋଲି କହିଛନ୍ତି କେନ୍ଦ୍ରୀୟ ପୂଜା କମିଟିର ସଭାପତି।ସେହିପରି ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରି ଅନ୍ୟ ମେଢ଼ ଗୁଡିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପହଞ୍ଚିବେ ବୋଲି କହିଛନ୍ତି କାକଟମଙ୍ଗଳା କମିଟିର ସଭାପତି।
Byt-ରବୀନ୍ଦ୍ର କୁମାର ମହାପାତ୍ର(ସଭାପତି,କେନ୍ଦ୍ରୀୟ ପୂଜା କମିଟି,ପୁରୁଣା ବସଷ୍ଟାଣ୍ଡ)
Byt-ଉମେଶ ଚନ୍ଦ୍ର ନାୟକ(ସଭାପତି, କାକଟମଙ୍ଗଳା କ୍ଳବ)
VO2-ସେହିପରି ମେଳଣ ପାଇଁ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଚଳିତଥର ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨ଜଣ ଅତିରିକ୍ତ ଏସପି,୪ଜଣ ଡିଏସ୍ପିଙ୍କ ସମେତ ଅନ୍ୟ ପୋଲିସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି।ମେଳଣରେ ଡିଜେ ବାଯିବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ କେଉଁ ବ୍ରାସ ପାର୍ଟି କେତୋଟି ବକ୍ସ ରେ ମାଇକ ବଜାଇବ ତାହା ମଧ୍ୟ ଧାର୍ଯ୍ୟ କରାଯାଇଥିବା ସୂଚିତ କରିଛନ୍ତି ଏସପି।
Byt-ନୀତିଶେଖର(ଏସପି,କେନ୍ଦ୍ରାପଡ଼ା)
Conclusion:FVO-ଦୁଇଦିନ ଧରି ଚାଲିବାକୁ ଥିବା ଏହି ମେଳଣର ଆଜି ପ୍ରଥମ ଦିନ ଥିବା ବେଳେ ଆସନ୍ତାକାଲି ସମସ୍ତ ମୂର୍ତ୍ତିଗୁଡିକୁ ବିସର୍ଜ୍ଜନ କରାଯିବା ପାଇଁ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.