ETV Bharat / state

ତିତଲି କ୍ଷତିପୂରଣ ଦାବିରେ ଆମରଣ ଅନଶନରେ ଚାଷୀ

author img

By

Published : Nov 11, 2019, 11:25 PM IST

ତିତଲି କ୍ଷତିଗ୍ରସ୍ତ ଚାଷ ଜମିର କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆମରଣ ଅନଶନରେ ବସିଲେ ଚାଷୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ତିତଲି କ୍ଷତିଗ୍ରସ୍ତ ଚାଷଜମିର କ୍ଷତିପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆମରଣ ଅନଶନରେ ବସିଲେ ଚାଷୀ । ଦାବି ପୂରଣ ନହେଲେ ଅନଶନ ଜାରି ରହିବ ବୋଲି କହିଛନ୍ତି କୃଷକ ସାଥି ହରେକୃଷ୍ଣ ବେହେରା ।

ସୂଚନାନୁସାରେ, ଗତ ବର୍ଷ ବାତ୍ୟା ତିତଲି ପ୍ରଭାବରେ କେନ୍ଦ୍ରାପଡାରେ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା । ବିଶେଷ କରି ଜଜାଙ୍ଗ ରାଜସ୍ବ ଗ୍ରାମର ଚାଷ ଜମି ଗୁଡିକ ଉପରେ 5ରୁ 15 ଫୁଟ ଉଚ୍ଚର ପାଣି ଜମି ରହିଥିଲା । ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ ସେ ସମୟରେ ଅର୍ଥାତ୍‌ ତତ୍କାଳ ରାଜସ୍ବ ନିରୀକ୍ଷକଙ୍କଠୁ ତହସିଲଦାର ଏବଂ ଜିଲ୍ଲାପାଳଙ୍କ ପାଖକୁ କ୍ଷତିପୂରଣ ପାଇଁ ଦୌଡି ଦୌଡି ହତାଶ ହେବା ପରେ ବାଧ୍ୟ ହୋଇ ସୋମବାର ଆମରଣ ଅନଶନକୁ ଓହ୍ଲାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଚାଷୀଙ୍କ ଅନଶନ ଖବର ପାଇଁ ଅପରାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଚାଷୀଙ୍କୁ ଭେଟିଥିଲେ । ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ କ୍ଷତିପୂରଣ ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ପରେ ବିଧାୟକ ଚାଷୀଙ୍କୁ ସମସ୍ୟାର ସମାଧାନ ହେବା ନେଇ ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହାର ହୋଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:11.11.2019
Radhakanta Mohanty, Kendrapada
Slug-od_kpr_02_hunger strike_script_7204459
Anchor-ଗତ ବର୍ଷ ତିତିଲି ବାତ୍ୟା ପ୍ରଭାବରେ କେନ୍ଦ୍ରାପଡ଼ା ବ୍ଲକରେ ଏକର ଏକର ଚାଷଜମି ଜଳମଗ୍ନ ହୋଇଥିଲା।ବ୍ଲକରଜଜାଙ୍ଗ ରାଜସ୍ୱ ଗ୍ରାମର ଚାଷଜମି ଗୁଡିକ ଉପରେ 5-15ଫୁଟ ପାଣି ରହିଥିଲା।ତତ୍କାଳୀନ ରାଜସ୍ୱ ନିରୀକ୍ଷକ,ତହସିଲଦାର ଏପରିକି ଜିଲ୍ଲାପାଳଙ୍କ ପାଖକୁ ଦୌଡ଼ିଦୌଡ଼ି ହତାଶ ହେବାପରେ ତିତିଲିରେ କ୍ଷତି ହୋଇଥିବା ଚାଷଜମିର କ୍ଷତିପୂରଣ ପାଇଁ ଆଜି ଦଶରୁ ଅଧିକ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି।ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ ବୋଲି କହିଛନ୍ତି କୃଷକସାଥି ହରେକୃଷ୍ଣ ବେହେରା।ତେବେ ଅପରାହ୍ଣରେ କେନ୍ଦ୍ରାପଡା ବିଧାୟକଙ୍କୁ ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୈଣସି ସୁଫଳ ନମିଳିବାରୁ ଚାଷୀ ମାନେ ଆମରଣ ଅନଶନରେ ବସିଥିବା ଅବଗତ କରାଯାଇଥିଲା।ତେବେ ଦିନ ତମାମ ଧାରଣା ରେ ବସିବା ପରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଚାଷୀ ମାନଙ୍କ ଅନଶନ ସ୍ଥଳରେ ପହଞ୍ଚି ଅନଶନରୁ ନିବୃତ ରହିବା କୁ ଚାଷୀ ମାନଙ୍କୁ ନିବେଦନ କରିବା ସହ ସମସ୍ୟାର ସମାଧାନ ହବବୋଲି ପ୍ରତିସୃତି ଦେବା ପରେପରେ ଧାରଣା ରୁ ଚାଷୀମାନେ ଉଠିଥିଲେ।
Byt-ହରେକୃଷ୍ଣ ବେହେରା(କୃଷକସାଥି)
Byt-ଶଶୀଭୂଷଣ ବେହେରା(ବିଧାୟକ, କେନ୍ଦ୍ରାପଡା)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.