ETV Bharat / state

ସିଏଏ ଓ ଏନଆରସିକୁ ନେଇ ସର୍ବଦଳୀୟ ବୈଠକ - CAA

ସିଏଏ ଓ ଏନଆରସିକୁ ଲାଗୁ କରାଯିବା ପ୍ରତିବାଦରେ କେନ୍ଦ୍ରାପଡାରେ ଏକ ଜିଲ୍ଲାସ୍ତରୀୟ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

for-the-oppose-of-caa-and-nrc-all-party-meeting-at-kendrapada
କେନ୍ଦ୍ରାପଡା: ସିଏଏ ଓ ଏନଆରସିକୁ ନେଇ ସର୍ବଦଳୀୟ ବୈଠକ
author img

By

Published : Mar 7, 2020, 8:27 PM IST

କେନ୍ଦ୍ରାପଡା: ସିଏଏ ଓ ଏନଆରସିକୁ ନେଇ ଏକ ସର୍ବଦଳୀୟ ବୈଠକ ହୋଇଯାଇଛି । ନାଗରିକତା ସଂଶୋଧନ ଆଇନ ଓ ଜାତୀୟ ଜନସଂଖ୍ୟା ପଞ୍ଜିକା ଲାଗୁ କରାଯିବା ପ୍ରତିବାଦରେ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର କେନ୍ଦ୍ରାପଡା ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ରାପଡା: ସିଏଏ ଓ ଏନଆରସିକୁ ନେଇ ସର୍ବଦଳୀୟ ବୈଠକ

ସିଏଏ ଓ ଏନଆରସିକୁ ନେଇ ହୋଇଥିବା ଏହି ଆଲୋଚନା ଚକ୍ରରେ ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି , ସିପିଆଇ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମକୃଷ୍ଣ ପଣ୍ଡା , ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା , ଶିକ୍ଷକ ନେତା ଅଜୟ ସାମଲ ପ୍ରମୁଖ ଯୋଗଦେଇ ଉଭୟ ଆଇନ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ କରିବା ସହିତ ଦେଶରେ ବିଭେଦ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଥିଲେ । ରାଜ୍ୟ ସରକାର ଏହି ଆଇନର ପ୍ରଚଳନ ନେଇ ସ୍ପଷ୍ଟ ମତ ରଖିବାକୁ ବକ୍ତାମାନେ ଦାବି କରିଥିଲେ । ସିପିଆଏମ୍ ନେତା ଗୟାଧର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.