ETV Bharat / state

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକିନେଲେ ଆଇନଜୀବୀ !

ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ । ଥାନାରେ ଅଭିଯୁକ୍ତକୁ ଅଟକ ରଖିଲା କେନ୍ଦ୍ରାପଡା ପୋଲିସ । ସରକାରୀ ଚାକିରି ନାଁରେ ବେକାରୀଙ୍କ ଠାରୁ ଲୁଟୁଥିଲେ ଟଙ୍କା ।

author img

By

Published : Aug 19, 2019, 10:07 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,କେନ୍ଦ୍ରାପଡା

କେନ୍ଦ୍ରାପଡା: ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିଙ୍କୁ ଆଜି କେନ୍ଦ୍ରାପଡ଼ା କୋର୍ଟ ନିକଟରୁ କାବୁ କରିଛନ୍ତି ଚାକିରି ଆଶାୟୀ । ଟଙ୍କା ଦେଇଥିବା କିଛି ବେକାର ଯୁବକ ଏବଂ ସେମାନଙ୍କ ସମ୍ପର୍କୀୟ କୋର୍ଟରେ ମାମଲା ଲଢିବାକୁ ଆସିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ନେଇଥିଲେ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,କେନ୍ଦ୍ରାପଡା

ତେବେ ଅଭିଯୋଗ ଅନୁଯାୟୀ ଭୁବନେଶ୍ବର ସୂର୍ଯ୍ୟ ନାରାୟଣ ତ୍ରିପାଠୀ ନିଜକୁ ଜଣେ ଓକିଲ ବୋଲି ପରିଚୟ ଦେଇ ନିଜ ଝିଅ ଜରିଆରେ ବିଭିନ୍ନ ଲୋକଙ୍କୁ ଚାକିରି କରେଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିଲେ ।

ପରେ ସେ ଚାକିରି ଦେବା ନାଁ ରେ ଠକି ଥିବା ଜାଣିପାରି ଠକାମିର ଶିକାର କିଛି ଯୁବକ ଯୁବତୀ ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ନାମରେ ଏକ ମାମଲା କରିଥିଲେ । ଆଜି କେନ୍ଦ୍ରାପଡା କୋର୍ଟରେ ତାରିଖ ଥିବାରୁ ସମ୍ପୃକ୍ତ ବ୍ୟକ୍ତି ମାମଲା ପରିଚାଳନା କରିବାକୁ ଆସିଥିବା ବେଳେ ଟଙ୍କା ଦେଇଥିବା ଲୋକେ ତାକୁ କାବୁ କରି ନେଇଥିଲେ |

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପ୍ରକାଶ ପାଇବାରୁ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୁଲିସ ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.