ETV Bharat / state

‘ଫନି’ ଭାଙ୍ଗିଛି ସ୍କୁଲ ଘର: ପାଠପଢ଼ା ଚିନ୍ତାରେ ଅଭିଭାବକ-ଛାତ୍ରଛାତ୍ରୀ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ନରେନ୍ଦ୍ର ପୁର ବିଦ୍ୟାଳୟ ଫନିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏବେ ସ୍କୁଲ ଖୋଲିବା ସମୟ , ମାତ୍ର ଭଙ୍ଗା ସ୍କୁଲରେ କେମିତି ପାଠ ପଢା ହେବ ସେ ନେଇ ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jun 14, 2019, 11:27 PM IST

Updated : Jun 14, 2019, 11:47 PM IST

କେନ୍ଦ୍ରାପଡା: ମହାବାତ୍ୟା 'ଫନି'କୁ ଏକ ମାସ ପୁରଣ ହୋଇଥିଲେ ସୁଧା ଫନିରେ କ୍ଷୟକ୍ଷତି ହୋଇଥିବା ଶିକ୍ଷା ଅନୁଷ୍ଠାନ ଗୁଡିକ ଏବେ ବି ଭଗ୍ନ ସ୍ତୁପ ଅବସ୍ଥାରେ ପଡି ରହିଛି । ଦିନ କେଇଟା ପରେ ଖରା ଛୁଟି ସରିବ, ସ୍କୁଲ ଖୋଲିବ । ମାତ୍ର ସ୍କୁଲ ଅବସ୍ଥା ଦେଖିଲା ପରେ ପିଲାଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ନରେନ୍ଦ୍ର ପୁର ବିଦ୍ୟାଳୟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ନରେନ୍ଦ୍ର ପୁର ଗ୍ରାମରେ ଥିବା ସଂସ୍କୃତ ଉଚ୍ଚବିଦ୍ୟାଳୟଟି ମହାବାତ୍ୟା ଫନିରେ ସମ୍ପୂର୍ଣ୍ଣ ରୂପେ କ୍ଷତି ଗ୍ରସ୍ତ ହୋଇ ଭାଙ୍ଗି ଛାରଖାର ହୋଇଯାଇଛି । ବିଦ୍ୟାଳୟ ଘରର ଆଜବେଷ୍ଟସ ସମ୍ପୂର୍ଣ୍ଣ ଉଡିଯାଇ ଥିବାବେଳେ ଚେୟାର ଟେବୁଲ ବେଞ୍ଚ୍ ଡେକ୍ସ ସମେତ ବିଦ୍ୟାଳୟର କାଗଜପତ୍ର ନଷ୍ଟ ହୋଇଯାଇଛି । ବତ୍ୟାକୁ ଏକମାସ ପୂରଣ ହୋଇଥିଲେ ସୁଧା ଏପର୍ଯ୍ୟନ୍ତ ପ୍ରଶାସନ ଦୃଷ୍ଟିକୁ ଆସିନାହିଁ । ଏହି ବିଦ୍ୟାଳୟର ନିର୍ମାଣ ପାଇଁ ଗ୍ରାମବାସୀ ତଥା ଶିକ୍ଷକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ।

ଏକମାସ ହେଲା ଛାତ୍ରଛାତ୍ରୀ ମାନଙ୍କ ପାଠପଢା ସମ୍ପୂର୍ଣ୍ଣ ରୁପେ ବନ୍ଦ ହୋଇଥିବାରୁ ସ୍କୁଲର ପୁନରୁଦ୍ଧାର ପାଇଁ ପ୍ରଶାସନ ନିକଟରେ ଦାବିକରିଛନ୍ତି ଗ୍ରାମବାସୀ ଓ ଛାତ୍ରଛାତ୍ରୀ । ବିଦ୍ୟାଳୟ ଆସନ୍ତା ୧୯ ତାରିଖରେ ଖୋଲିବାକୁ ଥିବାବେଳେ ଛାତ୍ର ଛାତ୍ରୀ ମାନେ କିଭଳି ଭାବରେ ଏହି ଖୋଲାଘରେ ବସି ପାଠପଢିବେ ସେନେଇ ଅନିଶ୍ଚିତତା ଭିତରେ ଛାତ୍ର ଛାତ୍ରୀ ଓ ଅଭିଭାବକ । ଏନେଇ ଆମେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ପରେ ଯଥା ଶୀଘ୍ର ବିଦ୍ୟାଳୟ ମରାମତି କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଶୃତି ଦେଇଛନ୍ତି।

