ETV Bharat / state

ଦୁଇ ବିଭାଗର ମଧୁଚନ୍ଦ୍ରିକାରେ ବଳିପଡିବେ କି ଚାଷୀ ? - ଚିନ୍ତାରେ ଚାଷୀ

ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଜଳସେଚନ ବିଭାଗ ମଧ୍ୟରେ ଚାଲିଛି ମଧୁଚନ୍ଦ୍ରିକା । ଆବଶ୍ୟକତା ନଥାଇ କେନାଲ ଖୋଳା ଯାଇ ଏହାର ମାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କରାଯାଉଥିବା ରାସ୍ତକାମରେ ବ୍ୟବହାର କରାଯାଉଛି । ଫଳରେ କେନାଲ ଖୋଳା ଯିବାରୁ ଚାଷ ଜମିରେ କେମିତି ଜଳସେଚନ କରାଯିବ ସେ ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

ଦୁଇ ବିଭାଗ ମଧୁଚନ୍ଦ୍ରିକାରେ ବଳିପଡିବେ କି ଚାଷୀ ?

author img

By

Published : Jul 2, 2021, 4:53 PM IST

କେନ୍ଦ୍ରାପଡା: ସରୁନି ଚାଷୀର ଦୁଃଖ । କେତେବେଳେ ପାଣି ନପାଇ ଚାଷ ଜମି ଫାଟି ଆଁ କଲାଣିତ ପୁଣି କେତେ ବେଳେ ବନ୍ୟା ଆସି ଚାଷ ଧୋଇ ନେଲାଣି । ପୁଣି କେତେବେଳେ ଜଳ ଅଭାବ । ଆଉ ଏବେ ବର୍ଷାଋତୁର ଆଗମନରେ ଖରିଫ ଧାନ ଚାଷ କରିବା ପାଇଁ ଅନୁକୂଳ କଲାଣି ଚଷାପୁଅ। ବର୍ଷକର ଆହାର ଯୋଗାଡରେ ଚାଷୀକୁଳ ଲାଗିପଡିଥିବା ବେଳେ ଜଳସେଚନ ବିଭାଗ ଦ୍ଵାରା ଆବଶ୍ୟକ ନଥାଇ କେନାଲ ଖୋଳା କାର୍ଯ୍ୟ କରାଯାଉଥିବାରୁ ବର୍ତ୍ତମାନ କେନାଲରୁ ଚାଷଜମିକୁ ପାଣି କିପରି ଯିବ ସେନେଇ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀ।

ଦୁଇ ବିଭାଗର ମଧୁଚନ୍ଦ୍ରିକାରେ ବଳିପଡିବେ କି ଚାଷୀ ?

କେନ୍ଦ୍ରାପଡ଼ା ଡେରାବିଶ ଛତା ଜଳସେଚନ ବିଭାଗ ଅଧୀନରେ ଥିବା 8(A)ନଂ ଶାଖା କେନାଲ ଉପରେ ଜିଲ୍ଲାର ସଦାନନ୍ଦପୁର,ଭରତପୁର, ବେଲାରପୁର,ଶଙ୍କରପୁର,ଆମ୍ବୁରା ଓ କୁରୁଜଙ୍ଗା ଆଦି ଗାଁର ଚାଷୀ ପାଣି ପାଇଁ ନିର୍ଭର କରିଥାନ୍ତି। ପ୍ରତ୍ୟେକ ବର୍ଷ ବର୍ଷାଦିନ ପୁର୍ବରୁ କେନାଲ ସଫେଇ କାର୍ଯ୍ୟ ବିଭାଗ ଦ୍ଵାରା ସମ୍ପାଦିତ ହେଉଥିବା ବେଳେ ଚଳିତବର୍ଷ ଏହି କେନାଲକୁ ଦୁଇଫୁଟ ଗଭୀର ଖୋଳା ଯାଉଥିବାର ଅଭିଯୋଗ କରିଛନ୍ତି ଚାଷୀ।

