ETV Bharat / state

ଚାଲିଛି ମତଦାନ, ଭୋଟରଙ୍କ ନଜରରେ ଯୋଗ୍ୟ ପ୍ରାର୍ଥୀ - candidate

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି ବୁଥ୍‌ ମାନଙ୍କରେ । ଏଭଳି ସମୟରେ ବୁଥ୍‌ରୁ ଭୋଟରଙ୍କ ପ୍ରତିକ୍ରିୟା ନେବା ପାଇଁ ଇଟିଭି ଭାରତର ପ୍ରୟାସ ରହିଥିଲା । ଖରାକୁ ଖାତିର ନକରି ରାଷ୍ଟ୍ର ଗଠନ ଓ ସୁସ୍ଥ ସମାଜ ଗଢିବା ଓ ଦାରିଦ୍ର୍ୟ ଦୂରୀକରଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଭୋଟ ଦେବାକୁ ସ୍ଥିର କରିଛନ୍ତି ମତଦାତା

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 29, 2019, 6:47 PM IST

କେନ୍ଦ୍ରାପଡା: ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଆଉ ମାତ୍ର କେଇ ଘଣ୍ଟା ପରେ ରାଜ୍ୟରେ ମତଦାନ ଶେଷ ହେବ । ଏହାସହ ଫଳାଫଳ ପାଇଁ ଅପେକ୍ଷା ରହିବ ମେ୍‌ 23 ତାରିଖକୁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି ବୁଥ୍‌ ମାନଙ୍କରେ । ଏଭଳି ସମୟରେ ବୁଥ୍‌ରୁ ଭୋଟରଙ୍କ ପ୍ରତିକ୍ରିୟା ନେବା ପାଇଁ ଇଟିଭି ଭାରତର ପ୍ରୟାସ ରହିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏନେଇ ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଭୋଟରଙ୍କ ପ୍ରତିକ୍ରିୟାରେ ଦଳ ପାଇଁ ନୁହେଁ ଯେଉଁ ପ୍ରାର୍ଥୀ ଅଞ୍ଚଳର ଉନ୍ନତି ପାଇଁ କାମ କରିବ ତାକୁ ଭୋଟ ଦେବା କଥା କହିଛନ୍ତି । ଏହି କ୍ରମରେ ଡେରାବିଶ୍ ବ୍ଳକରେ ଥିବା ତିନୋଟି ଆଦର୍ଶ ବୁଥ ମଧ୍ୟରୁ ପଲେଇ ପଞ୍ଚାୟତର ମଲ୍ଲିକେଶ୍ବର ଉଚ୍ଚ ବିଦ୍ୟାଳୟରେ ଆଦର୍ଶ ବୁଥ୍‌ରେ ଅବ୍ୟବସ୍ଥା ରହିଥିବା କହିଛନ୍ତି ଭୋଟର । ଖରାକୁ ଖାତିର ନକରି ରାଷ୍ଟ୍ର ଗଠନ ଓ ସୁସ୍ଥ ସମାଜ ଗଢିବା ଓ ଦାରିଦ୍ର୍ୟ ଦୂରୀକରଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଭୋଟ ଦେବାକୁ ସ୍ଥିର କରିଛନ୍ତି ମତଦାତା ।

ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡ଼ା ଲୋକସଭା ଆସନ ସମସ୍ତଙ୍କ ଫୋକସ୍‌ରେ । ଏଠି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡିର ଅନୁଭବ ମହାନ୍ତି ଓ କଂଗ୍ରେସର ଧରଣୀଧର ନାୟକ ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଲାଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ଆଉ ମାତ୍ର କିଛି ସମୟ ମଧ୍ୟରେ ଶେଷ ହେବ ଚତୁର୍ଥ ତଥା ଓଡ଼ିଶାର ଶେଷ ପର୍ଯ୍ୟାୟ ନିର୍ବାଚନ।ଏନେଇ ଭୋଟ ଦେଉଛି ସାରା କେନ୍ଦ୍ରାପଡ଼ା।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଖାତର ନକରି ନିର୍ବାଚନୀ ହାୱ ରେ କେନ୍ଦ୍ରାପଡ଼ା ଜିଲ୍ଲା ମାତିଛି।କାହାକୁ ମିଳିବ ସାଂସଦ ସିଂହାସନ ତାକୁ ନେଇ ନେତାଙ୍କ ମନ ମଧ୍ୟରେ ଭାଗମଭାଗ ଚାଲୁରହିଛି।

Body:ଏନେଇ କିଛି ଭୋଟରଙ୍କ ପ୍ରତିକ୍ରିୟା ନେଇଥିଲା ଈଟିଭି ଭାରତ ଟିମ।୯୬ ପାଟକୁରା ବିଧାନସଭା ଆସନରେ ଚଳିତଥର କେବଳ ସାଂସଦ ପଦବୀ ପାଇଁ ମତଦାନ କରାଯାଉଛି।ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ବ୍ଳକରେ ଥିବା ତିନୋଟି ଆଦର୍ଶ ବୁଥ ମଧ୍ୟରୁ ପଲେଇ ପଞ୍ଚାୟତର ମଲ୍ଲିକେଶ୍ୱର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଦର୍ଶ ବୁଥ କେବଳ ନାମକୁ ମାତ୍ର ରହିଥିବା ଅଭିଯୋଗ କରିଛନ୍ତି ଜଣେ ଭୋଟର।

Conclusion:ତେବେ ଏସବୁକୁ ଖାତିର ନକରି ରାଷ୍ଟ୍ର ଗଠନ ଓ ସୁସ୍ଥ ସମାଜ ଗଢିବା ଓ ଦାରିଦ୍ର୍ୟ ଦୂରୀକରଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଭୋଟ ଦେବାକୁ ସ୍ଥିର କରିଛନ୍ତି ଜନତା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.