। ଏନେଇ ମରାମତି ଯଥାଶୀଘ୍ର କରିବା ପାଇଁ ପ୍ରଧାନ ଶିକ୍ଷକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ବେଳେ ଗ୍ରାମବାସୀ ମାନେ ମରାମତି ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଯଦି ଆସନ୍ତା ୧୮ ତାରିଖ ମଧ୍ୟରେ ଏହି ବିଦ୍ୟାଳୟଟିର ମରାମତି ନ ହୁଏ ତାହା ହେଲେ ଏଠାରେ ଅଧ୍ୟୟନରତ ୨୦୦ ପିଲାଙ୍କ ପାଠପଢା କେବେ ହେବ ତାହା ଆଶା ଓ ଆଶଙ୍କାରେ ରହିଯିବ ।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:ମହାବାତ୍ୟା ଫନି କୁ ଏକ ମାସ ପୁରଣ ହୋଇଥିଲେ ସୁଧା ଫନିରେ କ୍ଷୟକ୍ଷତି ହୋଇଥିବା ଶିକ୍ଷା ଅନୁଷ୍ଠାନ ଗୁଡିକ ଏବେ ବି ଭଗ୍ନ ସ୍ତୁପ ଅବସ୍ଥାରେ ପଡିରହିଛି । ଫଳରେ ପିଲା ମାନଙ୍କ ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ। ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ନରେନ୍ଦ୍ର ପୁର ବିଦ୍ଯାଳୟରେ ।
Body:
ଭିଓ-୧-କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ନରେନ୍ଦ୍ର ପୁର ଗ୍ରାମରେ ଥିବା ସଂସ୍କୃତ ଉଚ୍ଚବିଦ୍ୟାଳୟଟି ମହାବାତ୍ୟା ଫନିରେ ସମ୍ପୂର୍ଣ୍ଣ ରୂପେ କ୍ଷତି ଗ୍ରସ୍ତ ହୋଇ ଭାଙ୍ଗି ଛାରଖାର ହୋଇଯାଇଛି । ବିଦ୍ୟାଳୟ ଘରର ଆଜବେଷ୍ଟ ସମ୍ପୂର୍ଣ୍ଣ ଉଡିଯାଇ ଥିବାବେଳେ ଚେୟାର ଟେବୁଲ ବେଞ୍ଚ୍ ଡେକ୍ସ ସମେତ ବିଦ୍ୟାଳୟ ର କାଗଜପତ୍ର ନଷ୍ଟ ହୋଇଯାଇଛି।ବତ୍ୟାକୁ ଏକମାସ ପୂରଣ ହୋଇଥିଲେ ସୁଧା ଏପର୍ଯ୍ୟନ୍ତ ପ୍ରସାସନ ଦୃଷ୍ଟି କୁ ଆସିନାହିଁ । ଏହି ବିଦ୍ୟାଳୟ ର ପୂର୍ନଉଧ୍ଧାର ପାଇଁ ଗ୍ରାମବାସୀ ତଥା ବିଦ୍ୟାଳୟ ର ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ଜନଶୁଣାଣୀ ରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଜୁନ୍ ମାସ ୧୯ ତାରିଖରେ ବିଦ୍ୟାଳୟ ଖୋଲିବାକୁ ଥିବାବେଳେ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଖରାବର୍ଷା ଖାଇ ସ୍କୁଲର ସମସ୍ତ ଆସଭାବପତ୍ର ନଷ୍ଠହେବାରେ ଲାଗିଛି । ଏନେଇ ମରାମତି ଯଥାଶୀଘ୍ର କରିବା ପାଇଁ ପ୍ରଧାନ ଶିକ୍ଷକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ବେଳେ ଗ୍ରାମବାସୀ ମାନେ ମରାମତି ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ବାଇଟ୍-୧-ଶୁବାସ ଚନ୍ଦ୍ର ପାଣି(ପ୍ରଧାନ ଆଚାର୍ଯ୍ୟ)

ବାଇଟ-୨-ଅନ୍ତର୍ଯ୍ୟାମୀ ପଲ୍ଲାଇ(ଗ୍ରାମବାସୀ)

ବାଇଟ-୩- ରୂପଶ୍ରୀ ପାଣି(ଛାତ୍ରୀ)

ଭିଓ-୨-ଏକମାସ ହେଲା ଛାତ୍ରଛାତ୍ରୀ ମାନଙ୍କ ପାଠପଢା ସମ୍ପୂର୍ଣ୍ଣ ରୁପେ ବନ୍ଦ ହୋଇଥିବାରୁ ସ୍କୁଲର ପୁନରୁଦ୍ଧାର ପାଇଁ ପ୍ରସାସନ ନିକଟରେ ଦାବିକରିଛନ୍ତି ଗ୍ରାମବାସୀ ଓ ଛାତ୍ର ଛାତ୍ରୀ । ବିଦ୍ୟାଳୟ ଆସନ୍ତା ୧୯ ତାରିଖରେ ଖୋଲିବାକୁ ଥିବାବେଳେ ଛାତ୍ର ଛାତ୍ରୀ ମାନେ କିଭଳି ଭାବରେ ଏହି ଖୋଲାଘରେ ବସି ପାଠପଢିବେ ସେନେଇ ଅନିଶ୍ଚିତତା ଭିତରେ ଛାତ୍ର ଛାତ୍ରୀ ଓ ଅଭିଭାବକ । ଏନେଇ ଆମେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ପରେ ଯଥାଶିର୍ଘ୍ୟ ଏହି ବିଦ୍ୟାଳୟ ମରାମତି କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଶୃତି ଦେଇଛନ୍ତି।

ବାଇଟ-୪- କଳ୍ପନା ବେହେରା (ଜିଲ୍ଲା ଶିକ୍ଷାଧିକାରୀଣି , କେନ୍ଦ୍ରାପଡା)

Conclusion:ଏଫଭିଓ - ଯଦି ଆସନ୍ତା ୧୮ ତାରିଖ ମଧ୍ୟରେ ଏହି ବିଦ୍ୟାଳୟଟିର ମରାମତି ନ ହୁଏ ତାହା ହେଲେ ଏଠାରେ ଅଧ୍ଧୟନରତ ୨୦୦ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରିବ ବୋଲି ଧରି ନେବାକୁ ପଡିବ ।
Last Updated : Jun 14, 2019, 11:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.