କେନାଲର ଗଭୀରତା ଠାରୁ ଶୋଠ(ଶାଖାନାଳ)ର ଉଚ୍ଚତା ଦୁଇଫୁଟ ହୋଇଥିବାରୁ ସେଥିରେ କିପରି ପାଣି ବିଲକୁ ଯିବ ସେନେଇ ଏବେ ଚିନ୍ତାରେ ଚାଷୀ। କେବଳ ସେତିକି ନୁହେଁ,ଚଳିତବର୍ଷ କେନାଲ ଖୋଳା ପାଇଁ କୌଣସି ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ଏଭଳି ସ୍ଥିତିରେ ଜଳସେଚନ ବିଭାଗର ମୁଖ୍ୟ କିପରି କେନାଲ ଖୋଳାଇବା ପାଇଁ ଅନୁମତି ଦେଇଛନ୍ତି, ସେନେଇ ସନ୍ଦେହ ଉପୁଜିଛି। ପ୍ରତିବର୍ଷ କେନାଲ ସଫେଇ ପାଇଁ ଦିନ ମଜୁରିଆ କାମ କରିବା ପାଇଁ ନିୟମ ଥିଲେ ସୁଦ୍ଧା କିପରି ତିନିରୁ ଉର୍ଦ୍ଧ୍ବ ଜେସିବି ମେସିନ ଲଗାଇ କାମ ହେଉଛି ତାହା ମଧ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କୁରୁଜଙ୍ଗା ପଞ୍ଚାୟତର ଆମ୍ବୁରା କେନାଲ ବନ୍ଧ ଠାରୁ କୁସିଆପାଳ ପଞ୍ଚାୟତର ଲଛମନଜୀୟୁଙ୍କ କେନାଲ ବନ୍ଧ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରାସ୍ତା ପ୍ରଶସ୍ତିକରଣ ଓ ମରାମତି କାର୍ଯ୍ୟ ହେଉଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ମାଟି ଫିଲିଙ୍ଗ ପାଇଁ ଆବଶ୍ୟକୀୟ ମାଟି ବଦଳରେ ଖୋଳାଯାଉଥିବା ଏହି କେନାଲ ମାଟିକୁ ବ୍ୟବହାର କରାଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ ଓ ଲୋକ ପ୍ରତିନିଧି। ଯେଉଁଠାରେ କେନାଲ ଖୋଳିବା ଆବଶ୍ୟକ ନୁହେଁ ସେ ସ୍ଥାନରୁ କେନାଲ ଖୋଳାଯାଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକାମ କରୁଥିବା ଠିକାଦାରଙ୍କୁ ଜଳସେଚନ ବିଭାଗ ଦ୍ଵାରା ମାଟି ବିକ୍ରି କରୁଥିବା ଓ ବିଭାଗ ବିଭାଗ ମଧ୍ୟରେ ସଲାସୁତୁରା ହୋଇ ମଧୁଚନ୍ଦ୍ରିକାରେ ଠିକାଦାର ପୋଷଣ ନୀତି ଜଳସେଚନ ବିଭାଗ ଆପଣାଉଛି ବୋଲି ଅଭିଯୋଗ ହୋଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାକାମ ପାଇଁ କୌଣସି ସୂଚନା ଫଳକ କିମ୍ବା ଏଷ୍ଟିମେଟ ବୋର୍ଡ ଲଗାଯାଇନଥିବା ବେଳେ କିପରି ମାଟି କେନାଲରୁ ଉଠାଯାଇ ରାସ୍ତକାମରେ ଲଗାଯାଉଛି ସେନେଇ ଉଠିଛି ଅନେକ ପ୍ରଶ୍ନ। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଇ ଚାଷୀମାନଙ୍କ ଦାବିକୁ ମାନିନିଅନ୍ତୁ ବୋଲି ଚେତାବନୀ ଦେବାସହ ଭବିଷ୍ୟତରେ ଚାଷୀ ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚରମ ବାଣୀ ଶୁଣାଇଛନ୍ତି। ଅନ୍ୟପଟେ ଏନେଇ ଜଳସେଚନ ବିଭାଗର ଆସିଷ୍ଟାଣ୍ଟ ଏକଜ୍ୟୁକେଟିଭ ଇଞ୍ଜିନିୟରଙ୍କୁ ପଚାରିବାରୁ ସେ ଏହି କେନାଲ ଖୋଳା କାର୍ଯ୍ୟ ନିୟମାନୁଯାୟୀ କରାଯାଇଛି ଓ କେନାଲ ଖୋଳା ଯିବା ପରେ ଏହି ମାଟିକୁ ଫୋପାଡ଼ି ଦିଆଯାଏ ଏବଂ ଯଦି ରାସ୍ତାକାମ ପାଇଁ ଠିକାଦାର ଏହି ମାଟିକୁ ବ୍ୟବହାର କରୁଥାଏ ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏନେଇ ଜଣାଇବେ ବୋଲି କହିଛନ୍ତି।

କେନାଲ ଖୋଳା କାର୍ଯ୍ୟ ପାଇଁ ଜଳସେଚନ ବିଭାଗ ପକ୍ଷରୁ ଜେସିବି ମେସିନ ଲଗାଯାଇଥିବା କହିଥିବା ବେଳେ ଏହି ଖୋଳା ଯାଉଥିବା ମାଟିକୁ ଜଳସେଚନ ବିଭାଗ ମେସିନ କିପରି ରାସ୍ତାକାମରେ ଲଗାଉଛି ତାହା ସାଧାରଣରେ ବିଭାଗୀୟ ଅଧିକାରୀଙ୍କ ପ୍ରକୃତ ଚେହେରା ସାମ୍ନାକୁ ଆଣୁଛି ବୋଲି କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.