ETV Bharat / state

ରାଜ୍ୟରେ ପ୍ରଥମ: ସାବିତ୍ରୀଙ୍କ ପାଇଁ ମୋନାଲିସା ରଖିଲେ ବ୍ରତ - ସାବିତ୍ରୀ ପାଳିଲେ ସମଲିଙ୍ଗୀ ଦମ୍ପତ୍ତି

ଆଜି ସାବିତ୍ରୀ ବ୍ରତ । ଓଡିଶାର ଅନ୍ୟାନ୍ୟ ଓଷା ପର୍ବକୁ ବିବାହିତ ମହିଳାମାନେ ନିଜ ସ୍ବାମୀଙ୍କ ଲମ୍ବା ଆୟୁଷ ପାଇଁ ପ୍ରାର୍ଥନା କରିଛନ୍ତି । ରାଜ୍ୟର ପ୍ରଥମ ସମଲିଙ୍ଗୀ ଦମ୍ପତ୍ତି ମଧ୍ୟ ପାଳିଛନ୍ତି ସାବିତ୍ରୀ ବ୍ରତ । ଅଧିକ ପଢନ୍ତୁ...

ରାଜ୍ୟରେ ପ୍ରଥମ: ସାବିତ୍ରୀଙ୍କ ପାଇଁ ମୋନାଲିସା ରଖିଲେ ବ୍ରତ

author img

By

Published : May 22, 2020, 5:57 PM IST

Updated : May 22, 2020, 8:11 PM IST

କେନ୍ଦ୍ରାପଡା:ସମଲିଙ୍ଗୀ ହେଲେ କଣ ହେଲା ଆଇନ ସମ୍ମତି ବିବାହ କରିଛନ୍ତି । ପରସ୍ପରକୁ ସ୍ବାମୀ ସ୍ତ୍ରୀ ରୂପେ ସ୍ବୀକାର କରିଛନ୍ତି । ତେଣୁ ସେମାନେ ବି ପାଳିଛନ୍ତି ସାବିତ୍ରୀ ବ୍ରତ । ରୀତିନୀତି ଅନୁସାରେ ଫଳମୂଳ, ଶଙ୍ଖା, ସିନ୍ଦୂରରେ ଏହା ଓଷା ବ୍ରତକୁ ପୁରା କରିଛନ୍ତି । ରାଜ୍ୟର ପ୍ରଥମ ସମଲିଙ୍ଗୀ ବିବାହ କରି ଚର୍ଚ୍ଚାରେ ଥିବା ସାବିତ୍ରୀ ପରିଡା ଓ ମୋନାଲିସା ନାୟକ କେନ୍ଦ୍ରାପଡା ରେସୱା ସ୍ୱଧାର ଗୃହରେ ରୀତିନୀତି ଅନୁସାରେ ପାଳନ କରିଛନ୍ତି ସାବିତ୍ରୀ ଓଷା ବ୍ରତ ।

ରାଜ୍ୟରେ ପ୍ରଥମ: ସାବିତ୍ରୀଙ୍କ ପାଇଁ ମୋନାଲିସା ରଖିଲେ ବ୍ରତ

ଲକ୍ଷ୍ମୀନାରାୟଣଙ୍କ ଆଗରେ ସ୍ବାମୀ ସାବିତ୍ରୀଙ୍କ ପାଇଁ ବ୍ରତ ଆଜି ରଖିଛନ୍ତି ମୋନାଲିସା । ଚଳିତ ବର୍ଷ ବିବାହର ପ୍ରଥମ ସାବିତ୍ରୀକୁ ଏକାଠି ପାଳନ କରିଛନ୍ତି । ପରେ ସ୍ତ୍ରୀ ମୋନାଲିସାକୁ ଶଙ୍ଖା ସିନ୍ଦୂର ପିନ୍ଧାଇ ଆର୍ଶୀବାଦ ଦେଇଛନ୍ତି ସାବିତ୍ରୀ । ଏହା ସହ ପରସ୍ପରକୁ ଭୋଗ ଖୁଆଇଛନ୍ତି । ତେବେ ଏମାନଙ୍କ ସମ୍ପର୍କ ଜଣେ ସମ୍ପର୍କୀୟଙ୍କ ଘରେ ଦେଖା ହେବା ପରେ ଗଢି ଉଠୁଥିଲା । ପରେ ଆଇନଗତ ସ୍ବୀକୃତି ପରେ ସ୍ବାମୀ-ସ୍ତ୍ରୀର ବନ୍ଧନରେ ବାନ୍ଧି ହେଇଥିଲେ ଏମାନେ । ବର୍ତ୍ତମାନ ଏମାନେ ଗୋଟିଏ ସୁଖି ପରିବାର ଭାବେ ଏହି ସ୍ବଧାର ଘରେ ଚଳି ଆସୁଛନ୍ତି । ସ୍ବାମୀ ସାବିତ୍ରୀ ପରିଡା ଏକ ଗ୍ରୋସରି ଦୋକାନ ଆରମ୍ଭ କରିଥିବାବେଳେ ସ୍ତ୍ରୀ ମୋନାଲିସା ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ।

ଏହି ସ୍ବଧାର ଘରେ ପ୍ରାୟ 30 ଜଣ ଅନ୍ତେବାସୀ ରହୁଛନ୍ତି । ଆଜି 3ଜଣ ପାଳିଛନ୍ତି ସାବିତ୍ରୀ ବ୍ରତ । ଜଣେ ସ୍ବାମୀ ପରିତକ୍ତା ଅଞ୍ଜନା ଯିଏ କି ଏଠି 10 ବର୍ଷ ହେବ ରହିଆସୁଛନ୍ତି । ସେ ବି ନିଜ ସ୍ବାମୀଙ୍କ ଲମ୍ବା ଆୟୁଷର ପ୍ରାର୍ଥନା କରିଛନ୍ତି । ସିଏ ଯେଉଁଠି ବି ରୁହନ୍ତ ଭଲରେ ରୁହନ୍ତି, ଆଉ ମୋ ମଥାର ସିନ୍ଦୂର ହାତ ଶଙ୍ଖା ଏମିତି ସର୍ବଦା ଝଟକୁ ଥାଉ ବୋଲି ସେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ଆଜି ଏସବୁ ସମ୍ଭବ ହୋଇପାରିଛି ଏହି ସ୍ବାଧର ଘର ପରିଚାଳିକା ମିନତୀ ମହାରଣାଙ୍କ ପାଇଁ । ଯିଏ କି ନିଜ ବ୍ୟକ୍ତଗତ ଖର୍ଚ୍ଚରେ ବିଭିନ୍ନ ପୂଜାପର୍ବାଣୀରେ ଅନ୍ତେବାସୀଙ୍କୁ ସହଯୋଗ କରି ତାଙ୍କୁ ପରିବାର ଭଳି ଦେଖି ଆସୁଛନ୍ତି ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 22, 2020, 8:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.