ETV Bharat / state

ଆଇଏଏସଙ୍କ ବିରୋଧରେ ଗାଁ ସାଥୀ ସଂଘର ଆନ୍ଦୋଳନ - Gaan sathi protest against IAS

ରାଜ୍ୟପାଳଙ୍କୁ ବେଖାତିର କରି ଗାଁସାଥି (ମେଟ) ମାନଙ୍କ ପାଇଁ ନକରାତ୍ମକ ଚିଠି ଲେଖିଥିବା ଅଭିଯୋଗ କରି ଆଇଏଏସ ଅଧିକାରୀ ଡି.କେ.ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରାପଡା ଗାଁସାଥି ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Sep 30, 2020, 10:10 PM IST

କେନ୍ଦ୍ରାପଡା: ରାଜ୍ୟପାଳଙ୍କୁ ବେଖାତିର କରି ଗାଁସାଥି (ମେଟ) ମାନଙ୍କ ପାଇଁ ନକରାତ୍ମକ ଚିଠି ଲେଖିଥିବା ଅଭିଯୋଗ କରି ଆଇଏଏସ ଅଧିକାରୀ ଡି.କେ.ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟ ପାଞ୍ଚଦଫା ଦାବି ନେଇ ଗାଁସାଥି ସଂଘର ଆନ୍ଦୋଳନ । ବୁଧବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଶହଶହ ଗାଁସାଥି ପଞ୍ଚାୟତିରାଜ ବିଭାଗ ସଚିବ ଡି.କେ.ସିଂହଙ୍କ ଅନ୍ୟ ବିଭାଗକୁ ବଦଳି କରିବା ଦାବିନେଇ ଆନ୍ଦୋଳନ କରିଥିଲେ ।

ଗତ ସାତବର୍ଷ ମଧ୍ୟରେ ଡି.କେ.ସିଂହ ଅନେକ ଥର ଚିଠି ଲେଖି ଗାଁସାଥି ମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଛି । ସେହିପରି ସଚିବ ଜଣଙ୍କ ରାଜ୍ୟପାଳ ଓ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ ହୋହଲ୍ଲା କରିଛନ୍ତି ଗାଁସାଥି । ଏଥିସହିତ ୫ଦଫା ଦାବିର କାର୍ଯ୍ୟକାରିତାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଙ୍ଘ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.