ETV Bharat / state

ଅକ୍ଷୟ ତୃତୀୟାକୁ ଆନନ୍ଦରେ ପାଳିଲେ କେନ୍ଦ୍ରାପଡ଼ା ଚାଷୀ

ଆଜି ହେଉଛି କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା । କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଏହି ପର୍ବର ଝଲକ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଅକ୍ଷୟ ତୃତୀୟାକୁ ଆନନ୍ଦରେ ପାଳିଲେ କେନ୍ଦ୍ରାପଡ଼ା ବାସିନ୍ଦା

author img

By

Published : May 3, 2022, 2:03 PM IST

କେନ୍ଦ୍ରାପଡ଼ା: ଆଜି ହେଉଛି କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା । କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଏହି ପର୍ବର ଝଲକ ଦେଖିବାକୁ ମିଳିଛି । ଚାଷୀ ମାନଙ୍କର ଆଦ୍ୟ ଅନୁକୂଳ ପର୍ବ ଅକ୍ଷୟ ତୃତୀୟା । ଏହି ଅବସରରେ ପ୍ରାତଃ ସମୟରୁ ଓଡ଼ିଆ ଗୃହିଣୀମାନେ ଏକ ଝୁଡ଼ିରେ ମାଣ ଚିତା ପକାଇ ସେଥିରେ ଗୋମୟ, ସିନ୍ଦୁର, ଚନ୍ଦନ, ଧୂପ, ନୈବେଦ୍ୟ ସମେତ ଅଗ୍ନି ଉତ୍ସବଠାରୁ ସାଇତି ରଖିଥିବା ଅଗ୍ନିପାଉଁଶ ଓ ବିହନ ସଜ କରିଥାନ୍ତି । ଚଷାପୁଅ ଏହି ଝୁଡ଼ିକୁ ଧରି ନିଜ ଚାଷଜମିକୁ ଆସି ବସୁମାତାଙ୍କୁ ପୂଜା କରି ଜମିରେ ହଳ ଆରମ୍ଭ କରି ଚାଷକାର୍ଯ୍ୟର ଶୁଭାରମ୍ଭ କରିଥାଏ ।

ଅକ୍ଷୟ ତୃତୀୟାକୁ ଆନନ୍ଦରେ ପାଳିଲେ କେନ୍ଦ୍ରାପଡ଼ା ବାସିନ୍ଦା

ଏହି ପୂଜାରେ ଚାଷୀ ପୁଅ ଓ ତା'ର ପରିବାର ବର୍ଷକରେ ଭଲ ଫସଲ ପାଇଁ ମା' ଧରିତ୍ରୀଙ୍କୁ ଆଶିଷ ମାଗିଥାନ୍ତି । ଏକ କୃଷିପ୍ରଧାନ ଜିଲ୍ଲା ଭାବରେ କେନ୍ଦ୍ରାପଡ଼ା ଜଣାଶୁଣା । ଜିଲ୍ଲାର ୯୫ ପ୍ରତିଶତ ଲୋକ ଚାଷୀ ହୋଇଥିବାରୁ ଏଠାରେ ଧୁମଧାମରେ ପାଳନ ହୋଇଥାଏ ଅକ୍ଷୟ ତୃତୀୟା । ଆଜି ଶହଶହ ପୁରୁଷ ଚାଷୀ ଓ ମହିଳା ସକାଳୁ ଜମିକୁ ଆସି ଯୋଡ଼ିବଳଦକୁ ପୂଜା କରି ବର୍ଷକ ପାଇଁ ଶୁଭଶଙ୍ଖ ଧ୍ୱନୀ ଦେଇ ଚାଷ କାର୍ଯ୍ୟର ଆରମ୍ଭ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.